ଖୁଡ଼ିକୁ ପଥରରେ ଛେଚି ହତ୍ୟା କଲା ପୁତୁରା

ପୁତୁରା ରାଜେଶ ମିର୍ଧାକୁ ପୁଲିସ ଗିରଫ କରିଛି।

ଖୁଡ଼ିକୁ ପଥରରେ ଛେଚି ହତ୍ୟା କଲା ପୁତୁରା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜ ଖୁଡିକୁ ଜଣେ ବ୍ୟକ୍ତି ପଥରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ପଞ୍ଚାୟତର ଅସୁର ଖୋଲ ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ ପଦ୍ମା ମିର୍ଧା। ପୁତୁରା ରାଜେଶ ମିର୍ଧାକୁ ପୁଲିସ ଗିରଫ କରିଛି।

ପଦ୍ମା ପାଖରେ ଥିବା ନାଳକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ରାଜେଶ ଏକ ବାଡ଼ି ଆଣି ପଦ୍ମାଙ୍କ ମୁଣ୍ଡକୁ ବାଡ଼େଇ ଦେଇଥିଲେ। ସେ ତଳେ ପଡ଼ିଯାଇଥିଲେ। ପରେ ରାଜେଶ  ପଦ୍ମାଙ୍କୁ ପଥର ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ରାଜେଶ ପୂର୍ବରୁ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ଜଣାଯାଇଛି।