ଖୋଲିଲା ଆଉ ୪ଟି ଗେଟ୍, ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର ୦୬।୦୮ : ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ଜଳସ୍ତର ୬୧୦ ଫୁଟ୍‌ରୁ ଅଧିକ ରହିଛି । ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୪ ହଜାରରୁ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୪୬ ହଜାର ୭୬୫ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ମୋଟ ୧୪ଟି ଗେଟ୍‌ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି ।ଖୋଲାଯାଇଥିବା ୧୪ଟି ଗେଟ୍‌ ମଧ୍ୟରେ ବାମ ପଟରୁ ୧୦ଟି ରହିଥିବା ବେଳେ ଡାହାଣ ପଟୁ ୪ଟି ଗେଟ୍‌ ରହିଛି ।ସୂଚନାଯୋଗ୍ୟ ଯେ, ୨୮ ଜୁଲାଇରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଥିଲା । ପ୍ରଥମେ ୭ ନମ୍ବର ଗେଟ୍‌ ଦେଇ ଜଳ ନିଷ୍କାସନ ହୋଇଥିଲା । ଆଉ ପରେ ପର୍ଯ୍ୟାୟକ୍ରମରେ ଅନ୍ୟ ସବୁ ଗେଟ୍‌ ଖୋଲିଥିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ମୋଟ ୨୦ଟି ଗେଟ୍‌ ଖୋଲାଯାଇଥିଲା । ଆଉ ଧୀରେ ଧୀରେ ସେହି ସବୁ ଗେଟ୍‌କୁ ଏବେ ବନ୍ଦ କରାଯାଉଛି । ହେଲେ ମଙ୍ଗଳବାର ସକାଳ ସୁଦ୍ଧା ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି । 

ଖୋଲିଲା ଆଉ ୪ଟି ଗେଟ୍, ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର ୦୬।୦୮ : ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ଜଳସ୍ତର ୬୧୦ ଫୁଟ୍‌ରୁ ଅଧିକ ରହିଛି । ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୪ ହଜାରରୁ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୪୬ ହଜାର ୭୬୫ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ମୋଟ ୧୪ଟି ଗେଟ୍‌ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି ।ଖୋଲାଯାଇଥିବା ୧୪ଟି ଗେଟ୍‌ ମଧ୍ୟରେ ବାମ ପଟରୁ ୧୦ଟି ରହିଥିବା ବେଳେ ଡାହାଣ ପଟୁ ୪ଟି ଗେଟ୍‌ ରହିଛି ।

ସୂଚନାଯୋଗ୍ୟ ଯେ, ୨୮ ଜୁଲାଇରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଥିଲା । ପ୍ରଥମେ ୭ ନମ୍ବର ଗେଟ୍‌ ଦେଇ ଜଳ ନିଷ୍କାସନ ହୋଇଥିଲା । ଆଉ ପରେ ପର୍ଯ୍ୟାୟକ୍ରମରେ ଅନ୍ୟ ସବୁ ଗେଟ୍‌ ଖୋଲିଥିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ମୋଟ ୨୦ଟି ଗେଟ୍‌ ଖୋଲାଯାଇଥିଲା । ଆଉ ଧୀରେ ଧୀରେ ସେହି ସବୁ ଗେଟ୍‌କୁ ଏବେ ବନ୍ଦ କରାଯାଉଛି । ହେଲେ ମଙ୍ଗଳବାର ସକାଳ ସୁଦ୍ଧା ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି ।