ଖୁସି ଖବର: ବଜାରକୁ ଆସିବ ଚିକେନ-ମଟନର ସ୍ବାଦ ଦେଉଥିବା ଛତୁ…

ସୋଲନ,୨୫।୧ : ଶାକାହାରୀମାନେ ଯେଉଁମାନେ ଆମିଷ ଖାଦ୍ୟରୁ ଦୂରେଇ ରୁହନ୍ତି ସେମାନେ ଏବେ ଛତୁରେ ଚିକେନ ଏବଂ ମଟନର ସ୍ବାଦ ପାଇ ପାରିବେ। ସେମାନଙ୍କ ପାଇଁ ଏଭଳି ଛତୁ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ। ସୋଲାନର ସେଣ୍ଟ୍ରାଲ ମଶରୁମ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ, ଦେଶରେ ପ୍ରଥମ ଥର ପାଇଁ ଏଭଳି ଛତୁର ଗବେଷଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯାହା ଚିକେନ ଏବଂ ମଟନର ସ୍ବାଦ ଦେଇ ପାରିବ । ଯେଉଁମାନେ ମାଂସ ଖାଉ ନାହାନ୍ତି ସେମାନଙ୍କ […] The post ଖୁସି ଖବର: ବଜାରକୁ ଆସିବ ଚିକେନ-ମଟନର ସ୍ବାଦ ଦେଉଥିବା ଛତୁ… appeared first on Dharitri Odia News.

ଖୁସି ଖବର: ବଜାରକୁ ଆସିବ ଚିକେନ-ମଟନର ସ୍ବାଦ ଦେଉଥିବା ଛତୁ…

ସୋଲନ,୨୫।୧ : ଶାକାହାରୀମାନେ ଯେଉଁମାନେ ଆମିଷ ଖାଦ୍ୟରୁ ଦୂରେଇ ରୁହନ୍ତି ସେମାନେ ଏବେ ଛତୁରେ ଚିକେନ ଏବଂ ମଟନର ସ୍ବାଦ ପାଇ ପାରିବେ। ସେମାନଙ୍କ ପାଇଁ ଏଭଳି ଛତୁ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ। ସୋଲାନର ସେଣ୍ଟ୍ରାଲ ମଶରୁମ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ, ଦେଶରେ ପ୍ରଥମ ଥର ପାଇଁ ଏଭଳି ଛତୁର ଗବେଷଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଯାହା ଚିକେନ ଏବଂ ମଟନର ସ୍ବାଦ ଦେଇ ପାରିବ ।

ଯେଉଁମାନେ ମାଂସ ଖାଉ ନାହାନ୍ତି ସେମାନଙ୍କ ପାଇଁ ଏହି ଛତୁ ଏକ ଉତ୍ତମ ବିକଳ୍ପ ହେବ। ଏହି ଛତୁର ନାମ ଭେଗାନମିଟ ରଖାଯାଇଛି । ବୈଜ୍ଞାନିକମାନେ ଦାବି କରିଛନ୍ତି ଏଥିରେ ଚିକେନ ଏବଂ ମଟନ ଅପେକ୍ଷା ଅଧିକ ପ୍ରୋଟିନ ରହିବ, ମାତ୍ର ଚର୍ବି କମ ରହିବ । ଏହାର ରଙ୍ଗ ଏବଂ ଆକୃତିର ମଟନ ପରି ଦେଖାଯିବ। ଏଥିରେ କମ ସୋଡିୟମ ଏବଂ କୋଲେଷ୍ଟ୍ରଲ ମଧ୍ୟ ରହିବ, ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବ। ମାଇସେଲିୟମ ଏବଂ ଅନ୍ୟାନ୍ୟ କୌଶଳ ବ୍ୟବହାର କରି ଏହି ଛତୁ ପ୍ରସ୍ତୁତ କରିବାକୁ ଗବେଷଣା ଚାଲିଛି ।

ଛତୁ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡକ୍ଟର ଭି.ପି ଶର୍ମା କହିଛନ୍ତି ଶାକାହାରୀ ଖାଦ୍ୟକୁ ଭଲ ପାଉଥିବା ଲୋକେ ଏହାକୁ ଖାଇ ପାରିବେ ନାହିଁ। ବର୍ତ୍ତମାନ ସମସ୍ତେ ଛତୁରେ ଚିକେନ-ମଟନର ସ୍ବାଦ ଚାଖିପାରିବେ। ଏହା ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟକୁ ଭଲ ରଖିବ। ଔଷଧୀୟ ଗୁଣରେ ଭରପୂର ଏହି ଛତୁ ଉପରେ ଡିଏମଆର ପୂର୍ବରୁ ଗବେଷଣା କରିସାରିଛି।

ଏହି ଛତୁର ପ୍ରସ୍ତୁତି, ସ୍ବାଦ, ରଙ୍ଗ ଏବଂ ଅନ୍ୟ ସମସ୍ତ ଛତୁଠାରୁ ଭିନ୍ନ ହେବ। ଅନ୍ୟ ଅନେକ ଦେଶ ମଧ୍ୟ ଏହା ଉପରେ କାର୍ଯ୍ୟ କରୁଛନ୍ତି। ସଂପୃକ୍ତ ଦେଶମାନେ ଏହାକୁ ପ୍ରସ୍ତୁତ କରିବାର ପଦ୍ଧତି ପ୍ରକାଶ କରିନାହାନ୍ତି। ଏହି କାରଣରୁ, ଡିଏମଆର ମଧ୍ୟ ଏ ବିଷୟରେ ଅଧିକ ସୂଚନା ଅଂଶୀଦାର କରିନାହିଁ। ଡକ୍ଟର ଭି.ପି ଶର୍ମା କହିଛନ୍ତି ଡକ୍ଟର ବ୍ରିଜଲାଲ ଅତ୍ରୀ, ଡ.ଅନୁରାଧା ଶ୍ରୀବାସ୍ତବ ଏହା ଉପରେ କାର୍ଯ୍ୟ କରୁଛନ୍ତି।

The post ଖୁସି ଖବର: ବଜାରକୁ ଆସିବ ଚିକେନ-ମଟନର ସ୍ବାଦ ଦେଉଥିବା ଛତୁ… appeared first on Dharitri Odia News.