ଗଞ୍ଜାମ ସହରରେ ନିର୍ମାଣ ହେବ ରାମ ମନ୍ଦିର: ସମସ୍ତ ପଅସ୍ତୁତି ନେଇ…
ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହରାଞ୍ଚଳରେ ଖୁବଶୀଘ୍ର ରାମମନ୍ଦିର ନିର୍ମାଣ ହେବାକୁ ଯାଉଛି। ସ୍ଥାନୀୟ ଅଞ୍ଚଳର ସୀତାରାମ ଫାଉଣ୍ଡେଶନ ଏହାର ସମସ୍ତ ଦାୟିତ୍ୱ ବହନ କରିବ। ଏ ନେଇ କଲେଜ ରୋଡ଼ସ୍ଥିତ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ରାମମନ୍ଦିର ନିର୍ମାଣ ନିମନ୍ତେ ଅର୍ଥ କେଉଁଠୁ ଆସିବ, କେତେ ଖର୍ଚ୍ଚ ହେବ, କେଉଁଠାରେ ନିର୍ମାଣ ହେବ ସେଥିପାଇଁ ସ୍ଥାନ ଚି଼ହ୍ନଟ ଆଦି ଆଲୋଚନା ହୋଇଥିଲା। ବିଭିନ୍ନ ଅଞ୍ଚଳର ଯୁବ ସ୍ବେଚ୍ଛାସେବୀଙ୍କୁ […] The post ଗଞ୍ଜାମ ସହରରେ ନିର୍ମାଣ ହେବ ରାମ ମନ୍ଦିର: ସମସ୍ତ ପଅସ୍ତୁତି ନେଇ… appeared first on Dharitri Odia News.
ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହରାଞ୍ଚଳରେ ଖୁବଶୀଘ୍ର ରାମମନ୍ଦିର ନିର୍ମାଣ ହେବାକୁ ଯାଉଛି। ସ୍ଥାନୀୟ ଅଞ୍ଚଳର ସୀତାରାମ ଫାଉଣ୍ଡେଶନ ଏହାର ସମସ୍ତ ଦାୟିତ୍ୱ ବହନ କରିବ। ଏ ନେଇ କଲେଜ ରୋଡ଼ସ୍ଥିତ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ରାମମନ୍ଦିର ନିର୍ମାଣ ନିମନ୍ତେ ଅର୍ଥ କେଉଁଠୁ ଆସିବ, କେତେ ଖର୍ଚ୍ଚ ହେବ, କେଉଁଠାରେ ନିର୍ମାଣ ହେବ ସେଥିପାଇଁ ସ୍ଥାନ ଚି଼ହ୍ନଟ ଆଦି ଆଲୋଚନା ହୋଇଥିଲା। ବିଭିନ୍ନ ଅଞ୍ଚଳର ଯୁବ ସ୍ବେଚ୍ଛାସେବୀଙ୍କୁ ନେଇ ସୀତାରାମ ଫାଉଣ୍ଡେଶନ ଗଠନ ହୋଇଥିଲା। ଉକ୍ତ ଫାଉଣ୍ଡେଶନ ସଦସ୍ୟମାନେ ପ୍ରତ୍ୟେକ ସମୟରେ ଅବହେଳିତ, ତଥା ଅସହାୟଙ୍କୁ ସହଯୋଗ କରିବା ପ୍ରକୃତିକୁ ସଯେଇବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ବେଶ ପ୍ରଶଂସିତ ହୋଇଥିବା ବେଳେ ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଯାହାକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି । ଏହି ବୈଠକରେ ପୂର୍ବତନ କାଉନ୍ସିଲର ଦୁର୍ଗାମାଧବ ପାଣିଗ୍ରାହୀ, ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ, କୁନା ରେଡ୍ଡୀ, କାଁହୁ ଦଳାଇ, ପ୍ରଭାତ ସ୍ବାଇଁ, ଅମନ କୁମାର ସାହୁ, ରାଜେଶ ଦାସ, ଗଣପତି ବେହେରାଙ୍କ ସମେତ ୫୦ ରୁ ଊର୍ଦ୍ଧ୍ୱ ଯୁବଗୋଷ୍ଠୀ ଉପସ୍ଥିତଥିଲେ।
The post ଗଞ୍ଜାମ ସହରରେ ନିର୍ମାଣ ହେବ ରାମ ମନ୍ଦିର: ସମସ୍ତ ପଅସ୍ତୁତି ନେଇ… appeared first on Dharitri Odia News.