ଗଞ୍ଜାମରେ କଂଚାଲଙ୍କାର ଅଭାବୀ ବିକ୍ରି : ଚିନ୍ତାରେ ଚାଷୀ , ବଢୁନି ଚାହିଦା

କନକବ୍ୟୁରୋ : ଟମାଟୋ ପରେ କଞ୍ଚାଲଙ୍କାର ଅଭାବି ବିକ୍ରି। ଗଞ୍ଜାମ ଜିଲ୍ଲା ବଡମାଧପୁରରେ କଞ୍ଚାଲଙ୍କାର ଅଭାବି ବିକ୍ରୀ ଦେଖିବାକୁ ମିଳିଛି । କଞ୍ଚାଲଙ୍କା କିଲୋ ପିଛା ୪୦ ଟଙ୍କାରୁ ଖସି ଆସି ୧୭ ଟଙ୍କାରେ ପହଞ୍ଚିଛି । ଗତ ୧୦ ଦିନ ହେଲା କଞ୍ଚାଲଙ୍କାର ଦର ଖସିଥିବା ବେଳେ ଚାଷୀ ଏବେ କଞ୍ଚାଲଙ୍କା ତୋଳିବାକୁ ଇଚ୍ଛା ପ୍ରକାଶ କରୁନାହିଁ । ଏହି ଗାଁରୁ କଞ୍ଚାଲଙ୍କା ରାଜ୍ୟର ବିଭିନ୍ନ ଜିଲ୍ଲା ସହ ବିଭିନ୍ନ ରାଜ୍ୟକୁ ରପ୍ତାନି ହେଉଥିବା ବେଳେ ଦର ଖସିବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଅମଳ ସମୟରେ ପ୍ରଥମେ କଞ୍ଚାଲଙ୍କାର ଦର କିଲୋ ପିଛା ୪୦ ଟଙ୍କା ରହିଥିଲା  । ମାତ୍ର ଦୁଇ ଥର ଚାଷୀ ୪୦ ଟଙ୍କାରେ ବିକ୍ରୀ କରିବା ପରେ ଦର ହଠାତ ୧୭ ଟଙ୍କାକୁ ଖସିଆସିଛି  ।  ଯାହାଫଳରେ ୧୭ ଟଙ୍କାରେ କଞ୍ଚାଲଙ୍କା ବିକ୍ରୀ କରିବା ନିମନ୍ତେ ପଛଘୁଞ୍ଚା ଦେଉଛନ୍ତି ଚାଷୀ । ଯଦି କିଲୋ ପିଛା ୧୭ ଟଙ୍କାରେ ବ୍ୟବସାୟୀ ମାନେ କଞ୍ଚାଲଙ୍କା ନେବେ ତେବେ କିଭଳି ଋଣ ପରିଷୋଧ କରିବେ ବୋଲି ପ୍ରଶ୍ନ କରିଛନ୍ତି କଞ୍ଚାଲଙ୍କା ଚାଷୀ ମାନେ । 

ଗଞ୍ଜାମରେ କଂଚାଲଙ୍କାର ଅଭାବୀ ବିକ୍ରି : ଚିନ୍ତାରେ ଚାଷୀ , ବଢୁନି ଚାହିଦା

କନକବ୍ୟୁରୋ : ଟମାଟୋ ପରେ କଞ୍ଚାଲଙ୍କାର ଅଭାବି ବିକ୍ରି। ଗଞ୍ଜାମ ଜିଲ୍ଲା ବଡମାଧପୁରରେ କଞ୍ଚାଲଙ୍କାର ଅଭାବି ବିକ୍ରୀ ଦେଖିବାକୁ ମିଳିଛି । କଞ୍ଚାଲଙ୍କା କିଲୋ ପିଛା ୪୦ ଟଙ୍କାରୁ ଖସି ଆସି ୧୭ ଟଙ୍କାରେ ପହଞ୍ଚିଛି । ଗତ ୧୦ ଦିନ ହେଲା କଞ୍ଚାଲଙ୍କାର ଦର ଖସିଥିବା ବେଳେ ଚାଷୀ ଏବେ କଞ୍ଚାଲଙ୍କା ତୋଳିବାକୁ ଇଚ୍ଛା ପ୍ରକାଶ କରୁନାହିଁ ।

ଏହି ଗାଁରୁ କଞ୍ଚାଲଙ୍କା ରାଜ୍ୟର ବିଭିନ୍ନ ଜିଲ୍ଲା ସହ ବିଭିନ୍ନ ରାଜ୍ୟକୁ ରପ୍ତାନି ହେଉଥିବା ବେଳେ ଦର ଖସିବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଅମଳ ସମୟରେ ପ୍ରଥମେ କଞ୍ଚାଲଙ୍କାର ଦର କିଲୋ ପିଛା ୪୦ ଟଙ୍କା ରହିଥିଲା  ।

ମାତ୍ର ଦୁଇ ଥର ଚାଷୀ ୪୦ ଟଙ୍କାରେ ବିକ୍ରୀ କରିବା ପରେ ଦର ହଠାତ ୧୭ ଟଙ୍କାକୁ ଖସିଆସିଛି  ।  ଯାହାଫଳରେ ୧୭ ଟଙ୍କାରେ କଞ୍ଚାଲଙ୍କା ବିକ୍ରୀ କରିବା ନିମନ୍ତେ ପଛଘୁଞ୍ଚା ଦେଉଛନ୍ତି ଚାଷୀ । ଯଦି କିଲୋ ପିଛା ୧୭ ଟଙ୍କାରେ ବ୍ୟବସାୟୀ ମାନେ କଞ୍ଚାଲଙ୍କା ନେବେ ତେବେ କିଭଳି ଋଣ ପରିଷୋଧ କରିବେ ବୋଲି ପ୍ରଶ୍ନ କରିଛନ୍ତି କଞ୍ଚାଲଙ୍କା ଚାଷୀ ମାନେ ।