ଖୋଲିଲା ପାନୀୟ ଜଳ ପ୍ରକଳ୍ପର ଗୁମର; ୯୦ ପ୍ରତିଶତ ମେଗା ପ୍ରକଳ୍ପ ଅଧପନ୍ତରିଆ

କନକ ବ୍ୟୁରୋ : ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟରେ ୨ଶହରୁ ଅଧିକ ମେଗା ପ୍ରକଳ୍ପ ପାଇଁ ବ୍ୟୟବରାଦ କରିଥିଲେ । କିନ୍ତୁ ପ୍ରକଳ୍ପ ଗୁଡିକ ଅଧପନ୍ତରିଆ ହୋଇ ପଡିଛି । ଆଉ ସେହି କଥାକୁ ମାନିବା ସହ ଠିକାଦାରମାନେ କେମିତି ଟଙ୍କା ନେଇ ଛୁ ମାରିଛନ୍ତି ତାର ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ସବୁ ଘରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଲକ୍ଷ୍ୟରେ ପୂର୍ବ ବିଜେଡି ସରକାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ଶହରୁ ଅଧିକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଥିଲେ । ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କାର୍ଯ୍ୟକ୍ରମର ଜୋରଦାର ପ୍ରଚାର କରିଥିଲେ । ହେଲେ, ଏବେ ବିଧାନସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରକଳ୍ପର ବାସ୍ତବ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏବଂ ସହ ପୂର୍ବ ସରକାରକୁ କଟାକ୍ଷ କରି କହିଛନ୍ତି, ଠିକାଦାରମାନେ ମଲେଇ ନେଇ ପଳାଇଛନ୍ତି । ଟାଙ୍କି କାମ ଏବେ ବି ବାକି ଅଛି । ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୧୬ଟି ପ୍ରକଳ୍ପ ସମ୍ପୂର୍ଣ୍ଣ, ୧୯୧ ଅଧପନ୍ତରିଆ ହୋଇପଡ଼ିଛି । ୫୮% ଟଙ୍କା ନେଇ ଠିକାଦାର ପଳାଇଛନ୍ତି । ପାନୀୟ ଜଳ ପ୍ରସଙ୍ଗରେ ପୂର୍ବ ସରକାରକୁ ମନ୍ତ୍ରୀ ଟାର୍ଗେଟ କରିବା ପରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି । ଯେଉଁମାନେ ମଲେଇ ଖାଇ ପଳେଇଛନ୍ତି ସେମାନଙ୍କୁ ସରକାର ବାନ୍ଧିବାକୁ ବ୍ୟବସ୍ଥା କର

ଖୋଲିଲା ପାନୀୟ ଜଳ ପ୍ରକଳ୍ପର ଗୁମର; ୯୦ ପ୍ରତିଶତ ମେଗା ପ୍ରକଳ୍ପ ଅଧପନ୍ତରିଆ

କନକ ବ୍ୟୁରୋ : ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟରେ ୨ଶହରୁ ଅଧିକ ମେଗା ପ୍ରକଳ୍ପ ପାଇଁ ବ୍ୟୟବରାଦ କରିଥିଲେ । କିନ୍ତୁ ପ୍ରକଳ୍ପ ଗୁଡିକ ଅଧପନ୍ତରିଆ ହୋଇ ପଡିଛି । ଆଉ ସେହି କଥାକୁ ମାନିବା ସହ ଠିକାଦାରମାନେ କେମିତି ଟଙ୍କା ନେଇ ଛୁ ମାରିଛନ୍ତି ତାର ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସବୁ ଘରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଲକ୍ଷ୍ୟରେ ପୂର୍ବ ବିଜେଡି ସରକାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ଶହରୁ ଅଧିକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଥିଲେ । ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କାର୍ଯ୍ୟକ୍ରମର ଜୋରଦାର ପ୍ରଚାର କରିଥିଲେ । ହେଲେ, ଏବେ ବିଧାନସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରକଳ୍ପର ବାସ୍ତବ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏବଂ ସହ ପୂର୍ବ ସରକାରକୁ କଟାକ୍ଷ କରି କହିଛନ୍ତି, ଠିକାଦାରମାନେ ମଲେଇ ନେଇ ପଳାଇଛନ୍ତି । ଟାଙ୍କି କାମ ଏବେ ବି ବାକି ଅଛି । ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୧୬ଟି ପ୍ରକଳ୍ପ ସମ୍ପୂର୍ଣ୍ଣ, ୧୯୧ ଅଧପନ୍ତରିଆ ହୋଇପଡ଼ିଛି । ୫୮% ଟଙ୍କା ନେଇ ଠିକାଦାର ପଳାଇଛନ୍ତି ।

ପାନୀୟ ଜଳ ପ୍ରସଙ୍ଗରେ ପୂର୍ବ ସରକାରକୁ ମନ୍ତ୍ରୀ ଟାର୍ଗେଟ କରିବା ପରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି । ଯେଉଁମାନେ ମଲେଇ ଖାଇ ପଳେଇଛନ୍ତି ସେମାନଙ୍କୁ ସରକାର ବାନ୍ଧିବାକୁ ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ପାଲଟା ଜବାବ ଦେଇଛନ୍ତି ମନ୍ତ୍ରୀ ।

ଅନ୍ୟପଟେ ପାନୀୟ ଜଳ ପ୍ରକଳ୍ପ ନସରିବା କେମିତି ବିଜେଡି ହାରିବାର କାରଣ ହେଲା, ସେନେଇ ନିଜ ଭିତରେ ଥିବା ଅସନ୍ତୋଷ ଝାଡ଼ିଛନ୍ତି ବିଜେଡି ବିଧାୟକ ବଦ୍ରି ପାତ୍ର । ତେବେ ଯେଉଁ ଠିକାଦାର ମାନେ ଟଙ୍କା ନେଇ ପଳାଇଛନ୍ତି, ସେମାନଙ୍କ ବିରୋଧରେ ସରକାର କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ? ଅଧା ପଡିଥିବା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କେବେ ସରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।