ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ
ମୁମ୍ବାଇ,୨୬।୨: ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ମୁମ୍ବାଇଠାରେ ପରଲୋକ ହୋଇଛି। କିଛିଦିନ ହେବା ଅସୁସ୍ଥ ଥିବା ଏହି ଗଜଲ ଗାୟକଙ୍କର ୭୨ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା ମିଳିଛି। ତାଙ୍କ ଝିଅ ନାୟବ ଉଧାସ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପରିବାର ପକ୍ଷରୁ ଦିଆଯାଇଥିବା ବୟାନରେ ଲେଖାଯାଇଛି – ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ୨୬ ଫେବୃଆରୀ ୨୦୨୪ ରେ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ଦୁଃଖଦ ମୃତ୍ୟୁ ବିଷୟରେ […] The post ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ appeared first on Dharitri Odia News.
ମୁମ୍ବାଇ,୨୬।୨: ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ମୁମ୍ବାଇଠାରେ ପରଲୋକ ହୋଇଛି। କିଛିଦିନ ହେବା ଅସୁସ୍ଥ ଥିବା ଏହି ଗଜଲ ଗାୟକଙ୍କର ୭୨ ବର୍ଷ ବୟସରେ ପରଲୋକ ହୋଇଥିବା ସୂଚନା ମିଳିଛି। ତାଙ୍କ ଝିଅ ନାୟବ ଉଧାସ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପରିବାର ପକ୍ଷରୁ ଦିଆଯାଇଥିବା ବୟାନରେ ଲେଖାଯାଇଛି – ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ୨୬ ଫେବୃଆରୀ ୨୦୨୪ ରେ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ଦୁଃଖଦ ମୃତ୍ୟୁ ବିଷୟରେ ଆପଣଙ୍କୁ ଜଣାଇବା ହେତୁ ଆମେ ଦୁଃଖିତ। ସେ କେଉଁ ରୋଗରେ ପୀଡିତ ଥିଲେ ସେ ସୂଚନା ଏପର୍ଯ୍ୟନ୍ତ ଜଣାପଡିନାହିଁ।
ଗଜଲ ଜଗତରେ ପଙ୍କଜ ଉଧାସ ଏକ ବଡ ନାମ ଥିଲେ। ତାଙ୍କର ଗଜଲ ‘ଚିଠି ଆଇ ହୈ’ ମାଧ୍ୟମରେ ସେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ଏହି ଗଜଲ ୧୯୮୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନାମ’ରେ ସାମିଲ ହୋଇଥିଲା। ପଙ୍କଜ ଅନେକ ଗଜଲକୁ ସ୍ବର ଦେଇଥିଲେ ଯେଉଁଥିରେ ୟେ ଦିଲ୍ଲଗି, ଫିର ତେରୀ କାହାନି ୟାଦ ଆଇ, ଚଲେ ତୋ କଟ ହି ଜୟେଗା ଏବଂ ତେରେ ବିନ ସାମିଲ ଅଛି।
ସୋମବାର ଅର୍ଥାତ୍ ଫେବୃୟାରୀ ୨୬, ୨୦୨୪ ସକାଳ ୧୧ଟାରେ ମୁମ୍ବାଇରେ ପଙ୍କଜ ଉଧାସଙ୍କ ଦେହାନ୍ତ ହୋଇଛି। କିଛି ସମୟ ପାଇଁ ତାଙ୍କୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଏହି ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାନୁସାରେ, ପଙ୍କଜ ଉଧାସ କିଛି ମାସ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ଏବଂ ସେ ଗତ କିଛି ମାସ ହେବ କାହା ସହିତ ସାକ୍ଷାତ କରୁନଥିଲେ। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ମୁମ୍ବାଇରେ ତାଙ୍କର ଶେଷ ରୀତିନୀତି ଅନୁଷ୍ଠିତ ହେବ।
ପଙ୍କଜ ଉଧାସ ୧୭ ମଇ ୧୯୫୧ରେ ଗୁଜୁରାଟର ଜେତପୁରରେ ଜନ୍ମଗ୍ରହଣ କରିଥିଲେ। ୧୯୮୦ରେ ସେ ‘ଆହଟ’ ନାମକ ଏକ ଗଜଲ ଆଲବମ ରିଲିଜ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଖୁବ ଶୀଘ୍ର ସେ ଭାରତରେ ଗଜଲ ସଙ୍ଗୀତ ସହିତ ସମକକ୍ଷ ହେଲେ । ବଲିଉଡରେ ଗଜଲ ଗାୟକ ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ନାମ’ ପାଇଁ ଲୋକପ୍ରିୟ ଟ୍ରାକ ‘ଚିଠି ଆଇ ହୈ’ ଗାଇଥିଲେ । ଏହି ଗୀତଟି ବହୁତ ଲୋକପ୍ରିୟ ହେଲା ଏବଂ ସମସ୍ତଙ୍କୁ କାନ୍ଦାଇ ଦେଇଥିଲା ।
The post ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ appeared first on Dharitri Odia News.