ଖୁବ୍ ଶୀଘ୍ର ଛିଣ୍ଡିପାରେ ଗଣିତ, ମେଣ୍ଟ ସସପେନ୍ସ ଉପରୁ ଉଠିବ ପରଦା; ଶାହଙ୍କ ଇସାରାକୁ ଅପେକ୍ଷା

ଭୁବନେଶ୍ଵର: ଖୁବ୍ ଶୀଘ୍ର ଛିଣ୍ଡିପାରେ ମେଣ୍ଟ ଗଣିତ । ଆସନ ଭାଗବଣ୍ଟାକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର ହେବା ସମ୍ଭାବନା ବଢ଼ିଲା । କାରଣ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ହୋଇଛି ରାଜ୍ୟ ବିଜେପି ଟିମର ଜରୁରୀ ବୈଠକ । ଏହି ବୈଠକରେ ଫାଇନାଲ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି । ସେପଟେ ଆସନ୍ତାକାଲି ନବୀନ ନିବାସରେ ବସିବାକୁ ଯାଉଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଯେଉଁଥିରେ ଆଗାମୀ ନିର୍ବାଚନ ନେଇ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ ହୋଇପାରେ ।ରାଜନୀତିର ପଶାପାଲିରେ କ’ଣ ଗୋଟି ଚଳାଇବେ ବିଜେପି ଚାଣକ୍ୟ ?  ଅମିତ୍ ଶାହାଙ୍କ ଇଶାରାକୁ ଏବେ ଅପେକ୍ଷା । କାରଣ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆରମ୍ଭ ହୋଇଯାଇଛି ରାଜ୍ୟ ବିଜେପି  ଟିମ୍ର ଜରୁରୀ ବୈଠକ । ବୈଠକରେ ସାମିଲ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ । ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେଲେ ଆସନ ଭାଗବଣ୍ଟାକୁ ନେଇ କ’ଣ ରହିଛି ଗଣିତ ?  ବିଜେପି ଏକାକୀ ଲଢ଼ିଲେ ଦଳକୁ କ’ଣ ଫାଇଦା ମିଳିବ ?  ବିଜେଡି ସହ ମେଣ୍ଟ ହେଲେ ବିଜେପିର ଲାଭ ହେବ ନା କ୍ଷତି ହେବ ? ମେଣ୍ଟ ହେଲେ କଂଗ୍ରେସକୁ ଅଧିକ ଫାଇଦା ମିଳିବ କି ନାହିଁ ?  ଏହି ବୈଠକରେ ଏସବୁ ପ୍ରଶ୍ନର ଉତ୍ତରକୁ ଟିକ

ଖୁବ୍ ଶୀଘ୍ର ଛିଣ୍ଡିପାରେ ଗଣିତ, ମେଣ୍ଟ ସସପେନ୍ସ ଉପରୁ ଉଠିବ ପରଦା; ଶାହଙ୍କ ଇସାରାକୁ ଅପେକ୍ଷା

ଭୁବନେଶ୍ଵର: ଖୁବ୍ ଶୀଘ୍ର ଛିଣ୍ଡିପାରେ ମେଣ୍ଟ ଗଣିତ । ଆସନ ଭାଗବଣ୍ଟାକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର ହେବା ସମ୍ଭାବନା ବଢ଼ିଲା । କାରଣ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ହୋଇଛି ରାଜ୍ୟ ବିଜେପି ଟିମର ଜରୁରୀ ବୈଠକ । ଏହି ବୈଠକରେ ଫାଇନାଲ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି । ସେପଟେ ଆସନ୍ତାକାଲି ନବୀନ ନିବାସରେ ବସିବାକୁ ଯାଉଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଯେଉଁଥିରେ ଆଗାମୀ ନିର୍ବାଚନ ନେଇ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ ହୋଇପାରେ ।

ରାଜନୀତିର ପଶାପାଲିରେ କ’ଣ ଗୋଟି ଚଳାଇବେ ବିଜେପି ଚାଣକ୍ୟ ?  ଅମିତ୍ ଶାହାଙ୍କ ଇଶାରାକୁ ଏବେ ଅପେକ୍ଷା । କାରଣ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆରମ୍ଭ ହୋଇଯାଇଛି ରାଜ୍ୟ ବିଜେପି  ଟିମ୍ର ଜରୁରୀ ବୈଠକ । ବୈଠକରେ ସାମିଲ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ । ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେଲେ ଆସନ ଭାଗବଣ୍ଟାକୁ ନେଇ କ’ଣ ରହିଛି ଗଣିତ ?  ବିଜେପି ଏକାକୀ ଲଢ଼ିଲେ ଦଳକୁ କ’ଣ ଫାଇଦା ମିଳିବ ?  ବିଜେଡି ସହ ମେଣ୍ଟ ହେଲେ ବିଜେପିର ଲାଭ ହେବ ନା କ୍ଷତି ହେବ ? ମେଣ୍ଟ ହେଲେ କଂଗ୍ରେସକୁ ଅଧିକ ଫାଇଦା ମିଳିବ କି ନାହିଁ ?  ଏହି ବୈଠକରେ ଏସବୁ ପ୍ରଶ୍ନର ଉତ୍ତରକୁ ଟିକି ନିଖି ତର୍ଜମା କରିବ ବିଜେପି ।

ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିସାରିଛନ୍ତି ରାଜ୍ୟ ବିଜେପି ନେତୃତ୍ବ । କୁହାଯାଉଛି ଓଡ଼ିଶାରେ ୧୪୭ ବିଧାନସଭା ଓ ୨୧ ଲୋକସଭା ପାଇଁ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇସାରିଛି । ଯଦି ବିଜେଡି ସହ ମେଣ୍ଟ ହୁଏ ତାହେଲେ ମଧ୍ୟ କେଉଁ କେଉଁ ଆସନରେ ବିଜେପି ପ୍ରାର୍ଥୀ ଲଢ଼ିବେ ସେନେଇ ମଧ୍ୟ ତାଲିକା ପ୍ରସ୍ତୁତ ହୋଇଛି । ତେବେ ବିଜେପି  ଚାଣକ୍ୟ ଅମିତ୍ ଶାହାଙ୍କ ସହ ଏହି ଫାଇନାଲ ବୈଠକରେ ମେଣ୍ଟର ଭାଗ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି । ଏମିତିରେ ପାର୍ଟିର ଶୀର୍ଷ ନେତୃତ୍ବଙ୍କ ଶେଷ ନିଷ୍ପତ୍ତିକୁ ଅପେକ୍ଷା କରି ବସିଛନ୍ତି ଦଳୀୟ ନେତା ।  

ଦିଲ୍ଲୀରେ ବିଜେପିର କସରତ ଚାଲିଥିବା ବେଳେ ମେଣ୍ଟକୁ ନେଇ ନୀରବ ଥିବା ବିଜେଡି କ୍ୟାମ୍ପରେ ଦେଖିବାକୁ ମିଳିଛି ହଲଚଲ । ଆସନ୍ତାକାଲି ନବୀନ ନିବାସରେ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଏହି ବୈଠକକୁ ଦଳର ବରିଷ୍ଠ ନେତା, ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ଡକାଯାଇଛି । କୁହାଯାଉଛି ବିଜେଡି ମଧ୍ୟ ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି । ଏମିତିରେ ଆସନ୍ତାକାଲିର ବୈଠକରେ ଆଗାମୀ ନିର୍ବାଚନ ନେଇ ରଣନୀତି ଚୂଡ଼ାନ୍ତ ହୋଇପାରେ । ଦଳୀୟ ନେତାଙ୍କ ସହ ଏ ବାବଦରେ ଆଲୋଚନା କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ବିଜେଡି ନେତାଙ୍କ କହିବା କଥା ମେଣ୍ଟ ପ୍ରସଙ୍ଗରେ ନବୀନଙ୍କ ନିଷ୍ପତ୍ତି ହିଁ ଦଳରେ ସର୍ବମାନ୍ୟ ହେବ । 

ଗୋଟେ ପଟେ ଦିଲ୍ଲୀରେ ରାଜ୍ୟ ନେତୃତ୍ବଙ୍କ ସହ ଅମିତ୍ ଶାହାଙ୍କ ବୈଠକ । ଠିକ୍ ସେହି ସମୟରେ ଅନ୍ୟପଟେ ଗୁରୁତ୍ବପୂର୍ଣ୍ଣ ବୈଠକ ପାଇଁ ବିଜେଡିର ଡାକରା । ମେଣ୍ଟ ଚର୍ଚ୍ଚା ଭିତରେ ଦୁଇ ଦଳର ଏହି କସରତ କ’ଣ ସୂଚନା ଦେଉଛି ?  ଦୁଇ ଦଳ ଭିତରେ ମେଣ୍ଟ ଫାଇନାଲ ହେବ ନା’ ଅନ୍ୟ କିଛି ବାଟ ବାହାରିବ। ଦୀର୍ଘ ୮ ଦିନର ମେଣ୍ଟ ଚର୍ଚ୍ଚା ଭିତରେ ଯେତେବେଳେ ଦୁଇ ଦଳର ଶୀର୍ଷ ନେତୃତ୍ବଙ୍କ ସହ ଦଳୀୟ ନେତାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ହେଉଛି ସେତେବେଳେ ଖୁବ୍ ଶୀଘ୍ର ମେଣ୍ଟ ଚିତ୍ର ସ୍ପଷ୍ଟ ହେବ ଆଉ ଦୀର୍ଘ ଦିନର ଚର୍ଚ୍ଚାରେ କ୍ଲାଇମାକ୍ସ ଆସିବ ବୋଲି ଆଣା କରାଯାଉଛି ।