ଗଛରେ ପିଟିହେଲା ଟାଟା ମ୍ୟାଜିକ, ଦୁଇ ଜଣଙ୍କ ମୃତ୍ୟୁ

ଘଟଗାଁ ବଜାରରେ ଅଭିମନ୍ୟୁ ପାତ୍ର ଓ ଅହମଦ ଖାନ ଆଇସିକ୍ରମ୍‌ ବିକ୍ରି କରନ୍ତି। ଆଜି ଶ୍ରୀ ପାତ୍ର ଓ ଶ୍ରୀ ଖାନ୍‌ଙ୍କ ସମେତ ୮ ଜଣ ମିଶି ଭୋଜି କରିବାକୁ କାଳିମାଟି ଡ୍ୟାମ୍‌କୁ ଏକ ଟାଟା ମ୍ୟାଜିକ୍‌ରେ ଯାଇଥିଲେ।

ଗଛରେ ପିଟିହେଲା ଟାଟା ମ୍ୟାଜିକ, ଦୁଇ ଜଣଙ୍କ ମୃତ୍ୟୁ

ଭୋଜିକରି ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଲା ଟାଟା ମ୍ୟାଜିକ୍‌। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ ଘଟିଛି।

ଘଟଗାଁ ବଜାରରେ ଅଭିମନ୍ୟୁ ପାତ୍ର ଓ ଅହମଦ ଖାନ ଆଇସିକ୍ରମ୍‌ ବିକ୍ରି କରନ୍ତି। ଆଜି ଶ୍ରୀ ପାତ୍ର ଓ ଶ୍ରୀ ଖାନ୍‌ଙ୍କ ସମେତ ୮ ଜଣ ମିଶି ଭୋଜି କରିବାକୁ କାଳିମାଟି ଡ୍ୟାମ୍‌କୁ ଏକ ଟାଟା ମ୍ୟାଜିକ୍‌ରେ ଯାଇଥିଲେ। ଭୋଜି ସାରି ଘରକୁ ଫେରୁଥିବା ବେଳେ ନାକଝରି ନିକଟରେ ଟାଟା ମ୍ୟାଜିକ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଅଭିମନ୍ୟୁ ପାତ୍ର ଓ ଅହମଦ ଖାନଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉଦ୍ଧାର କରିଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି