ଖୋଲିଲା ଚୀନର ଭାଗ୍ୟ ! ହାତରେ ଲାଗିଲା ବଡ଼ ଖଜାନା

ନୂଆଦିଲ୍ଲୀ: ଚୀନର ଭୂତତ୍ତ୍ବବିତ୍‌ମାନେ ଇତିହାସର ସବୁଠୁ ବଡ଼ ସୁନା ଭଣ୍ଡାର ମଧ୍ୟରୁ ଗୋଟିଏର ଖୋଜ କରିଛନ୍ତି। ଏହା ଏଭଳି ଏକ ଖୋଜ ଯାହା ଚୀନର ଭାଗ୍ୟ ବଦଳାଇଦେଇପାରେ। ମଧ୍‌୍ୟ ଚୀନର ହୁନାନ ପ୍ରାନ୍ତରେ ଥିବା ଏହି ବିଶାଳକାୟ ସୁନା ଭଣ୍ଡାରରେ ପ୍ରାୟ ୧ ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ ସୁନା ଥିବାର ଅନୁମାନ କରାଯାଉଛି। ଯାହାର ମୂଲ୍ୟ ପ୍ରାୟ ୭୮ ବିଲିୟନ ୟୁରୋ କିମ୍ବା ୬୦୦ ବିଲିୟନ ୟୁଆନ ହୋଇପାରେ। ହୁନାନ ପ୍ରାନ୍ତର ଜିଓଲୋଜିକାଲ ବ୍ୟୁରୋ ଅଫ୍‌ ହ୍ୟୁମାନ ପ୍ରୋଭିନ୍ସର ସୂଚନା, ପ୍ରାୟ ୨ ହଜାର ମିଟର ଗଭୀରତାରେ ୪୦ରୁ ଅଧିକ ସୁନାର ପଥର ମିଳିଛି। ଯାହା ଏହି ସ୍ଥାନକୁ ବିଶ୍ବର ସବୁଠୁ ବଡ଼ ସୁନା ଖଣି ମଧ୍ୟରୁ ଗୋଟିଏ । ଚୀନ ସରକାରୀ ମିଡିଆ ଅନୁଯାୟୀ ୩ ହଜାର ମିଟର ପର୍ଯ୍ୟନ୍ତ କରାଯାଇଥିବା ଡ୍ରିଲିଙ୍ଗରୁ ଏଠାରେ ୧ ହଜାର ଟନରୁ ଅଧିକ ସୁନା ରହିଥିବା ଜଣାପଡ଼ିଛି। ତେବେ ଏହି ସୁନା ଖଣିର ଖୋଜ ପାଇଁ ଚୀନର ଅତ୍ୟାଧୁନିକ ୩ଡି ଭୁବୈଜ୍ଞାନିକ ମଡେଲିଂ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି। ଚୀନ ଭୂବୈଜ୍ଞାନିକମାନେ ମାଟି ତଳେ ଲୁଚି ରହିଥିବା ସୁନାର ଖୋଜ ପାଇଁ ଉନ୍ନତ ଇମେଜିଂ ଟେକନିକ୍ ଏବଂ ଡିପ୍-ଡ୍ରିଲିଂ ଉପକରଣର ବ୍ୟବହାର କରୁଛନ୍ତି।ଏହି ଟେକ୍ନୋଲୋଜିକୁ ହୁନାନରେ ନଭେମ୍ବର ୨୦୨୩ର ଖୋଜରେ ମଧ୍ୟ ବ୍ୟବହାର ହୋଇଥିଲା। ୩ଡି ଜିଓଲଜିକାଲ ମଡେଲିଂ ଟେକ୍ନୋଲୋଜିର ପ୍ରୟୋଗ କରି ହିଁ ଭୂତତ୍ତ୍ବବିତମାନେ ପିଙ୍ଗିଜୟାଙ୍

ଖୋଲିଲା ଚୀନର ଭାଗ୍ୟ ! ହାତରେ ଲାଗିଲା ବଡ଼ ଖଜାନା

ନୂଆଦିଲ୍ଲୀ: ଚୀନର ଭୂତତ୍ତ୍ବବିତ୍‌ମାନେ ଇତିହାସର ସବୁଠୁ ବଡ଼ ସୁନା ଭଣ୍ଡାର ମଧ୍ୟରୁ ଗୋଟିଏର ଖୋଜ କରିଛନ୍ତି। ଏହା ଏଭଳି ଏକ ଖୋଜ ଯାହା ଚୀନର ଭାଗ୍ୟ ବଦଳାଇଦେଇପାରେ। ମଧ୍‌୍ୟ ଚୀନର ହୁନାନ ପ୍ରାନ୍ତରେ ଥିବା ଏହି ବିଶାଳକାୟ ସୁନା ଭଣ୍ଡାରରେ ପ୍ରାୟ ୧ ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ ସୁନା ଥିବାର ଅନୁମାନ କରାଯାଉଛି। ଯାହାର ମୂଲ୍ୟ ପ୍ରାୟ ୭୮ ବିଲିୟନ ୟୁରୋ କିମ୍ବା ୬୦୦ ବିଲିୟନ ୟୁଆନ ହୋଇପାରେ। 

ହୁନାନ ପ୍ରାନ୍ତର ଜିଓଲୋଜିକାଲ ବ୍ୟୁରୋ ଅଫ୍‌ ହ୍ୟୁମାନ ପ୍ରୋଭିନ୍ସର ସୂଚନା, ପ୍ରାୟ ୨ ହଜାର ମିଟର ଗଭୀରତାରେ ୪୦ରୁ ଅଧିକ ସୁନାର ପଥର ମିଳିଛି। ଯାହା ଏହି ସ୍ଥାନକୁ ବିଶ୍ବର ସବୁଠୁ ବଡ଼ ସୁନା ଖଣି ମଧ୍ୟରୁ ଗୋଟିଏ । ଚୀନ ସରକାରୀ ମିଡିଆ ଅନୁଯାୟୀ ୩ ହଜାର ମିଟର ପର୍ଯ୍ୟନ୍ତ କରାଯାଇଥିବା ଡ୍ରିଲିଙ୍ଗରୁ ଏଠାରେ ୧ ହଜାର ଟନରୁ ଅଧିକ ସୁନା ରହିଥିବା ଜଣାପଡ଼ିଛି। 

ତେବେ ଏହି ସୁନା ଖଣିର ଖୋଜ ପାଇଁ ଚୀନର ଅତ୍ୟାଧୁନିକ ୩ଡି ଭୁବୈଜ୍ଞାନିକ ମଡେଲିଂ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି। ଚୀନ ଭୂବୈଜ୍ଞାନିକମାନେ ମାଟି ତଳେ ଲୁଚି ରହିଥିବା ସୁନାର ଖୋଜ ପାଇଁ ଉନ୍ନତ ଇମେଜିଂ ଟେକନିକ୍ ଏବଂ ଡିପ୍-ଡ୍ରିଲିଂ ଉପକରଣର ବ୍ୟବହାର କରୁଛନ୍ତି।

ଏହି ଟେକ୍ନୋଲୋଜିକୁ ହୁନାନରେ ନଭେମ୍ବର ୨୦୨୩ର ଖୋଜରେ ମଧ୍ୟ ବ୍ୟବହାର ହୋଇଥିଲା। ୩ଡି ଜିଓଲଜିକାଲ ମଡେଲିଂ ଟେକ୍ନୋଲୋଜିର ପ୍ରୟୋଗ କରି ହିଁ ଭୂତତ୍ତ୍ବବିତମାନେ ପିଙ୍ଗିଜୟାଙ୍ଗ କାଉଣ୍ଟିରେ ଓ୍ବାଙ୍ଗୁ ଅଞ୍ଚଳରେ ମଧ୍ୟ ଡ୍ରିଲିଂ କରିଥିଲେ। 

ସୂଚନାଥାଉକି ଚୀନ ପୂର୍ବରୁ ହିଁ ଦୁନିଆର ସବୁଠୁ ବଡ଼ ଉତ୍ପାଦକ ଦେଶ ମଧ୍ୟରୁ ଗୋଟିଏ। ଚୀନର ବାର୍ଷିକ ଉତ୍ପାଦନରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ରୁଷ ଭଳି ଅଗ୍ରଣୀ ଦେଶଙ୍କ ଠାରୁ ମଧ୍ୟ ଅଧିକ। ଏହି ନୂଆ ଖୋଜ ଚୀନକୁ ରାଙ୍କିଂରେ ଆହୁରି ଉପରକୁ ନେଇପାରେ। ତେବେ ମୁଦ୍ରାସ୍ଫୀତି, ଟ୍ରମ୍ପଙ୍କ ଟାରିଫ୍‌, ବିଶ୍ବ ବଜାରରେ ଅନିଶ୍ଚିତା ଏବଂ ସୁନା ଦରରେ ବୃଦ୍ଧି ସମୟରେ ଏହି ନୂଆ ଖୋଜ ଚୀନ ପାଇଁ ବେଶ୍ ଲାଭଜନକ ହୋଇପାରେ।