ଗଞ୍ଜାମ ଜିଲା ପ୍ରଶାସନକୁ ଜାତୀୟସ୍ତରୀୟ ପୁରସ୍କାର
ଛତ୍ରପୁର,୧୧ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ପ୍ରଶାସନକୁ ଜାତୀୟସ୍ତରୀୟ ସ୍କୋଚ୍ ଗ୍ରୁପ ଦ୍ୱାରା ସ୍କୋଚ୍ ପୁରସ୍କାରରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ସାମ୍ବିଧାନିକ କ୍ଲବଠାରେ ମିଶନ ଶକ୍ତି ଗ୍ରାମ୍ୟ ଶିଳ୍ପ ଉଦ୍ୟାନର ସଫଳ ରୂପାୟନ ନିମନ୍ତେ ସମ୍ମାନିତ କରାଯାଇଛି। କିଛିଦିନ ପୂର୍ବେ ବିଭିନ୍ନ ରାଜ୍ୟର ଶ୍ରେଷ୍ଠ ପ୍ରକଳ୍ପଗୁଡିକୁ ନେଇ ଏହି ପୁରସ୍କାର ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେଉଁ ପ୍ରକ୍ରିୟାରେ ୫ଟି ପର୍ଯ୍ୟାୟରେ ସଫଳ ଅଂଶଗ୍ରହଣ କରିଥିବାରୁ ଜିଲା ପ୍ରଶାସନ, ଗଞ୍ଜାମକୁ ନିଜର ଉଚ୍ଚକୋଟିର କାମ ନିମନ୍ତେ ସ୍କୋଚ ସମ୍ମାନରେ […] The post ଗଞ୍ଜାମ ଜିଲା ପ୍ରଶାସନକୁ ଜାତୀୟସ୍ତରୀୟ ପୁରସ୍କାର appeared first on Dharitri Odia News.
ଛତ୍ରପୁର,୧୧ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ପ୍ରଶାସନକୁ ଜାତୀୟସ୍ତରୀୟ ସ୍କୋଚ୍ ଗ୍ରୁପ ଦ୍ୱାରା ସ୍କୋଚ୍ ପୁରସ୍କାରରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ସାମ୍ବିଧାନିକ କ୍ଲବଠାରେ ମିଶନ ଶକ୍ତି ଗ୍ରାମ୍ୟ ଶିଳ୍ପ ଉଦ୍ୟାନର ସଫଳ ରୂପାୟନ ନିମନ୍ତେ ସମ୍ମାନିତ କରାଯାଇଛି। କିଛିଦିନ ପୂର୍ବେ ବିଭିନ୍ନ ରାଜ୍ୟର ଶ୍ରେଷ୍ଠ ପ୍ରକଳ୍ପଗୁଡିକୁ ନେଇ ଏହି ପୁରସ୍କାର ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେଉଁ ପ୍ରକ୍ରିୟାରେ ୫ଟି ପର୍ଯ୍ୟାୟରେ ସଫଳ ଅଂଶଗ୍ରହଣ କରିଥିବାରୁ ଜିଲା ପ୍ରଶାସନ, ଗଞ୍ଜାମକୁ ନିଜର ଉଚ୍ଚକୋଟିର କାମ ନିମନ୍ତେ ସ୍କୋଚ ସମ୍ମାନରେ ସମ୍ମାନିତ କରାଯାଇଛି। ଜିଲା ପ୍ରଶାସନ ତରଫରୁ ଗଞ୍ଜାମ ଓରମାସ ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟସୁନ୍ଦର ଶିବରାମ ପାଇଟାଳ ଏବଂ ଓଡ଼ିଶା ଜୀବିକା ମିଶନର ଗଞ୍ଜାମ ଜିଲା ପ୍ରକଳ୍ପ ମ୍ୟାନେଜର ନବୀନ ସେନାପତି ନୂଆଦିଲ୍ଲୀସ୍ଥିତ ଭାରତୀୟ ସାମ୍ବିଧାନିକ କ୍ଲବ୍ଠାରେ ଅନୁଷ୍ଠିତ ସମ୍ମାନିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ।
The post ଗଞ୍ଜାମ ଜିଲା ପ୍ରଶାସନକୁ ଜାତୀୟସ୍ତରୀୟ ପୁରସ୍କାର appeared first on Dharitri Odia News.