ଖୁସି ଖବର; ରାସନକାର୍ଡ ହିତାଧିକାରୀ ପାଇବେ ଚାଉଳ ସହ ଗହମ
ଗତ ବିଜେଡି ସରକାର ୨୦୨୦-୨୧ ମସିହାରୁ ରାଜ୍ୟରେ ହିତାଧିକାରୀଙ୍କୁ ସାଧାରଣବଣ୍ଟନ ବ୍ୟବସ୍ଥାରେ ଗହମ ଦେବା ବନ୍ଦ କରି ଦେଇଥିଲେ।
ଏଣିକି ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ। ମୁଣ୍ଡପିଛା ମାସକୁ ୪ କିଲୋ ଚାଉଳ ଓ ୧କିଲୋ ଗହମ ମିଳିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି।
ମନ୍ତ୍ରୀ କହିଛନ୍ତି, ଲୋକଙ୍କର ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏହି ଦାବି ରଖାଯାଇଛି। ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ମିଳିବ। ତେବେ ପୂର୍ବରୁ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳୁଥିବା ଗହମକୁ ବନ୍ଦ କରି ଦେଇଥିଲେ ପୂର୍ବ ସରକାର। ଅଧିକ ଚାଉଳ ଦେବାକୁ କେନ୍ଦ୍ରକୁଦାବି କରାଯିବା ପରେ ଗହମ ଯୋଗାଣକୁ ବନ୍ଦ କରି ଦିଆଯାଇଥିଲା। ପୂର୍ବସରକାର ଗହମକୁ ବନ୍ଦ କରି ରାସନ କାର୍ଡ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଇ ଦେଉଥିଲେ।ଏବେ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ହିତାଧିକାରୀମାନେ ଚାଉଳ ସହ ଗହମ ପାଇବେ।
ଗତ ବିଜେଡି ସରକାର ୨୦୨୦-୨୧ ମସିହାରୁ ରାଜ୍ୟରେ ହିତାଧିକାରୀଙ୍କୁ ସାଧାରଣବଣ୍ଟନ ବ୍ୟବସ୍ଥାରେ ଗହମ ଦେବା ବନ୍ଦ କରି ଦେଇଥିଲେ। ନିର୍ଦ୍ଧାରିତ ଗହମ କୋଟା ଖର୍ଚ୍ଚ କରିବାରେ ବିଫଳ ତତ୍କାଳିନୀ ବିଜେଡି ସରକାର ରାଜ୍ୟର ହିତାଧିକାରୀଙ୍କୁ କେବଳ ଚାଉଳ ଦେବା ପାଇଁ ସେତେବଳେ ନିଷ୍ପତ୍ତି ନେଇଥିଲେ।