ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି, ଏମପି ପ୍ରାର୍ଥୀ ରଂଜିତା ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି। ସେ ଆହୁରି କହିଛନ୍ତି, ରଂଜିତା ଭାଜପା ସହ ହାତ ମିଳାଇ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ମୋତେ ହରାଇବାକୁ ସେ ପ୍ଲାନ କରିଥିଲେ। ଏଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆମ ହାତରୁ ଆସିକା ସିଟ ଚାଲିଗଲା। ବିଭୀଷଣ ସାଜି […] The post ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ… appeared first on Dharitri Odia News.

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି, ଏମପି ପ୍ରାର୍ଥୀ ରଂଜିତା ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି।

ସେ ଆହୁରି କହିଛନ୍ତି, ରଂଜିତା ଭାଜପା ସହ ହାତ ମିଳାଇ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ମୋତେ ହରାଇବାକୁ ସେ ପ୍ଲାନ କରିଥିଲେ। ଏଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆମ ହାତରୁ ଆସିକା ସିଟ ଚାଲିଗଲା। ବିଭୀଷଣ ସାଜି ଦଳବିରୋଧୀ କାମ କରିଥିବା ପ୍ରମାଣ ରହିଛି। ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି ବୋଲି ଲତିକା କହିଛନ୍ତି।

ଅନ୍ୟପଟେ ଲତିକା ପ୍ରଧାନଙ୍କ ଆରୋପ ନେଇ ରଂଜିତା ସାହୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ସେଭଳି କିଛି ନାହିଁ। ଦଳ ଭିତର କଥା, ସୁପ୍ରିମୋଙ୍କୁ ଜଣାଇବୁ। ଭାଜପା ସହ ମିଶିଥିବା ଆରୋପକୁ ଖଣ୍ଡନ କରିଛନ୍ତି ରଂଜିତା। ମୁଁ ବିଜେଡି ସଦସ୍ୟ, ବିଜେଡିର ପ୍ରାର୍ଥୀ ଥିଲି। ଏଭଳି ଆରୋପ ଠିକ ନୁହେଁ। ଦଳ କିଭଳି ସୁଦୃଢ଼ ହେବ ଆମେ କାମ କରୁଛୁ ବୋଲି ରଂଜିତା କହିଛନ୍ତି।

The post ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ… appeared first on Dharitri Odia News.