ଖୁବ୍ ଶୀଘ୍ର ଘଟଣାରେ ତଥ୍ୟ ପ୍ରମାଣ ସହ ସତ ସାମ୍ନାକୁ ଆଣିବୁ: ଲବ ହାଁସଦାଙ୍କ ଟିମ୍
ଭୁବନେଶ୍ଵର: ପ୍ରେମିକାଙ୍କ ମୃତ୍ୟୁକୁ ନେଇ ଏବେ ବିବାଦରେ ୟୁଟ୍ୟୁବର ଲବ ହାଁସଦା । ସୋଲୋମିଙ୍କ ମୃତ୍ୟୁ ପାଇଁ ଲବଙ୍କୁ ଦାୟୀ କରି ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ । ହେଲେ ଘଟଣାକୁ ୪ଦିନ ହେଲାଣି ସାମ୍ନାକୁ ଆସୁନାହାନ୍ତି ଲବ ହାଁସଦା । ତାକୁ ନେଇ ଅନେକ ପ୍ରଶ୍ନ ଲାଗି ରହିଛି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ୟୁଟ୍ୟୁବର ଲବ ହାଁସଦାଙ୍କ ଅଫିସିଆଲ ଟିମ୍ ପକ୍ଷରୁ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରାଯାଇଛି । ଏଥିରେ କୁହାଯାଇଛି ଯେ, ଏଭଳି ସ୍ଥିତି ପାଇଁ ଆମେ ବହୁତ ଦୁଃଖିତ । ଆମେ ପ୍ରତିଜ୍ଞା କରୁଛୁ ଯେ, ଖୁବ୍ ଶୀଘ୍ର ଏହି ଘଟଣାରେ ତଥ୍ୟ ପ୍ରମାଣ ସହ ସତ ସାମ୍ନାକୁ ଆଣିବୁ । ଟିମ୍ ପକ୍ଷରୁ କୁହାଯାଇଛି ଯେ, ଆମେ ଜାଣିଛୁ ଆପଣ ସମସ୍ତେ ସିଧାସଳଖ ଲବଙ୍କ ମୁହଁରୁ ସତ ବିଷୟରେ ଜାଣିବାକୁ ଚାହାନ୍ତି। ଲବ ନିରବ ଅଛନ୍ତି, ନିବରତାର ଅର୍ଥ ନୁହେଁ ଅପରାଧ। ବର୍ତ୍ତମାନ ସମୟରେ ନୀରବତା ହେଉଛି ପ୍ରକୃତ ରୂପରେ ଶକ୍ତି, ସମ୍ମାନ ଏବଂ ଦୁଃଖ। ଆମେ ନିଜର ସମୁଦାୟକୁ ଅନୁରୋଧ କରୁଛୁ ଯେ, ସେମାନେ ଏମିତି ଚର୍ଚ୍ଚା ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ସତ୍ୟତାକୁ ଚିତ୍କାର କରି ନୁହେଁ ବରଂ ଶାନ୍ତ, ସ୍ପଷ୍ଟ ଭାବେ ସତ୍ୟ ସାମ୍ନାକୁ ଆସିବ। ଏହା ତଥ୍ୟ ଉପରେ ଆଧାରିତ ହେବ ଏବଂ ଏହାକୁ ସଂପୂର୍ଣ୍ଣ ସଚ୍ଚୋଟତାର ସହ ସଭିଙ୍କ ସାମ୍ନାରେ ରଖାଯିବ। ସୂଚନା ଅନୁଯାୟୀ, ଲବ ହାଁସଦା ବିବାହିତ ହୋଇଥିବା ବେଳେ ବେଙ୍ଗାଲୁରୁରେ ଚାକିରି କରିଥିବା ସୋଲୋମିଙ
ଭୁବନେଶ୍ଵର: ପ୍ରେମିକାଙ୍କ ମୃତ୍ୟୁକୁ ନେଇ ଏବେ ବିବାଦରେ ୟୁଟ୍ୟୁବର ଲବ ହାଁସଦା । ସୋଲୋମିଙ୍କ ମୃତ୍ୟୁ ପାଇଁ ଲବଙ୍କୁ ଦାୟୀ କରି ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ । ହେଲେ ଘଟଣାକୁ ୪ଦିନ ହେଲାଣି ସାମ୍ନାକୁ ଆସୁନାହାନ୍ତି ଲବ ହାଁସଦା । ତାକୁ ନେଇ ଅନେକ ପ୍ରଶ୍ନ ଲାଗି ରହିଛି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ୟୁଟ୍ୟୁବର ଲବ ହାଁସଦାଙ୍କ ଅଫିସିଆଲ ଟିମ୍ ପକ୍ଷରୁ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରାଯାଇଛି । ଏଥିରେ କୁହାଯାଇଛି ଯେ, ଏଭଳି ସ୍ଥିତି ପାଇଁ ଆମେ ବହୁତ ଦୁଃଖିତ । ଆମେ ପ୍ରତିଜ୍ଞା କରୁଛୁ ଯେ, ଖୁବ୍ ଶୀଘ୍ର ଏହି ଘଟଣାରେ ତଥ୍ୟ ପ୍ରମାଣ ସହ ସତ ସାମ୍ନାକୁ ଆଣିବୁ ।
ଟିମ୍ ପକ୍ଷରୁ କୁହାଯାଇଛି ଯେ, ଆମେ ଜାଣିଛୁ ଆପଣ ସମସ୍ତେ ସିଧାସଳଖ ଲବଙ୍କ ମୁହଁରୁ ସତ ବିଷୟରେ ଜାଣିବାକୁ ଚାହାନ୍ତି। ଲବ ନିରବ ଅଛନ୍ତି, ନିବରତାର ଅର୍ଥ ନୁହେଁ ଅପରାଧ। ବର୍ତ୍ତମାନ ସମୟରେ ନୀରବତା ହେଉଛି ପ୍ରକୃତ ରୂପରେ ଶକ୍ତି, ସମ୍ମାନ ଏବଂ ଦୁଃଖ। ଆମେ ନିଜର ସମୁଦାୟକୁ ଅନୁରୋଧ କରୁଛୁ ଯେ, ସେମାନେ ଏମିତି ଚର୍ଚ୍ଚା ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ସତ୍ୟତାକୁ ଚିତ୍କାର କରି ନୁହେଁ ବରଂ ଶାନ୍ତ, ସ୍ପଷ୍ଟ ଭାବେ ସତ୍ୟ ସାମ୍ନାକୁ ଆସିବ। ଏହା ତଥ୍ୟ ଉପରେ ଆଧାରିତ ହେବ ଏବଂ ଏହାକୁ ସଂପୂର୍ଣ୍ଣ ସଚ୍ଚୋଟତାର ସହ ସଭିଙ୍କ ସାମ୍ନାରେ ରଖାଯିବ।

ସୂଚନା ଅନୁଯାୟୀ, ଲବ ହାଁସଦା ବିବାହିତ ହୋଇଥିବା ବେଳେ ବେଙ୍ଗାଲୁରୁରେ ଚାକିରି କରିଥିବା ସୋଲୋମିଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଓଡ଼ିଶା ଠାରୁ ଆରମ୍ଭ କରି ଦୁବାଇ ଯାଏଁ ଉଭୟ ଅନେକ ସ୍ଥାନ ବୁଲିଥିଲେ । ଏମିତିକି ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ଲବଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ସୋଲୋମି ଓ ଲବଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ । ଏହା ପରେ ସୋଲୋମୀଙ୍କୁ ଲବ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ସୋଲୋମୀଙ୍କ ପରିବାର ଅଭିଯୋଗ କରିଛନ୍ତି । ସେପଟେ ଲବଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଲବଙ୍କ ଭଉଣୀ ।
ଘଟଣା କଣ ?
ସୋସିଆଲ୍ ମିଡିଆ ସେନ୍ସେସନ ୟୁଟ୍ୟୁବର ଲବ ହାଁସଦା । ବିହାରର ସୋଲୋମିଙ୍କ ସହ ଥିଲା ଲବଙ୍କ ବନ୍ଧୁତା । ବେଙ୍ଗାଲୁରୁରେ ଚାକିରି କରୁଥିଲେ ସୋଲୋମି । ଓଡ଼ିଶା ଠାରୁ ଆରମ୍ଭ କରି ଦୁବାଇ ଯାଏଁ ଉଭୟ ଅନେକ ସ୍ଥାନ ବୁଲିଥିଲେ । ଏମିତିକି ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ ବୋଲି ଚର୍ଚ୍ଚା ହେଉଛି । ଏମିତିକି ସୋଲୋମି ଓ ଲବଙ୍କ ସମ୍ପର୍କ ବିଷୟରେ ଲବ ନିଜେ ଅନେକଥର ସ୍ବୀକାର କରିଥିଲେ । ତେବେ ଲବଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣିବା ପରେ ସୋଲୋମି ଓ ଲବଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ ।
ଏହା ପରେ ସୋଲୋମୀଙ୍କୁ ଲବ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ସୋଲୋମୀଙ୍କ ପରିବାର ଅଭିଯୋଗ କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ଲବଙ୍କୁ ସୋଲୋମି ଫୋନ କରିଥିଲେ ।ଏମିତିରେ ଏବେ ସୋଲୋମିଙ୍କ ଆତ୍ମହତ୍ୟା ପରେ ଲବ ହାଁସାଦାଙ୍କ ଉପରକୁ ଉଠିଛି ଅଙ୍ଗୁଳି । ଘଟଣାକୁ ୪ ଦିନ ହେଲାଣି, ହେଲେ ଏପର୍ଯ୍ୟନ୍ତ ସାମ୍ନାକୁ ଆସୁନାହାନ୍ତି ଲବ ହାଁସଦା । ଘଟଣା ଠାରୁ ଦୂରେଇ ରହିବା ଓ ସୋସିଆଲ ମିଡିଆରେ ବି କିଛି ପୋଷ୍ଟ ନକରିବା ଲବଙ୍କ ଭୂମିକାକୁ ଅଧିକ ସଂଦେହ ଘେରକୁ ଟାଣିଛି ।
ଲବ ହାଁସଦାଙ୍କ ଘର ମୟୂରଭଞ୍ଜ ଶରତ ଥାନା ସେଲେଇପୋଖରୀ ଗାଁରେ । ଲବ ବିବାହିତ ଓ ତାଙ୍କର ୮ବର୍ଷର ଝିଅଟିଏ ବି ଅଛନ୍ତି । ଠାକୁରମୁଣ୍ଡା ଥାନା ମନୋହରପୁର ଡାହୀକୁଶପଦା ଗାଁରେ ସେ ବିବାହ କରିଛନ୍ତି । ୫ମାସ ପୂର୍ବରୁ ସେ ଶ୍ବଶୂର ଘରକୁ ଯାଇଥିଲେ । ତେବେ ଲବଙ୍କ ପରିବାର ଲୋକ ଭଦ୍ରକରେ ରହୁଛନ୍ତି । ଲବ ଆଉ ଶ୍ବଶୂର ଘରକୁ ଯାଉନଥିବା କହିଛନ୍ତି ତାଙ୍କର ଭାଇ ଭାଉଜ । ସେହିଭଳି ତାଙ୍କ ଭଉଣୀ କହିଛନ୍ତି ମୋ ଭାଇ ସେମିତି ନୁହନ୍ତି । ତଦନ୍ତ ହେଲେ ସବୁ ଘଟଣା ସାମ୍ନାକୁ ଆସିବ । ଦେଶ ବିଦେଶ ବୁଲି ଟ୍ରାଭେଲ ଭିଡିଓ କରି ଖୁବ୍ କମ୍ ଦିନରେ ଖୁବ୍ ପ୍ରଶଂସା ସାଉଁଟିଛନ୍ତି ୟୁଟ୍ୟୁବର ଲବ ହାଁସଦା । ନିଜର ନିଆରା ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଲବ ଏବେ ପ୍ରେମିକାର ମୃତ୍ୟୁକୁ ନେଇ ବିବାଦକୁ ଆସିଛନ୍ତି ।