ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌  ଆସିବ। ପ୍ରଶଂସକମାନେ ପ୍ରତ୍ୟେକ ସିଜନ୍‌ରେ ବହୁତ ଭଲ ପାଇବା ଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି କେବିସି ପାଇଁ ପଞ୍ଜୀକରଣ କେବେ ଏବଂ କିପରି? ଅମିତାଭ ଆଜିକାଲି ବହୁତ ବ୍ୟସ୍ତ ଅଛନ୍ତି। କୁଇଜ୍‌ ଶୋ’ ‘କୌନ୍‌ ବନେଗା କରୋଡ଼ପତି’ ସିଜନ ୧୬ର ଶୁଟିଂ ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି। […] The post ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ appeared first on Dharitri Odia News.

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌  ଆସିବ। ପ୍ରଶଂସକମାନେ ପ୍ରତ୍ୟେକ ସିଜନ୍‌ରେ ବହୁତ ଭଲ ପାଇବା ଦିଅନ୍ତି। କିନ୍ତୁ ଆପଣ ଜାଣନ୍ତି କି କେବିସି ପାଇଁ ପଞ୍ଜୀକରଣ କେବେ ଏବଂ କିପରି?

ଅମିତାଭ ଆଜିକାଲି ବହୁତ ବ୍ୟସ୍ତ ଅଛନ୍ତି। କୁଇଜ୍‌ ଶୋ’ ‘କୌନ୍‌ ବନେଗା କରୋଡ଼ପତି’ ସିଜନ ୧୬ର ଶୁଟିଂ ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି। ନିକଟରେ ସେ ତାଙ୍କ ବ୍ଲଗ ମାଧ୍ୟମରେ କହିଥିଲେ ଯେ, ସେ ଏହି ସିଜନ ପାଇଁ କଠିନ ପରିଶ୍ରମ କରୁଛନ୍ତି। ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଶୋ’ ପାଇଁ ପଞ୍ଜୀକରଣ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଶୋ’ ପାଇଁ ଆପଣ କିପରି ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ କରିପାରିବେ ଜାଣନ୍ତୁ…

ବିଗ୍‌ ବି’ଙ୍କ କୁଇଜ ଶୋ’ ପାଇଁ ପଞ୍ଜୀକରଣର ଦୁଇଟି ପଦ୍ଧତି ଅଛି। ଯେଉଁଥିରେ ଆପଣଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବିବରଣୀ ଦେବାକୁ ପଡ଼ିବ। ଏହା ବ୍ୟତୀତ ସୋନି ଲାଇଭ୍‌ ଆପ୍‌ ମାଧ୍ୟମରେ ଅନ୍ୟ ଏକ ଉପାୟ ରହିଛି। ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ ୨୬ ଏପ୍ରିଲରେ ସୋନି ଟିଭିରେ ରାତି ୯ଟାରୁ ଆରମ୍ଭ ହେବାକୁ ଯାଉଛ। ପଞ୍ଜୀକରଣ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଉତ୍ତର ଦେବାକୁ ପଡ଼ିବ ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ କିମ୍ବା ସୋନି ଲାଇଭ୍‌ ଆପ୍‌ରେ ଲଗ୍‌ଇନ୍‌ କରି ବିବରଣୀ ପ୍ରଦାନ କରିବାକୁ ପଡ଼ିବ। ସେତେବେଳେ ପ୍ରତିଯୋଗୀ ଆଗକୁ ପଢ଼ିବେ।

The post ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ appeared first on Dharitri Odia News.