ଗଛରେ ବାଇକ୍ ପିଟି ହୋଇ ଯୁବକ ମୃତ, ୨ ଗୁରୁତର
ଦିଗପହଣ୍ଡି,୪ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଘୋଡାହାଡ ଡ଼୍ୟାମ ମୁଖ୍ୟ ରାସ୍ତା ନନ୍ଦଗାଁ ଛକ ନିକଟରେ ଏକ ବାଇକ୍ ରାସ୍ତା ପାଶର୍ବରେ ଥିବା ଗଛକୁ ଧକ୍କା ଦେଇଥିଲା । ଏଥିରେ ହିଞ୍ଜିଳି ଥାନା ଶିକିରି ଗ୍ରାମର ଅନନ୍ତ ସାହୁଙ୍କ ମୃତ୍ୟୁ ହୋଇଛି। କଙ୍କୋରଡା ଗ୍ରାମର ସୁମନ ବରାଡ ଏବଂ ଆସିକା ଥାନା ଖଣ୍ଡଦେଉଳି ଗ୍ରାମର କାଳିଆ ପରିଡା ଗୁରୁତର ହୋଇ ବ୍ରହ୍ମପୁରରେ ଚିକିତ୍ସାଧୀନ ଅଛନ୍ତି। ଖବରରୁ ଜଣାପଡିଛି, ଅନନ୍ତ କଙ୍କୋରଡା ଗ୍ରାମରେ ମାମୁ ପିଣ୍ଟୁ ଜେନାଙ୍କ ଘରେ ରହି […] The post ଗଛରେ ବାଇକ୍ ପିଟି ହୋଇ ଯୁବକ ମୃତ, ୨ ଗୁରୁତର appeared first on Dharitri Odia News.
ଦିଗପହଣ୍ଡି,୪ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଘୋଡାହାଡ ଡ଼୍ୟାମ ମୁଖ୍ୟ ରାସ୍ତା ନନ୍ଦଗାଁ ଛକ ନିକଟରେ ଏକ ବାଇକ୍ ରାସ୍ତା ପାଶର୍ବରେ ଥିବା ଗଛକୁ ଧକ୍କା ଦେଇଥିଲା । ଏଥିରେ ହିଞ୍ଜିଳି ଥାନା ଶିକିରି ଗ୍ରାମର ଅନନ୍ତ ସାହୁଙ୍କ ମୃତ୍ୟୁ ହୋଇଛି। କଙ୍କୋରଡା ଗ୍ରାମର ସୁମନ ବରାଡ ଏବଂ ଆସିକା ଥାନା ଖଣ୍ଡଦେଉଳି ଗ୍ରାମର କାଳିଆ ପରିଡା ଗୁରୁତର ହୋଇ ବ୍ରହ୍ମପୁରରେ ଚିକିତ୍ସାଧୀନ ଅଛନ୍ତି।
ଖବରରୁ ଜଣାପଡିଛି, ଅନନ୍ତ କଙ୍କୋରଡା ଗ୍ରାମରେ ମାମୁ ପିଣ୍ଟୁ ଜେନାଙ୍କ ଘରେ ରହି ପାଠ ପଢୁଥିଲେ । ଗୁରୁବାର ସକାଳୁ ୩ ସାଙ୍ଗ ଅନନ୍ତ, ସୁମନ ଓ କାଳିଆ ମିଶି ଏକ ଆପାଚି ବାଇକ୍ (ଓଡି ୦୭ ଏ ୱାଇ- ୯୨୧୧) ଯୋଗେ ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁର ପ୍ରସିଦ୍ଧ ଉଜ୍ଜଳେଶ୍ୱର ଶୈବପୀଠକୁ ଦର୍ଶନ ପାଇଁ ଯାଉଥିଲେ। ଦିଗପହଣ୍ଡିଠାରୁ ଅଳ୍ପ ଦୂର ଯିବା ବାଟରେ ବାଇକ୍ ଚାଳକ ସୁମନ ନିୟନ୍ତ୍ରଣ ହରାଇ ରାସ୍ତା ପାଶର୍ବରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। ସମସ୍ତେ ରାସ୍ତା କଡକୁ ଛିଟିକି ପଡିଥିଲେ। ରାସ୍ତାରେ ଯାଉଥିବା କେତେ ଜଣ ବ୍ୟକ୍ତି ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ସେମାନଙ୍କ ପରିଚୟ ସଂଗ୍ରହ କରି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅନନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟ ପକ୍ଷରେ ଅନନ୍ତଙ୍କ ମାମୁ ଦିଗପହଣ୍ଡି ଥାନାରେ ବାଇକ୍ ଚାଳକ ସୁମନଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏହାକୁ ଭିତ୍ତିକରି ପୋଲିସ ନଂ. ୧୩୦/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଦୁର୍ଘଟଣାଗସ୍ତ ବାଇକ୍ ଜବତ ହୋଇଥିବା ଆଇଆଇସି ପ୍ରଶାନ୍ତ ପାତ୍ର କହିଛନ୍ତି ।
The post ଗଛରେ ବାଇକ୍ ପିଟି ହୋଇ ଯୁବକ ମୃତ, ୨ ଗୁରୁତର appeared first on Dharitri Odia News.