ଖୁବ୍ ଶୀଘ୍ର ବାପା ହେବାକୁ ଚାହୁଁଛନ୍ତି Vijay Deverakonda, ବିବାହକୁ ନେଇ କଲେ ଖୁଲାସା
ମୁମ୍ଵାଇ ୩୧।୦୩:ସାଉଥ୍ ଷ୍ଟାର ବିଜୟ ଦେବରାକୋଣ୍ଡା। ପୁଣିଥରେ ବିବାହ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ବିଜୟ ନିଜେ ତାଙ୍କ ବିବାହକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ସେ ବର ହେବାକୁ ପ୍ରସ୍ତୁତ ଅଛନ୍ତି। ଅଭିନେତା ତାଙ୍କ ବିବାହ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ନିକଟରେ ବିଜୟ ତାମିଲନାଡୁରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଦି ଫ୍ୟାମିଲି ଷ୍ଟାରର ପ୍ରମୋସନ କରୁଥିଲେ। ଯେତେବେଳେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ସେ ଖୁବ୍ ଶୀଘ୍ର ବିବାହ କରିବାର ପ୍ଲାନିଂ କରୁଛନ୍ତି କି? ବିଜୟ ଉତ୍ତରେ କହିଥିଲେ ଯେ ସେ ବିବାହ କରିବାକୁ ଏବଂ ପିତା ହେବାକୁ ଚାହୁଁଛନ୍ତି। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ବିବାହ ପୂର୍ବରୁ ଆଉ କିଛି ସମୟ ଯାଏଁ ବ୍ୟାଚଲର ରହିବାକୁ ଚାହୁଁଛି।ବିଜୟ ଦେବରାକୋଣ୍ଡା ପ୍ରେମ ବିବାହ କରିବେବିଜୟ କହିଛନ୍ତି ମୁଁ ମଧ୍ୟ ବିବାହ କରି ପିତା ହେବାକୁ ଚାହୁଁଛି। ସେ ପ୍ରେମ ବିବାହ କରିବେ ବୋଲି ମଧ୍ୟ ନିଶ୍ଚିତ କରିଛନ୍ତି। ଅଭିନେତା କହିଛନ୍ତି ଯେ ତାଙ୍କ ପାଇଁ ହେବାକୁ ଥିବା କନିଆକୁ ତାଙ୍କ ପିତାମାତା ପସନ୍ଦ କରିବା ଉଚିତ୍। ବିଜୟ ତାଙ୍କ ବିବାହ ଯୋଜନାରେ ତାଙ୍କ ଗୁଜବ ଗର୍ଲଫ୍ରେଣ୍ଡ୍ ରଶ୍ମିକାଙ୍କ ବିଷୟରେ କୌଣସି କିଛି କହିନାହାଁନ୍ତି। ଚଳିତ ବର୍ଷ ଫେବୃଆରୀରେ ବିଜୟ ଏବଂ ରଶ୍ମିକାଙ୍କ ନିର୍ବନ୍ଧ କରିବା ନେଇ ଖବର ଭାଇରାଲ ହୋଇଥିଲା। ତା’ପରେ ବିଜୟ ଏହି ଗୁଜବରେ ପୁର୍ଣ୍ଣଚ୍ଛେଦ ପକାଇଥ
ମୁମ୍ଵାଇ ୩୧।୦୩:ସାଉଥ୍ ଷ୍ଟାର ବିଜୟ ଦେବରାକୋଣ୍ଡା। ପୁଣିଥରେ ବିବାହ ଖବରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ବିଜୟ ନିଜେ ତାଙ୍କ ବିବାହକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ସେ ବର ହେବାକୁ ପ୍ରସ୍ତୁତ ଅଛନ୍ତି। ଅଭିନେତା ତାଙ୍କ ବିବାହ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ନିକଟରେ ବିଜୟ ତାମିଲନାଡୁରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଦି ଫ୍ୟାମିଲି ଷ୍ଟାରର ପ୍ରମୋସନ କରୁଥିଲେ। ଯେତେବେଳେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ସେ ଖୁବ୍ ଶୀଘ୍ର ବିବାହ କରିବାର ପ୍ଲାନିଂ କରୁଛନ୍ତି କି? ବିଜୟ ଉତ୍ତରେ କହିଥିଲେ ଯେ ସେ ବିବାହ କରିବାକୁ ଏବଂ ପିତା ହେବାକୁ ଚାହୁଁଛନ୍ତି। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ବିବାହ ପୂର୍ବରୁ ଆଉ କିଛି ସମୟ ଯାଏଁ ବ୍ୟାଚଲର ରହିବାକୁ ଚାହୁଁଛି।

ବିଜୟ ଦେବରାକୋଣ୍ଡା ପ୍ରେମ ବିବାହ କରିବେ
ବିଜୟ କହିଛନ୍ତି ମୁଁ ମଧ୍ୟ ବିବାହ କରି ପିତା ହେବାକୁ ଚାହୁଁଛି। ସେ ପ୍ରେମ ବିବାହ କରିବେ ବୋଲି ମଧ୍ୟ ନିଶ୍ଚିତ କରିଛନ୍ତି। ଅଭିନେତା କହିଛନ୍ତି ଯେ ତାଙ୍କ ପାଇଁ ହେବାକୁ ଥିବା କନିଆକୁ ତାଙ୍କ ପିତାମାତା ପସନ୍ଦ କରିବା ଉଚିତ୍। ବିଜୟ ତାଙ୍କ ବିବାହ ଯୋଜନାରେ ତାଙ୍କ ଗୁଜବ ଗର୍ଲଫ୍ରେଣ୍ଡ୍ ରଶ୍ମିକାଙ୍କ ବିଷୟରେ କୌଣସି କିଛି କହିନାହାଁନ୍ତି।
ଚଳିତ ବର୍ଷ ଫେବୃଆରୀରେ ବିଜୟ ଏବଂ ରଶ୍ମିକାଙ୍କ ନିର୍ବନ୍ଧ କରିବା ନେଇ ଖବର ଭାଇରାଲ ହୋଇଥିଲା। ତା’ପରେ ବିଜୟ ଏହି ଗୁଜବରେ ପୁର୍ଣ୍ଣଚ୍ଛେଦ ପକାଇଥିଲେ । କହିଥିଲେ ଯେ ମୁଁ ପ୍ରତିବର୍ଷ ଏହି ଗୁଜବ ଶୁଣୁଛି । ସେମାନେ ମୋ ବିଷୟରେ ନା ନା କଥା ଭାବୁଛନ୍ତି । ମୋ ବିବାହ କରିବା ପାଇଁ ଅପେକ୍ଷା କରି ରହିଛନ୍ତି। କହିବାକୁ ଗଲେ ଉଭୟ ଡେଟିଂକୁ ଅସ୍ୱୀକାର କରୁଛନ୍ତି।