ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଉଦଘାଟିତ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ଠାରେ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ସ୍ଥାନୀୟ କୋର୍ଟ ସାହି ସ୍ଥିତ ଏକ ଅସ୍ଥାୟୀ କୋଠାରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉଦଘାଟନୀ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁରେଶୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବଡଖେମୁଣ୍ଡି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଉଦଗାତା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ବୋମକେଇ ଗ୍ରାମ ଶିବାନନ୍ଦ ନୋଡାଲ ହାଇସ୍କୁଲର ସହକାରୀ […] The post ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଉଦଘାଟିତ appeared first on Dharitri Odia News.

ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଉଦଘାଟିତ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ଠାରେ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ସ୍ଥାନୀୟ କୋର୍ଟ ସାହି ସ୍ଥିତ ଏକ ଅସ୍ଥାୟୀ କୋଠାରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଉଦଘାଟନୀ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁରେଶୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବଡଖେମୁଣ୍ଡି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଉଦଗାତା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ବୋମକେଇ ଗ୍ରାମ ଶିବାନନ୍ଦ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷକ ବିଶନାଥ ମିଶ୍ର, ମୋହନା ହିଲଟପ କଲେଜର ଅଧ୍ୟାପକ ଡ଼.ଅନ୍ତର୍ଯ୍ୟାମୀ ଗୌଡ଼, ଖେମୁଣ୍ଡି ଓକିଲ ସଂଘ ର ପ୍ରାକ୍ତନ ସଭାପତି ହର ପ୍ରସାଦ ରଥ,ପ୍ରାକ୍ତନ ସମ୍ପାଦକ ଅଶେଷ ନାଥ ମିଶ୍ର,ଅବସରପ୍ରାପ୍ତ କଳା ଶିକ୍ଷକ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ରାମାନୁଜ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ। ଚିତ୍ରଶିଳ୍ପୀ ଅମର ନାୟକ ସ୍ବାଗତ ସଙ୍ଗୀତ ଭଜନ ପରିବେଷଣ କରିଥିବା ବେଳେ ଉତ୍କଳ ଦିବସର ଅନୁଚିନ୍ତା ଏବଂ ଦିଗପହଣ୍ଡି ସହରରେ ଚିତ୍ରକଳା ବିଦ୍ୟାଳୟର ଆବଶ୍ୟକତା ସମ୍ପର୍କରେ ଅତିଥି ବୃନ୍ଦ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଆଇନଜୀବୀ ରସାନନ୍ଦ ରାଉତ,ପି.ଶିବଶଙ୍କର, ଅବସରପ୍ରାପ୍ତ ଶିକ୍ଷକ ପଦ୍ମଚରଣ ମେକାପ,ରମେଶ ରଥ,ଅରୁଣ ମହାପାତ୍ର,ବାବୁଲା ପଣ୍ଡା, ପୀତବାସ ତ୍ରିପାଠୀ, ଗଦାଧର ସ୍ବାଇଁ, ଅଶୋକ ତ୍ରିପାଠୀ, ଶିକ୍ଷୟତ୍ରୀ ଯାଜ୍ଞସେନି ରଥ,ବୀଣାପାଣି ରାଉତ,ନୟନା ବାରିକ, ଖବରଦାତା ସଞ୍ଜୀବ କୁମାର ପାତ୍ର, ବିଶିଷ୍ଟ ଚିତ୍ରଶିଳ୍ପୀ ଗିରିଶ କବି,ପ୍ରଭାତ କୁମାର ପାଢ଼ୀ,ଲୋକନାଥ ମହାପାତ୍ର,ରୋହନ କବି,ରିତିପୂର୍ଣ୍ଣ କବି, ଅସିତ କୁମାର ତ୍ରିପାଠୀ ଓ ସୁଶାନ୍ତ ବେଜ ପ୍ରମୁଖ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ଖବରଦାତା ଗୋପାଳକୃଷ୍ଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

The post ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଉଦଘାଟିତ appeared first on Dharitri Odia News.