ଖୁବ୍ ଶୀଘ୍ର ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି, ECI ଆରମ୍ଭ କଲେ ନିର୍ବାଚନ ପ୍ରସ୍ତୁତି
ନୂଆଦିଲ୍ଲୀ ୨୩।୭: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିବା ବୁଧବାର ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ପରବର୍ତ୍ତି ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଏହି ସୂଚନାରୁ ସ୍ପଷ୍ଟ ହୋଇଛି। ଏହି କାର୍ଯ୍ୟ ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୁସାରେ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ଅନୁସାରେ ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଉଭୟ ସଦନର ସାଂସଦଙ୍କ ନିର୍ବାଚନମଣ୍ଡଳି ଗଠନ ଓ ନିର୍ବାଚନ ଅଧିକାରୀଙ୍କ ଚୟନ ଆରମ୍ଭ କରିଛନ୍ତି। ଏହି ନିର୍ବାଚନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଅଧିନିୟମ ୧୯୫୨ ଓ ରାଷ୍ଟ୍ରପତି ଉପରାଷ୍ଟ୍ରପତି ନିର୍ବାଚନ ନିୟମ ୧୯୭୪ର ପ୍ରାବଧାନ ଅନୁସାରେ ସମ୍ପନ୍ନ ହେବ। ଏଣୁ ଲୋକସଭା ଓ ରାଜ୍ୟସଭାର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କ ନିର୍ବାଚନମଣ୍ଡଳି ସୂଚୀ ଏବେ ପ୍ରସ୍ତୁତ ହେଉଛି। Election Commission of India starts preparations relating to the Vice-Presidential Elections, 2025.On completion of the preparatory activities, the announcement of the Election Schedule to the office of the Vice-President of India will follow as soon as possible, says Election… pic.twitter.com/44DUFeYC7F— ANI (@ANI) July 23
ନୂଆଦିଲ୍ଲୀ ୨୩।୭: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଥିବା ବୁଧବାର ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ପରବର୍ତ୍ତି ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଏହି ସୂଚନାରୁ ସ୍ପଷ୍ଟ ହୋଇଛି। ଏହି କାର୍ଯ୍ୟ ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୁସାରେ ଆରମ୍ଭ ହୋଇଛି।
କାର୍ଯ୍ୟକ୍ରମ ଅନୁସାରେ ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଉଭୟ ସଦନର ସାଂସଦଙ୍କ ନିର୍ବାଚନମଣ୍ଡଳି ଗଠନ ଓ ନିର୍ବାଚନ ଅଧିକାରୀଙ୍କ ଚୟନ ଆରମ୍ଭ କରିଛନ୍ତି। ଏହି ନିର୍ବାଚନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଅଧିନିୟମ ୧୯୫୨ ଓ ରାଷ୍ଟ୍ରପତି ଉପରାଷ୍ଟ୍ରପତି ନିର୍ବାଚନ ନିୟମ ୧୯୭୪ର ପ୍ରାବଧାନ ଅନୁସାରେ ସମ୍ପନ୍ନ ହେବ। ଏଣୁ ଲୋକସଭା ଓ ରାଜ୍ୟସଭାର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କ ନିର୍ବାଚନମଣ୍ଡଳି ସୂଚୀ ଏବେ ପ୍ରସ୍ତୁତ ହେଉଛି।
Election Commission of India starts preparations relating to the Vice-Presidential Elections, 2025.
On completion of the preparatory activities, the announcement of the Election Schedule to the office of the Vice-President of India will follow as soon as possible, says Election… pic.twitter.com/44DUFeYC7F— ANI (@ANI) July 23, 2025
ଏହି କ୍ରମରେ ମୁଖ୍ୟନିର୍ବାଚନ ଅଧିକାରୀ ଓ ସହାୟକ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏଥି ପାଇଁ ପିଛିଲା ଉପରାଷ୍ଟ୍ରପତି ନିର୍ବାଚନ ସୂଚନା ଓ ପୃଷ୍ଠଭୂମି ସାମଗ୍ରୀ ପ୍ରସ୍ତୁତି କରାଯାଉଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ସେ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ନିର୍ବାଚନ ଅଧିକାରୀଙ୍କ ସୂଚୀକୁ ଚୂଡ଼ାନ୍ତ ରୂପ ଦେଉଛନ୍ତି। ଆୟୋଗ କହିଛନ୍ତି ଯେ ପ୍ରସ୍ତୁତି ଶେଷ ହେବା ପରେ ଖୁବଶୀଘ୍ର ଉପରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରାଯିବ।
ଉଲ୍ଲେଖଯୋଗ୍ୟ ଯେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ୨୧ ଜୁଲାଇ ସୋମବାର ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦବୀରୁ ଇସ୍ତଫା ଦେଇଥିଲେ। ତେବେ ତାଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟ ୨୦୨୭ରେ ସମାପ୍ତ ହେବାର ଥିଲା।
ଭାରତର ଉପରାଷ୍ଟ୍ରପତି ପଦବୀ ନିମନ୍ତେ ଯୋଗ୍ୟତା
ଭାରତର ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ପାଇଁ ପ୍ରାର୍ଥୀ ପ୍ରଥମେ ଭାରତର ନାଗରିକ ହୋଇଥିବେ। ତାଙ୍କର ସର୍ବନିମ୍ନ ଆୟୁ ୩୫ ବର୍ଷରୁ କମ୍ ହୋଇ ନଥିବା ଆବଶ୍ୟକ ଓ ରାଜ୍ୟସଭା ସାଂସଦ ନିର୍ବାଚନ ନିମନ୍ତେ ତାଙ୍କର ସମସ୍ତ ଯୋଗ୍ୟତା ଥିବା ଆବଶ୍ୟକ। ସେହିପରି ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ପାଇଁ ପ୍ରାର୍ଥୀ ଭାରତ ସରକାର, କୌଣସି ରାଜ୍ୟ ସରକାର, ସ୍ୱାୟତ୍ତ ସଂସ୍ଥା ଅଥବା ପ୍ରାଧିକରଣ ଅଧିନରେ ଲାଭପ୍ରଦ ପଦପଦବୀରେ ନଥିବେ।