ଖୁସିରେ ଝୁମିଲେ ମାଲିକାଣୀ କାବ୍ୟା ମାରନ

ଡର୍ବାନ୍‌,୧୧।୨: ଦକ୍ଷିଣ ଆଫ୍ରିକା ଟି-୨୦ଲିଗର ଫାଇନାଲ୍‌ ମ୍ୟାଚ ସନରାଇଜର୍ସ ଇଷ୍ଟର୍ଣ୍ଣ କେପ ଏବଂ ଡର୍ବାନ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା। ଟାଇଟଲ ମ୍ୟାଚରେ ସନରାଇଜର୍ସ ସୁପର ଜିଆଣ୍ଟସକୁ ୮୯ ରନ୍‌ରେ ପରାସ୍ତ କରି ଟାଇଟଲ ଜିତିଥିଲା। କ୍ରମାଗତ ଦ୍ୱିତୀୟ ଥର ପାଇଁ ସନରାଇଜର୍ସ ଦଳ ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ ଚାମ୍ପିଅନ ହୋଇଛି। ଫାଇନାଲରେ ସନରାଇଜର୍ସଙ୍କ ବିଜୟରେ ଦଳର ମାଲିକାଣୀ କାବ୍ୟା ମାରନ ଖୁସିରେ ଝୁମିଥିଲେ। ଆଇପିଏଲ୍‌ରେ ମଧ୍ୟ ସନରାଇଜର୍ସ ମ୍ୟାଚ ଜିତନ୍ତୁ କିମ୍ବା ହାରୁ କାବ୍ୟା […] The post ଖୁସିରେ ଝୁମିଲେ ମାଲିକାଣୀ କାବ୍ୟା ମାରନ appeared first on Dharitri Odia News.

ଖୁସିରେ ଝୁମିଲେ ମାଲିକାଣୀ କାବ୍ୟା ମାରନ

ଡର୍ବାନ୍‌,୧୧।୨: ଦକ୍ଷିଣ ଆଫ୍ରିକା ଟି-୨୦ଲିଗର ଫାଇନାଲ୍‌ ମ୍ୟାଚ ସନରାଇଜର୍ସ ଇଷ୍ଟର୍ଣ୍ଣ କେପ ଏବଂ ଡର୍ବାନ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଥିଲା। ଟାଇଟଲ ମ୍ୟାଚରେ ସନରାଇଜର୍ସ ସୁପର ଜିଆଣ୍ଟସକୁ ୮୯ ରନ୍‌ରେ ପରାସ୍ତ କରି ଟାଇଟଲ ଜିତିଥିଲା। କ୍ରମାଗତ ଦ୍ୱିତୀୟ ଥର ପାଇଁ ସନରାଇଜର୍ସ ଦଳ ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ ଚାମ୍ପିଅନ ହୋଇଛି। ଫାଇନାଲରେ ସନରାଇଜର୍ସଙ୍କ ବିଜୟରେ ଦଳର ମାଲିକାଣୀ କାବ୍ୟା ମାରନ ଖୁସିରେ ଝୁମିଥିଲେ। ଆଇପିଏଲ୍‌ରେ ମଧ୍ୟ ସନରାଇଜର୍ସ ମ୍ୟାଚ ଜିତନ୍ତୁ କିମ୍ବା ହାରୁ କାବ୍ୟା ସର୍ବଦା ଚର୍ଚ୍ଚାରେ ଥାନ୍ତି। ଟାଇଟଲ ମ୍ୟାଚରେ ଟସ ସନରାଇଜର୍ସ ସପକ୍ଷ ଥିଲା ଏବଂ ସେମାନେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦ ଓଭରରେ ୩ ଉଇକେଟ ହରାଇ ୨୦୪ ରନ ସଂଗ୍ରହ କରିଥିଲେ। ଏହାପରେ ବିପକ୍ଷଙ୍କ ଦଳ ଟାର୍ଗେଟ୍‌ରେ ପହଞ୍ଚି ପାରି ନ ଥିଲା।

The post ଖୁସିରେ ଝୁମିଲେ ମାଲିକାଣୀ କାବ୍ୟା ମାରନ appeared first on Dharitri Odia News.