ଗଚ୍ଛିତ ଥିଲା ଦେଢ଼ ହଜାର କ୍ୱିଣ୍ଟାଲ୍‌ ଧାନ, ସିଲ୍‌ କଲା ଯୋଗାଣ ବିଭାଗ

କପ୍ତିପଦା ଥାନା ଗୌଡ଼ଗାଁ ଗାଁରେ ଥିବା ଏକ ଗୋଦାମରେ ବିପୁଳ ପରିମାଣରେ ଧାନ ଗଚ୍ଛିତ ରହିଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପୁଲିସ ମିଳିତ ଭାବେ ସେହି ଗୋଦାମରେ ଚଢ଼ଉ କରିଥିଲା।

ଗଚ୍ଛିତ ଥିଲା ଦେଢ଼ ହଜାର କ୍ୱିଣ୍ଟାଲ୍‌ ଧାନ, ସିଲ୍‌ କଲା ଯୋଗାଣ ବିଭାଗ

ଗଚ୍ଛିତ ରହିଥିଲା ଦେଢ଼ ହଜାର କ୍ୱିଣ୍ଟାଲ୍‌ରୁ ଅଧିକ ଧାନ। ଅଚାନକ ଚଢ଼ଉ କଲା ଯୋଗାଣ ବିଭାଗ। ଆଉ ସିଲ୍‌ କଲା। ଏପରି ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରୁ। ପଶ୍ଚିମବଙ୍ଗ ଚାଲାଣ ପାଇଁ ଏହି ଧାନ ମହଜୁଦ୍‌ ରଖାଯାଇଥିବା ଅଭିଯୋଗ ହେଉଛି।

କପ୍ତିପଦା ଥାନା ଗୌଡ଼ଗାଁ ଗାଁରେ ଥିବା ଏକ ଗୋଦାମରେ ବିପୁଳ ପରିମାଣରେ ଧାନ ଗଚ୍ଛିତ ରହିଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପୁଲିସ ମିଳିତ ଭାବେ ସେହି ଗୋଦାମରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଭାବେ ଦେଢ ହଜାର କ୍ୱିଣ୍ଟାଲ୍‌ରୁ ଅଧିକ ଧାନ ଗଚ୍ଛିତ ଥିବା ଦେଖିବାକୁ ମଳିଥିଲା। ଏ ସମ୍ପର୍କରେ ଗୋଦାମ ମାଲିକଙ୍କୁ ତଥ୍ୟ ମଗା ଯାଇଥିଲା ଯୋଗାଣ ବିଭାଗ। ହେଲେ ଗୋଦାମ ମାଲିକ କୌଣସି ସନ୍ତୋଷ ଜନକ ତଥ୍ୟ ଦେଇପାରିନଥିଲା।

ତେଣୁ ପୁଲିସ୍‌ ସେହି ଧାନକୁ ଜବତ କରିଥିଲା। ଏଥିସହ ଧାନ ବସ୍ତା ଲୋଡ୍‌ ହୋଇଥିବା ଟ୍ରକ୍‌କୁ ଜବତ କରିବା ସହ ଗୋଦାମକୁ ସିଲ୍‌ କରିଥିଲା ଯୋଗାଣ ବିଭାଗ। ତେବେ ଏଠି ପ୍ରଶ୍ନ ଉଠୁଛି, ସରକାରଙ୍କ ତାଗିଦ୍‌ ସତ୍ତ୍ୱେ ଏଠାରେ କଣ ପାଇଁ ଏତେ ପରିମାଣରେ ଧାନ ଗଚ୍ଛିତ ରଖାଯାଇଥିଲା?

ରିପୋର୍ଟ- ଉଦଳାରୁ ଅଭିଜିତ ବିଶ୍ୱାଳ