ଖୋର୍ଦ୍ଧା ଗସ୍ତରେ ରାଜ୍ୟପାଳ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା
ଖୋର୍ଦ୍ଧା,୨୨ା୫(ପ୍ରଭାତ ପାଣିଗ୍ରାହୀ): ରାଜ୍ୟପାଳ ହରିବାବୁ କମ୍ଭମ୍ପତି ଖୋର୍ଦ୍ଧା ଗସ୍ତ କରିଛନ୍ତି। ରାଜ୍ୟପାଳ ଏହି ସମୟରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ଖୋର୍ଦ୍ଧା ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କିଭଳି କାର୍ଯ୍ୟ ଚାଲିଛି, ତାହାର ସମୀକ୍ଷା କରୁଛନ୍ତି ରାଜ୍ୟପାଳ। ପୂର୍ବାହ୍ନ ୧୦ଟାରେ ରାଜ୍ୟପାଳ ଜିଲା ପରିଷଦ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଜିଲା ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ସମ୍ମିଳନୀ କକ୍ଷରେ […] The post ଖୋର୍ଦ୍ଧା ଗସ୍ତରେ ରାଜ୍ୟପାଳ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା appeared first on Dharitri Odia News.
ଖୋର୍ଦ୍ଧା,୨୨ା୫(ପ୍ରଭାତ ପାଣିଗ୍ରାହୀ): ରାଜ୍ୟପାଳ ହରିବାବୁ କମ୍ଭମ୍ପତି ଖୋର୍ଦ୍ଧା ଗସ୍ତ କରିଛନ୍ତି। ରାଜ୍ୟପାଳ ଏହି ସମୟରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ଖୋର୍ଦ୍ଧା ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କିଭଳି କାର୍ଯ୍ୟ ଚାଲିଛି, ତାହାର ସମୀକ୍ଷା କରୁଛନ୍ତି ରାଜ୍ୟପାଳ।
ପୂର୍ବାହ୍ନ ୧୦ଟାରେ ରାଜ୍ୟପାଳ ଜିଲା ପରିଷଦ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ଜିଲା ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟପାଳ। ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମୟରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଏକାମ୍ର ବିଧାୟକ ବାବୁ ସିଂ, ଜିଲାପାଳ ଚଞ୍ଚଳ ରାଣା, ଏସ୍ପି ସାଗରିକା ନାଥ, ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି। ଜିଲାପାଳ ସ୍ବାଗତ ଭାଷଣରେ ଜିଲାର ଭୌଗୋଳିକ, ଐତିହ୍ୟ, ପର୍ଯ୍ୟଟନ, ଶିଳ୍ପ ସ୍ଥିତି ଉପରେ କହିଥିଲେ। ପରେ ରାଜ୍ୟପାଳ ଗୋଟିଏ ପରେ ଗୋଟିଏ ବିଭାଗର ସମୀକ୍ଷା କରିଥିଲେ।
The post ଖୋର୍ଦ୍ଧା ଗସ୍ତରେ ରାଜ୍ୟପାଳ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା appeared first on Dharitri Odia News.