ଖୁବଶୀଘ୍ର ଦୂର ହେବ ଦୁଃଖ, ଏପ୍ରିଲରୁ ଆରମ୍ଭ ହୋଇପାରେ ପାର୍ଟ ପ୍ଲଟ ପଞ୍ଜିକରଣ
ଭୁବନେଶ୍ୱର ୦୩।୦୩ : ଦୂର ହେବ ଦୁଃଖ । ଏପ୍ରିଲରୁ ପାର୍ଟ ପ୍ଲଟ ପଞ୍ଜିକରଣ । ରାଜ୍ୟରେ ଏପ୍ରିଲରୁ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ । ରାଜସ୍ବ ବିଭାଗକୁ ଡ୍ରାଫ୍ଟ ଦେଲା ନଗର ଉନ୍ନୟନ ବିଭାଗ। ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଶ କରାଯାଇ ଏପ୍ରିଲ ମାସରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇଛନ୍ତି।ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପାର୍ଟ ପ୍ଲଟ୍ ବିକ୍ରି ଓ ଆପାର୍ଟମେଣ୍ଟ ପଞ୍ଜିକରଣ ସମସ୍ୟା ଲାଗି ରହିଥିବାରୁ ରାଜ୍ୟର ରାଜସ୍ବ ହାନି ହେଉଛି। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ପଦକ୍ଷପ ଗ୍ରହଣ କରାଯାଇଛି। ପ୍ଲଟିଂ ସ୍କିମ୍ ଓ ଆପାର୍ଟମେଣ୍ଟ ନେଇ ମଧ୍ୟ ନୂଆ ନିୟମ ଅଣାଯିବ । ପ୍ଲଟିଂ ସ୍କିମ୍ ପାଇଁ ନିୟମ ଆହୁରି କଠୋର ହେବ । ପ୍ଲଟିଂ ସ୍କିମ୍ରେ ଜମି/ଘର ବିକ୍ରି କରିବା ଆଗରୁ ପ୍ରଥମେ ରାସ୍ତା ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ ହେବ । ଜମି ମାଲିକ ପ୍ରଥମେ ରାସ୍ତା ପାଇଁ ଚିହ୍ନଟ ଜମିକୁ ପୌର ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିବେ । ପ୍ରଥମେ ରାସ୍ତା ତିଆରି ହେବ। ତା’ପରେ ଜମି ମାଲିକ ପ୍ଲଟିଂ ସ୍କିମ୍ ଆଗେଇବା ପାଇଁ ସାର୍ଟିଫିକେଟ ପାଇବେ।
ଭୁବନେଶ୍ୱର ୦୩।୦୩ : ଦୂର ହେବ ଦୁଃଖ । ଏପ୍ରିଲରୁ ପାର୍ଟ ପ୍ଲଟ ପଞ୍ଜିକରଣ । ରାଜ୍ୟରେ ଏପ୍ରିଲରୁ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ । ରାଜସ୍ବ ବିଭାଗକୁ ଡ୍ରାଫ୍ଟ ଦେଲା ନଗର ଉନ୍ନୟନ ବିଭାଗ। ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଶ କରାଯାଇ ଏପ୍ରିଲ ମାସରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପାର୍ଟ ପ୍ଲଟ୍ ବିକ୍ରି ଓ ଆପାର୍ଟମେଣ୍ଟ ପଞ୍ଜିକରଣ ସମସ୍ୟା ଲାଗି ରହିଥିବାରୁ ରାଜ୍ୟର ରାଜସ୍ବ ହାନି ହେଉଛି। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ପଦକ୍ଷପ ଗ୍ରହଣ କରାଯାଇଛି। ପ୍ଲଟିଂ ସ୍କିମ୍ ଓ ଆପାର୍ଟମେଣ୍ଟ ନେଇ ମଧ୍ୟ ନୂଆ ନିୟମ ଅଣାଯିବ । ପ୍ଲଟିଂ ସ୍କିମ୍ ପାଇଁ ନିୟମ ଆହୁରି କଠୋର ହେବ । ପ୍ଲଟିଂ ସ୍କିମ୍ରେ ଜମି/ଘର ବିକ୍ରି କରିବା ଆଗରୁ ପ୍ରଥମେ ରାସ୍ତା ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ ହେବ । ଜମି ମାଲିକ ପ୍ରଥମେ ରାସ୍ତା ପାଇଁ ଚିହ୍ନଟ ଜମିକୁ ପୌର ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିବେ । ପ୍ରଥମେ ରାସ୍ତା ତିଆରି ହେବ। ତା’ପରେ ଜମି ମାଲିକ ପ୍ଲଟିଂ ସ୍କିମ୍ ଆଗେଇବା ପାଇଁ ସାର୍ଟିଫିକେଟ ପାଇବେ।