ଗଛରେ ପିଟି ହେଲା ବରଯାତ୍ରୀ ଗାଡି; ଚାଲିଗଲା ୬ ଜୀବନ, ୨ ଗୁରୁତର
ନୂଆଦିଲ୍ଲୀ ୨୧।୦୪; ଉତ୍ତର ପ୍ରଦେଶର କୁଶିନଗରରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଏଠାରେ ବିବାହ ଶୋଭାଯାତ୍ରାରେ ଯାଉଥିବା ଦ୍ରୁତଗାମୀ ଗାଡ଼ି ନିୟନ୍ତ୍ରଣ ବାହାରକୁ ଯାଇ ଏକ ଗଛରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଗ୍ୟାସ କଟରର ସାହାଯ୍ୟ ନିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ମୃତ ଦେହଗୁଡ଼ିକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।ଏହି ଘଟଣାଟି ଜିଲ୍ଲାର ପଡରୌନା ପନିୟହଭା ରାସ୍ତାରେ ଘଟିଛି। ଗାଁ ସାମ୍ନାରେ ଦ୍ରୁତ ଗତିରେ ଆସୁଥିବା କାର ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଦେଇଥିଲା। ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଖପାଖ ଅଞ୍ଚଳର ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। କାରରେ ଫସି ରହିଥିବା ୮ ଜଣ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ଘଟଣାରେ କାରଟି ପୂରାପୂରି କ୍ଷତିଗ୍ରସ୍ତ ହୋଇଥିବାରୁ ଲୋକମାନେ କାର ଭିତରେ ଫସି ରହିଥିଲେ।ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ
ନୂଆଦିଲ୍ଲୀ ୨୧।୦୪; ଉତ୍ତର ପ୍ରଦେଶର କୁଶିନଗରରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଏଠାରେ ବିବାହ ଶୋଭାଯାତ୍ରାରେ ଯାଉଥିବା ଦ୍ରୁତଗାମୀ ଗାଡ଼ି ନିୟନ୍ତ୍ରଣ ବାହାରକୁ ଯାଇ ଏକ ଗଛରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଗ୍ୟାସ କଟରର ସାହାଯ୍ୟ ନିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ମୃତ ଦେହଗୁଡ଼ିକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ଏହି ଘଟଣାଟି ଜିଲ୍ଲାର ପଡରୌନା ପନିୟହଭା ରାସ୍ତାରେ ଘଟିଛି। ଗାଁ ସାମ୍ନାରେ ଦ୍ରୁତ ଗତିରେ ଆସୁଥିବା କାର ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଦେଇଥିଲା। ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଖପାଖ ଅଞ୍ଚଳର ଲୋକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। କାରରେ ଫସି ରହିଥିବା ୮ ଜଣ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ଘଟଣାରେ କାରଟି ପୂରାପୂରି କ୍ଷତିଗ୍ରସ୍ତ ହୋଇଥିବାରୁ ଲୋକମାନେ କାର ଭିତରେ ଫସି ରହିଥିଲେ।
ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ଏଥିରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା। ଯେଉଁଠାରେ ଅନ୍ୟ ତିନି ଜଣଙ୍କର ବି ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଖବର ପାଇବା ପରେ ବିବାହ ଉତ୍ସବରେ ଶୋକ ଖେଳିଯାଇଥିଲା। ଅନ୍ୟପଟେ ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଗୋରଖପୁର ପଠାଯାଇଛି।