ଗଞ୍ଜାମ ଜିଲାରେ ୩୧ ପ୍ରତିଶତ ବର୍ଷା କମ୍, ଚାଷୀଙ୍କୁ ଯୋଗାଇ ଦିଆଯିବ…
ଛତ୍ରପୁର,୨୪ା୬(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାରେ ୩୧ ପ୍ରତିଶତ ବର୍ଷା କମ୍ ହୋଇଛି। ସୋମବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଏହା ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ସୁଧାଂଶୁ କୁମାର ଭୋଇ ବୈଠକର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ଜିଲାରେ ଗତବର୍ଷ ତୁଳନାରେ ଶତକଡ଼ା ୩୧ ଭାଗ ବର୍ଷା କମ୍ ରହିଥିବା ଜିଲା କୃଷି ଅଧିକାରୀ ପ୍ରକାଶ […] The post ଗଞ୍ଜାମ ଜିଲାରେ ୩୧ ପ୍ରତିଶତ ବର୍ଷା କମ୍, ଚାଷୀଙ୍କୁ ଯୋଗାଇ ଦିଆଯିବ… appeared first on Dharitri Odia News.
ଛତ୍ରପୁର,୨୪ା୬(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାରେ ୩୧ ପ୍ରତିଶତ ବର୍ଷା କମ୍ ହୋଇଛି। ସୋମବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଏହା ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ସୁଧାଂଶୁ କୁମାର ଭୋଇ ବୈଠକର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ଜିଲାରେ ଗତବର୍ଷ ତୁଳନାରେ ଶତକଡ଼ା ୩୧ ଭାଗ ବର୍ଷା କମ୍ ରହିଥିବା ଜିଲା କୃଷି ଅଧିକାରୀ ପ୍ରକାଶ କରିଥିଲେ। ଚଳିତ ବର୍ଷ ଚାଷୀମାନଙ୍କୁ ଯୋଗାଇ ଦେବା ନିମନ୍ତେ ଉନ୍ନତମାନର ବିହନ ଓ ରାସାୟନିକ ସାର ଗଚ୍ଛିତ ରଖାଯାଇଛି। ଜିଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଭାଙ୍ଗି ଯାଇଥିବା ବନ୍ଧଗୁଡ଼ିକର ମରାମତି ସହିତ ଚାଷୀମାନଙ୍କୁ ଠିକ୍ ସମୟରେ ଉନ୍ନତମାନର ବିହନ ଓ ସାର ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ବନ୍ୟାଜଳ ନିଷ୍କାସନ, ଭାଙ୍ଗି ଯାଇଥିବା ବନ୍ଧଗୁଡ଼ିକର ମରାମତି, କେନାଲ ଓ ବନ୍ଧଗୁଡ଼ିକର ଦୁର୍ବଳ ସ୍ଥାନର ମରାମତି, ଶୂନ୍ୟ ମୃତ୍ୟୁହାର ଉପରେ ଜଲାପାଳ ଗୁରୁତ୍ୱାରୋପ କରିଥିଲେ।
The post ଗଞ୍ଜାମ ଜିଲାରେ ୩୧ ପ୍ରତିଶତ ବର୍ଷା କମ୍, ଚାଷୀଙ୍କୁ ଯୋଗାଇ ଦିଆଯିବ… appeared first on Dharitri Odia News.