‘ଗଙ୍ଗାରେ ଶବ ଭସେଇଛନ୍ତି ଯୋଗୀ ସରକାର । ମହାକୁମ୍ଭ ଦଳାଚକଟା ପରେ ନଦୀରେ ଫିଙ୍ଗିଛନ୍ତି ଶବ’

କନକ ବ୍ୟୁରୋ: ମହାକୁମ୍ଭ ଦଳାଚକଟାରେ ଅନେକ ଲୋକ ପ୍ରାଣ ହରେଇବା ପରେ, ଯୋଗୀ ସରକାର ଉପରେ କିଛି ଏଭଳି ଅଭିଯୋଗ କରିଛନ୍ତି ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନ । ସିଧା ସିଧା ଯୋଗୀ ସରକାରକୁ ଟାର୍ଗେଟ କରିବା ସହ, ମହାକୁମ୍ଭ ଦଳାଚକଟାରେ ଜୀବନ ହାରିଥିବା ଲୋକଙ୍କୁ ସରକାର ଗଙ୍ଗା ନଦୀରେ ଭସେଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜୟା । ସିଧା ସିଧା କହିଛନ୍ତି, ମହାକୁମ୍ଭ ଦଳାଚକଟାରେ ଜୀବନ ହାରିଥିବା ଲୋକଙ୍କ ଶବକୁ ନଦୀରେ ଫୋପାଡିଦେଲେ, ଯେଉଁ କାରଣରୁ ଗଙ୍ଗା ନଦୀର ପାଣି ଦୂଷିତ ହେଲା । ସରକାର ଏ ଦିଗରେ କିଛି ବି ଠୋସ୍ ଜବାବ ଦେଉନି, ଆଉ ଏ ମୁଦ୍ଦା ଉପରେ ପୂରାପୂରି ସରକାର ଚୁପ୍ ଅଛି ବୋଲି କହିବା ସହ, ଗମ୍ଭୀର ଅଭିଯୋଗ ଆଣିଛନ୍ତି ଜୟା ବଚ୍ଚନ ।  #WATCH | Delhi: Samajwadi Party MP Jaya Bachchan says, "... Where is the water most contaminated right now? It's in Kumbh. Bodies (of those who died in the stampede) have been thrown in the river because of which the water has been contaminated... The real issues are not being… pic.twitter.com/9EWM2OUCJj — ANI (@ANI) February 3, 2025 ଜୟା ବଚ୍ଚନ ଆହୁରି କହିଛନ୍ତି ଯେ, ମହାକୁମ୍ଭକୁ ନେଇ ସରକାର ମିଛ ଦାବି କରୁଛି । ଭିଆଇପିମାନଙ୍କୁ ବିଶେଷ ସୁବିଧା ମିଳୁଥିବାବେଳ

‘ଗଙ୍ଗାରେ ଶବ ଭସେଇଛନ୍ତି ଯୋଗୀ ସରକାର । ମହାକୁମ୍ଭ ଦଳାଚକଟା ପରେ ନଦୀରେ ଫିଙ୍ଗିଛନ୍ତି ଶବ’

କନକ ବ୍ୟୁରୋ: ମହାକୁମ୍ଭ ଦଳାଚକଟାରେ ଅନେକ ଲୋକ ପ୍ରାଣ ହରେଇବା ପରେ, ଯୋଗୀ ସରକାର ଉପରେ କିଛି ଏଭଳି ଅଭିଯୋଗ କରିଛନ୍ତି ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନ । ସିଧା ସିଧା ଯୋଗୀ ସରକାରକୁ ଟାର୍ଗେଟ କରିବା ସହ, ମହାକୁମ୍ଭ ଦଳାଚକଟାରେ ଜୀବନ ହାରିଥିବା ଲୋକଙ୍କୁ ସରକାର ଗଙ୍ଗା ନଦୀରେ ଭସେଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜୟା ।

ସିଧା ସିଧା କହିଛନ୍ତି, ମହାକୁମ୍ଭ ଦଳାଚକଟାରେ ଜୀବନ ହାରିଥିବା ଲୋକଙ୍କ ଶବକୁ ନଦୀରେ ଫୋପାଡିଦେଲେ, ଯେଉଁ କାରଣରୁ ଗଙ୍ଗା ନଦୀର ପାଣି ଦୂଷିତ ହେଲା । ସରକାର ଏ ଦିଗରେ କିଛି ବି ଠୋସ୍ ଜବାବ ଦେଉନି, ଆଉ ଏ ମୁଦ୍ଦା ଉପରେ ପୂରାପୂରି ସରକାର ଚୁପ୍ ଅଛି ବୋଲି କହିବା ସହ, ଗମ୍ଭୀର ଅଭିଯୋଗ ଆଣିଛନ୍ତି ଜୟା ବଚ୍ଚନ । 

ଜୟା ବଚ୍ଚନ ଆହୁରି କହିଛନ୍ତି ଯେ, ମହାକୁମ୍ଭକୁ ନେଇ ସରକାର ମିଛ ଦାବି କରୁଛି । ଭିଆଇପିମାନଙ୍କୁ ବିଶେଷ ସୁବିଧା ମିଳୁଥିବାବେଳେ, ସାଧାରଣ ଲୋକଙ୍କ ପାଇଁ କିନ୍ତୁ କିଛି ବି ସୁବିଧା ନାହିଁ । ଯେଉଁ ଲୋକମାନେ ଗରିବ, ମହାକୁମ୍ଭରେ କିଛି ବି ବ୍ୟବସ୍ଥା ନାହିଁ ବୋଲି କହି, ଯୋଗୀ ସରକାରକୁ ତୀର ମାରିଛନ୍ତି ଜୟା । ଆଉ ସେପଟେ ଜୟାଙ୍କ ଏଭଳି ସାଙ୍ଘାତିକ ଅଭିଯୋଗ ପରେ, ବିଜେପି ସାଂସଦ ରବିଶଙ୍କର ପ୍ରସାଦ ଲୋକସଭାରେ ହିଁ ଏହାର ଜବାବ ଦେଇଛନ୍ତି । କହିଛନ୍ତି, ମହାକୁମ୍ଭ ଘଟଣାର ଯାଞ୍ଚ ଚାଲିଛି, ଆଉ ଏ ଘଟଣାରେ ଷଡଯନ୍ତ୍ରର ଗନ୍ଧ ମିଳୁଛି । 

ଗତ ଜାନୁୟାରୀ ୨୯ ତାରିଖ,ମହାକୁମ୍ଭ ମୌନୀ ଅମାବାସ୍ୟା ସମୟରେ ପ୍ରୟାଗ ସଙ୍ଗମରେ ଦଳାଚକଟା ହେଇଥିଲା । ଯେଉଁଥିରେ ୩୦ରୁ ଅଧିକ ଲୋକ ଜୀବନ ହାରିଥିଲେ । ୬୦ ଅଧିକ ଲୋକ ଏହି ଘଟଣାରେ ଆହତ ହେଇଥିଲାବେଳେ,ଏହାକୁ ପ୍ରସଙ୍ଗ କରି ଏବେ ସରକାରକୁ ଘେରିବା ଆରମ୍ଭ କରିଛନ୍ତି ବିରୋଧୀ ।