ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି
ନନ୍ଦିଘୋଷ ବ୍ୟୁରୋ: ପୁରୀ ଶ୍ରୀନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜଅଭିଷକ ନୀତି ଚାଲିଛି। ପରମ୍ପରା ଅନୁସାରେ ପୂଷ୍ୟା ନକ୍ଷେତ୍ର... The post ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି appeared first on .
ନନ୍ଦିଘୋଷ ବ୍ୟୁରୋ: ପୁରୀ ଶ୍ରୀନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜଅଭିଷକ ନୀତି ଚାଲିଛି। ପରମ୍ପରା ଅନୁସାରେ ପୂଷ୍ୟା ନକ୍ଷେତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷେକ ନୀତି ଅନୁଷ୍ଠିତ ହେବ। ଗଜପତିଙ୍କ ପୂଷ୍ୟାଭିଷେକ ନୀତି ପାଇଁ ଶ୍ରୀନିଅରରେ ବିଶେଷ ନୀତି ଅନୁଷ୍ଠିତ ହେବ । ଅଭିଷକ ନୀତି ପୂର୍ବରୁ ଶ୍ରୀନଅରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହୋଇଛି। ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିବେ। ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯିବ । ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯିବ। ସେହିପରି ଗଜପତି ତାଙ୍କର ପାରମ୍ପରିକ ବେଶରେ ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ତାଙ୍କୁ ନଡ଼ିଆ ଏବଂ ପଇତା ପ୍ରଦାନ କରିବେ।
The post ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି appeared first on .