ଖୋଲୁନି ଧାନମଣ୍ଡି, ଚାଷୀ ଅସନ୍ତୁଷ୍ଟ

ପିପିଲି,୨୨।୧(ଦୁର୍ଗାମାଧବ ମିଶ୍ର): ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ଉଚ୍ଛୁପୁର ସେବା ସମବାୟ ସମିତିରେ ଚଳିତ ଖରିଫ ମଣ୍ଡିରେ ଧାନକ୍ରୟ ଆରମ୍ଭ ହୋଇ ନ ଥିବାରୁ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିବରଣୀରୁ ପ୍ରକାଶ ସମବାୟ ସମିତି ସମ୍ପାଦକ ଚଳିତବର୍ଷ ଅବସର ଗ୍ରହଣ କରିଥିଲେ ମଧ୍ୟ ଦାୟିତ୍ୱ ହସ୍ତାନ୍ତର ନ କରିବା ଓ ନ୍ୟାୟାଳୟରେ ମାମଲା ରୁଜୁ କରିବାରୁ ବିଭାଗୀୟ ଅଧିକାରୀଙ୍କ ଆଦେଶକ୍ରମେ ଉଚ୍ଛୁପୁର ସମିତି ଚାଷୀଙ୍କ ନାମ ବଳଙ୍ଗା ସେବା ସମବାୟ ସମିତିରେ ଧାନ […] The post ଖୋଲୁନି ଧାନମଣ୍ଡି, ଚାଷୀ ଅସନ୍ତୁଷ୍ଟ appeared first on Dharitri Odia News.

ଖୋଲୁନି ଧାନମଣ୍ଡି, ଚାଷୀ ଅସନ୍ତୁଷ୍ଟ

ପିପିଲି,୨୨।୧(ଦୁର୍ଗାମାଧବ ମିଶ୍ର): ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ଉଚ୍ଛୁପୁର ସେବା ସମବାୟ ସମିତିରେ ଚଳିତ ଖରିଫ ମଣ୍ଡିରେ ଧାନକ୍ରୟ ଆରମ୍ଭ ହୋଇ ନ ଥିବାରୁ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିବରଣୀରୁ ପ୍ରକାଶ ସମବାୟ ସମିତି ସମ୍ପାଦକ ଚଳିତବର୍ଷ ଅବସର ଗ୍ରହଣ କରିଥିଲେ ମଧ୍ୟ ଦାୟିତ୍ୱ ହସ୍ତାନ୍ତର ନ କରିବା ଓ ନ୍ୟାୟାଳୟରେ ମାମଲା ରୁଜୁ କରିବାରୁ ବିଭାଗୀୟ ଅଧିକାରୀଙ୍କ ଆଦେଶକ୍ରମେ ଉଚ୍ଛୁପୁର ସମିତି ଚାଷୀଙ୍କ ନାମ ବଳଙ୍ଗା ସେବା ସମବାୟ ସମିତିରେ ଧାନ ବିକ୍ରି ନିମନ୍ତେ ପଞ୍ଜୀକୃତ ହୋଇଛି। ବର୍ତ୍ତମାନ ସମସ୍ତ ଚାଷୀ ବଳଙ୍ଗା ସମବାୟ ସମିତି ମଣ୍ଡିକୁ ଧାନ ନେବା ସମ୍ଭବ ପର ନୁହେଁ। କାରଣ ଉଚ୍ଛୁପୁରଠାରୁ ବଳଙ୍ଗା ନେବାରେ ଯେଉଁ ଅତିରିକ୍ତ ଖର୍ଚ୍ଚ ହେବ, ତାହା ଚାଷୀ ପକ୍ଷରେ ସମ୍ଭବପର ନୁହେଁ। ପ୍ରାୟ ମାସେ ହେବ ଅଧିକାଂଶ ମଣ୍ଡି ଖୋଲି ଧାନକ୍ରୟ ଚାଲିଥିଲେ ମଧ୍ୟ ଉଚ୍ଛୁପୁର ପଞ୍ଚାୟତ ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଇତିମଧ୍ୟରେ ଧାନ ବିକ୍ରି ପାଇଁ ଗତ ୪ ତାରିଖରୁ ଅନେକ ଚାଷୀଙ୍କ ପାଖକୁ ମେସେଜ ଆସିଗଲାଣି, ଯାହାକି ଅଧିକ ଦିନ ହୋଇଗଲେ ଆଉ ସେହି ଚାଷୀ ଧାନ ଦେବା ସମ୍ଭବପର ନୁହେଁ। ଗତ ୧୨ ତାରିଖରେ ଏ ସମ୍ପର୍କରେ ସମିତି ସଭାପତି ଦେବେନ୍ଦ୍ର ପ୍ରଧାନ, ଋତୁରାଜ ମହାନ୍ତି, ମାନସ ଦାଶ, ସୁରେଶ ମଙ୍ଗରାଜ ପ୍ରମୁଖ ଜନପ୍ରତିନିଧି ଓ ଅନେକ ଚାଷୀ ଜିଲା ଯୋଗାଣ ଅଧିକାରୀଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏବେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଜଣାପଡ଼ିଛି। ତେଣୁ ଜିଲାପାଳ ଓ ୫-ଟି ଅଧ୍ୟକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଶୋକ ରାଉତ, ନରହରି ସ୍ବାଇଁ, ରାଜକିଶୋର ଦାଶ, ଧ୍ରୁବଚରଣ ସ୍ବାଇଁ, ଜମ୍ବେଶ୍ୱର ମିଶ୍ର ପ୍ରମୁଖ ଶତାଧିକ ଚାଷୀ ଦାବି କରିଛନ୍ତି।

The post ଖୋଲୁନି ଧାନମଣ୍ଡି, ଚାଷୀ ଅସନ୍ତୁଷ୍ଟ appeared first on Dharitri Odia News.