ଖୁବ୍ଶୀଘ୍ର ଆଉ ୩ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ: ସ୍ବାସ୍ଥ୍ୟମନ୍ତ୍ରୀ
କଟକ,୧୨ା୭(ଶିଳ୍ପା ପ୍ରିୟଦର୍ଶିନୀ)- ରାଜ୍ୟରେ ଖୁବ୍ଶୀଘ୍ର ଆଉ ୩ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ରହିଛି। ଆଗାମୀ ଦିନରେ ଯାଜଯୁର, କନ୍ଧମାଳ ଓ ତାଳଚେରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ଶୁକ୍ରବାର କଟକ ଏସ୍ସିବି ମେଡିକାଲ ଗସ୍ତରେ ଆସି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଏସ୍ସିବି ମେଡିକାଲସ୍ଥିତ ହେରିଟେଜ୍ ଅଡିଟୋରିୟମରେ ଓଡ଼ିଶା ମେଡିକାଲ କଲେଜ ଟିର୍ଚ୍ସ ଆସୋସିଏଶନ(ଓମ୍ଟା)ର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ଯୋଗଦେଇ କହିଛନ୍ତି, […] The post ଖୁବ୍ଶୀଘ୍ର ଆଉ ୩ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ: ସ୍ବାସ୍ଥ୍ୟମନ୍ତ୍ରୀ appeared first on Dharitri Odia News.
କଟକ,୧୨ା୭(ଶିଳ୍ପା ପ୍ରିୟଦର୍ଶିନୀ)- ରାଜ୍ୟରେ ଖୁବ୍ଶୀଘ୍ର ଆଉ ୩ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଏବେ ରାଜ୍ୟରେ ୧୧ଟି ମେଡିକାଲ କଲେଜ ରହିଛି। ଆଗାମୀ ଦିନରେ ଯାଜଯୁର, କନ୍ଧମାଳ ଓ ତାଳଚେରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ଶୁକ୍ରବାର କଟକ ଏସ୍ସିବି ମେଡିକାଲ ଗସ୍ତରେ ଆସି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।
ଏସ୍ସିବି ମେଡିକାଲସ୍ଥିତ ହେରିଟେଜ୍ ଅଡିଟୋରିୟମରେ ଓଡ଼ିଶା ମେଡିକାଲ କଲେଜ ଟିର୍ଚ୍ସ ଆସୋସିଏଶନ(ଓମ୍ଟା)ର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ଯୋଗଦେଇ କହିଛନ୍ତି, କାର୍ଯ୍ୟକ୍ଷମ ପାଇଁ ଉକ୍ତ ୩ ମେଡିକାଲ କଲେଜ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାଜପୁର ପାଇଁ ୫୦ ସିଟ୍ର ଅନୁମତି ଜାତୀୟ ମେଡିକାଲ କାଉନ୍ସିଲ୍ଠାରୁ ମିଳିଛି। ବାକି ୨ଟି ମେଡିକାଲ କଲେଜ ପାଇଁ ଖୁବ୍ଶୀଘ୍ର ଆବେଦନ କରାଯିବ। ଏବେ ଓଡ଼ିଆ ଭାଷାରେ ଡାକ୍ତରୀ ଛାତ୍ରୀଛାତ୍ର ପାଠ ପଢ଼ିବେ। ରାଜ୍ୟ ସରକାର ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ। ରୋଗୀ ଏବଂ ଚିକିତ୍ସକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବା ଦରକାର। ଏହାଦ୍ୱାରା ଅଧିକାଂଶ ରୋଗୀ ଭଲ ହେବା ସହ ଉନ୍ନତ ମାନର ସେବା ପାଇପାରିବେ ବୋଲି ମହାଲିଙ୍ଗ କହିଛନ୍ତି।
The post ଖୁବ୍ଶୀଘ୍ର ଆଉ ୩ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ: ସ୍ବାସ୍ଥ୍ୟମନ୍ତ୍ରୀ appeared first on Dharitri Odia News.