ଖୋଲୁଛି ସୁବର୍ଣ୍ଣରେଖା ବାଲିଚୋରିର ଗୁମର; ନଈର ପେଟ ଚିରି ବର୍ଷକୁ ଲୁଟୁ ହେଉଛି ପ୍ରାୟ ୨ ହଜାର କୋଟିର ବାଲି

କନକ ବ୍ୟୁରୋ : ଜଳେଶ୍ୱରରୁ ପଶ୍ଚିମବଙ୍ଗକୁ ବେଆଇନ ବାଲି ଚୋରାଚାଲାଣ ହେଉଛି । ବାଲିମାଫିଆ ମାଲାମାଲ ହେଉଛନ୍ତି, ଆଉ ସରକାର ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଗୁରୁବାର ରାତିରେ ଜଳେଶ୍ୱର ତହସିଲଦାରଙ୍କ ଅଚନାକ ଚଢାଉ ପରେ ବାଲିମାଫିଆଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି । ବାଲିଖାଦାନ ଖାଁ ଖାଁ ପଡିଛି । ବେଆଇନ ବାଲି ଟ୍ରକ ଉପରେ ଆକ୍ସନ ପରେ ଜଳେଶ୍ୱରର ବିଭିନ୍ନ ବାଲି ଖାଦାନରେ ଗୋଟିଏ ବି ଗାଡି ଦେଖିବାକୁ ମିଳନାହିଁ । ଖାଁ ଖାଁ ପଡିଛି ବାଲି ଖାଦାନ । ତହସିଲଦାରଙ୍କ ଆଖିବୁଜା ଚଢାଉ ପରେ ଚୋଲା ବାଲି ମାଫିଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଜଳେଶ୍ୱର ବ୍ଲକ ରାଇବଣିଆ ଠାରୁ ବସ୍ତା ବ୍ଲକର ମଧୁପୁରା ପର୍ଯ୍ୟନ୍ତ ସୁବର୍ଣ୍ଣରେଖା ନଦୀରେ ୩୦ରୁ ଅଧିକ ବେଆଇନ ବାଲି ଖାଦାନ ରହିଛି । ଏଠାରୁ ପ୍ରତ୍ୟେକ ଦିନ ହଜାର ହଜାର ହାଇୱା ଏବଂ ଡମ୍ପରରେ ବାଲି ବୋଝେଇ କରି ଜଳେଶ୍ୱର ଦେଇ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି । ବସ୍ତା ତହସିଲଦାର କହିଛନ୍ତି, ଏଣିକି ପ୍ରତ୍ୟେକ ଦିନ ଚଢାଉ ଜାରି ରହିବ । ବେଆଇନ ବାଲି ଉତ୍ତୋଳନ ଯୋଗୁଁ ସୁବର୍ଣ୍ଣରେଖା ନଦୀ ପ୍ରତି ବିପଦ ବଢୁଛି । ଜଳଶ୍ୱେର ତହସିଲଦାର ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୩୩ଟି ବାଲି ବୋଝେଇ ଡମ୍ଫର ଏବଂ ହାଇୱା ଜବତ କରି ଜଳେଶ୍ୱର ସୀମାନ୍ତ ଲକ୍ଷ୍ମଣନାଥ ତନଖି ଫାଟକ ନିକଟ ଡମ୍ପୟାର୍ଡରେ ରଖିଛନ୍ତି । ପ୍ରଶ୍ନ ଉଠୁଛି, ଏତେ ଦିନ ଯାଏଁ ପ୍ରଶାସନ

ଖୋଲୁଛି ସୁବର୍ଣ୍ଣରେଖା ବାଲିଚୋରିର ଗୁମର; ନଈର ପେଟ ଚିରି ବର୍ଷକୁ ଲୁଟୁ ହେଉଛି ପ୍ରାୟ ୨ ହଜାର କୋଟିର ବାଲି

କନକ ବ୍ୟୁରୋ : ଜଳେଶ୍ୱରରୁ ପଶ୍ଚିମବଙ୍ଗକୁ ବେଆଇନ ବାଲି ଚୋରାଚାଲାଣ ହେଉଛି । ବାଲିମାଫିଆ ମାଲାମାଲ ହେଉଛନ୍ତି, ଆଉ ସରକାର ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଗୁରୁବାର ରାତିରେ ଜଳେଶ୍ୱର ତହସିଲଦାରଙ୍କ ଅଚନାକ ଚଢାଉ ପରେ ବାଲିମାଫିଆଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି । ବାଲିଖାଦାନ ଖାଁ ଖାଁ ପଡିଛି ।

ବେଆଇନ ବାଲି ଟ୍ରକ ଉପରେ ଆକ୍ସନ ପରେ ଜଳେଶ୍ୱରର ବିଭିନ୍ନ ବାଲି ଖାଦାନରେ ଗୋଟିଏ ବି ଗାଡି ଦେଖିବାକୁ ମିଳନାହିଁ । ଖାଁ ଖାଁ ପଡିଛି ବାଲି ଖାଦାନ । ତହସିଲଦାରଙ୍କ ଆଖିବୁଜା ଚଢାଉ ପରେ ଚୋଲା ବାଲି ମାଫିଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଜଳେଶ୍ୱର ବ୍ଲକ ରାଇବଣିଆ ଠାରୁ ବସ୍ତା ବ୍ଲକର ମଧୁପୁରା ପର୍ଯ୍ୟନ୍ତ ସୁବର୍ଣ୍ଣରେଖା ନଦୀରେ ୩୦ରୁ ଅଧିକ ବେଆଇନ ବାଲି ଖାଦାନ ରହିଛି । ଏଠାରୁ ପ୍ରତ୍ୟେକ ଦିନ ହଜାର ହଜାର ହାଇୱା ଏବଂ ଡମ୍ପରରେ ବାଲି ବୋଝେଇ କରି ଜଳେଶ୍ୱର ଦେଇ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି । ବସ୍ତା ତହସିଲଦାର କହିଛନ୍ତି, ଏଣିକି ପ୍ରତ୍ୟେକ ଦିନ ଚଢାଉ ଜାରି ରହିବ ।

ବେଆଇନ ବାଲି ଉତ୍ତୋଳନ ଯୋଗୁଁ ସୁବର୍ଣ୍ଣରେଖା ନଦୀ ପ୍ରତି ବିପଦ ବଢୁଛି । ଜଳଶ୍ୱେର ତହସିଲଦାର ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ୩୩ଟି ବାଲି ବୋଝେଇ ଡମ୍ଫର ଏବଂ ହାଇୱା ଜବତ କରି ଜଳେଶ୍ୱର ସୀମାନ୍ତ ଲକ୍ଷ୍ମଣନାଥ ତନଖି ଫାଟକ ନିକଟ ଡମ୍ପୟାର୍ଡରେ ରଖିଛନ୍ତି । ପ୍ରଶ୍ନ ଉଠୁଛି, ଏତେ ଦିନ ଯାଏଁ ପ୍ରଶାସନ କରୁଥିଲା କ'ଣ ? ପ୍ରଶାସନର ନାକ ତଳେ ପଡ଼ୋଶୀ ରାଜ୍ୟକୁ କେମିତି ହେଉଛି ବାଲି ଚୋରା ଚାଲାଣ ? ଜଳେଶ୍ୱରରୁ ଗୋଟିଏ ୧୦ ତକିଆ ଡମ୍ପରରେ ଏକ ହଜାର ଫୁଟ ବାଲି ଚାଲାଣ ହେଉଛି । ସ୍ଥାନୀୟ ଅଞ୍ଚଳରେ ଏହାର ମୂଲ୍ୟ ୩୫ରୁ ୪୦ ହଜାର ରହିଥିବାବେଳେ ପଶ୍ଚିମମଙ୍ଗରେ ଏହାର ମୂଲ୍ୟ ଢେର ଅଧିକ । ଅର୍ଥାତ ପ୍ରତିଦିନ ବାଲେଶ୍ୱରରୁ ବେଧଡକ ବାଲି ଚୋରାଚାଲାଣ ହେଉଥିଲେ ବି ଖଣି ବିଭାଗ ଚୁପ୍ ବସିଥିଲା କେମିତି ?

ଓଡିଶା-ପଶ୍ଚିମବଙ୍ଗ ସୀମା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ଡମ୍ପର ଓ ହାଇୱା ମାଧ୍ୟମରେ ପଶ୍ଚିମବଙ୍ଗକୁ ବାଲି ଚୋରାଚାଲାଣ ହେଉଛି । ଗୁରୁବାର ରାତିରେ ଚଢାଉ ପରେ ୭ ଶହରୁ ଅଧିକ ବାଲି ବୋଝେଇ ଡମ୍ଫର ଏବଂ ହାଇଓାକୁ ଜାତୀୟ ରାଜପଥରେ ଛିଡା କରାଇ ଡ୍ରାଇଭର ଏବଂ ହେଲପର ଚମ୍ପଟ ମାରିଥିଲେ । ପେଟ୍ରୋଲ ପମ୍ପରେ ଅଟକି ରହିଥିବା ୯୦ ଟି ଗାଡି ଜବତ ହୋଇଥିଲା । ବେଆଇନ ବାଲି ଉତ୍ତୋଳନ ଦ୍ୱାରା ସରକାରଙ୍କ ରାଜସ୍ୱହାନି ହେଉଛି ।