ଗଛମୂଳେ ଚାଲିଛି ପାଠପଢ଼ା
ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ ବି ଅନେକ ବିଦ୍ୟାଳୟର ଶ୍ରେଣୀ ଗୃହ ସୁବିଧା ନ ଥିବାରୁ ପିଲା ଗଛତଳେ ପଢ଼ୁଥିବା ଦେଖାଯାଇଛି। ଆନନ୍ଦପୁର ବ୍ଲକ୍ ବାଇଲୋ ପଞ୍ଚାୟତ ହାତୀବନ୍ଧା ଉପ୍ରା ବିଦ୍ୟାଳୟ ଶ୍ରେଣୀଗୃହ ଛାତରୁ କଂକ୍ରିଟ ପ୍ଲାଷ୍ଟର ଖସୁଥିବାରୁ ଛାତ୍ରୀଛାତ୍ର ଗଛମୂଳରେ ବସି ପଢୁଛନ୍ତି। ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। […] The post ଗଛମୂଳେ ଚାଲିଛି ପାଠପଢ଼ା appeared first on Dharitri Odia News.
ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ ବି ଅନେକ ବିଦ୍ୟାଳୟର ଶ୍ରେଣୀ ଗୃହ ସୁବିଧା ନ ଥିବାରୁ ପିଲା ଗଛତଳେ ପଢ଼ୁଥିବା ଦେଖାଯାଇଛି। ଆନନ୍ଦପୁର ବ୍ଲକ୍ ବାଇଲୋ ପଞ୍ଚାୟତ ହାତୀବନ୍ଧା ଉପ୍ରା ବିଦ୍ୟାଳୟ ଶ୍ରେଣୀଗୃହ ଛାତରୁ କଂକ୍ରିଟ ପ୍ଲାଷ୍ଟର ଖସୁଥିବାରୁ ଛାତ୍ରୀଛାତ୍ର ଗଛମୂଳରେ ବସି ପଢୁଛନ୍ତି। ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆନନ୍ଦପୁର ସଦର ମହକୁମାରୁ ମାତ୍ର ୫ କି.ମି. ଦୂରରେ ଥିବା ହାତୀବନ୍ଧା ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୭୪ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ମୋଟ ୪ ଶ୍ରେଣୀଗୃହ ରହିଥିବା ବେଳେ ଏଥିରୁ ଗୋଟିଏ ମାତ୍ର ଭଲ ରହିଛି। ଅନ୍ୟ ୩ ଶ୍ରେଣୀଗୃହ ଛାତରୁ କଂକ୍ରିଟ ପ୍ଲାଷ୍ଟର ଖଣ୍ଡ ଖସି ଲୁହାରଡ଼ ବାହାରକୁ ଦେଖାଗଲାଣି। ଶ୍ରେଣୀଗୃହରେ ପାଠପଢ଼ା ସମ୍ଭବ ହେଉନାହିଁ। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରୀଛାତ୍ର ଭଲ ଥିବା ଗୋଟିଏ ଶ୍ରେଣୀଗୃହରେ ବସୁଥିବା ବେଳେ ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ର ବିଦ୍ୟାଳୟ ପରିସରରେ ଥିବା ଏକ ଗଛମୂଳେ ବସି ପାଠ ପଢୁଛନ୍ତି। ୩ ଶ୍ରେଣୀର ଛାତ୍ରୀଛାତ୍ର ଗୋଟିଏ ସ୍ଥାନରେ ବସୁଥିବା ବେଳେ କଳାପଟା ନ ଥିବାରୁ ଶିକ୍ଷକମାନଙ୍କୁ ପଢ଼ାଇବାରେ ସମସ୍ୟା ହେଉଛି। ବର୍ଷା ହେଲେ ପାଠପଢ଼ା ବନ୍ଦ। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟା ପଟ୍ଟନାୟକ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଆନନ୍ଦପୁର ଏବିଇଓ ଅତୁଲ କୁମାର ବଳ କହିଛନ୍ତି, ଗ୍ରାମର କିଛି ଲୋକଙ୍କ ଅସହଯୋଗ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ନିର୍ବାଚନ ପରେ ଏ ଦିଗରେ ପଦକ୍ଷେପ ନିଆଯିବ।
The post ଗଛମୂଳେ ଚାଲିଛି ପାଠପଢ଼ା appeared first on Dharitri Odia News.