ଗଞ୍ଜାମରେ ଡିସେମ୍ବର ୨୩ରୁ ଧାନ ସଂଗ୍ରହ
ଛତ୍ରପୁର,୧୮ା୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଜିଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର ଏମ୍ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ଏମ୍ପି ଅନୀତା ଶୁଭଦର୍ଶନୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଚଳିତ […] The post ଗଞ୍ଜାମରେ ଡିସେମ୍ବର ୨୩ରୁ ଧାନ ସଂଗ୍ରହ appeared first on Dharitri Odia News.
ଛତ୍ରପୁର,୧୮ା୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଜିଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର ଏମ୍ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ଏମ୍ପି ଅନୀତା ଶୁଭଦର୍ଶନୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଚଳିତ ଖରିଫ ଋତୁର ଧାନକ୍ରୟ ନେଇ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଅବଗତ ହୋଇଥିଲେ।
ପ୍ରଥମେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଧାନକିଣା ପାଇଁ କ’ଣ ସବୁ ବ୍ୟବସ୍ଥା କରାଯାଇଛି, କିଭଳି ସମନ୍ବୟରେ ଏବଂ କାହା ଦ୍ବାରା ଧାନ ନିର୍ଦ୍ଧାରିତ ସମୟରେ କିଣା ହେବ ଓ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମାଖାତାକୁ ଟଙ୍କା ଯିବ, ଧାନ ସଂଗ୍ରହ ପ୍ରକ୍ରିୟାରେ ସ୍କ୍ବାର୍ଡର ପ୍ରସ୍ତୁତି ଓ ଚଢାଉ, ଧାନର ଏଫଏକ୍ୟୁ ମାନ କ’ଣ ସବୁ ରହିବା ଦରକାର ସେ ସମ୍ପର୍କରେ ଜଣାଇଥିଲେ। ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଧାନ ସଂଗ୍ରହର ପ୍ରସ୍ତୁତି କିଭଳି କରାଯାଇଛି ତଥ୍ୟ ଉପସ୍ଥାପନ କରିଥିଲେ। ଚାଷୀଙ୍କଠାରୁ ଏଫଏକ୍ୟୁ ମାନର ଧାନ କିଣାଯିବ। ଏଥିପାଇଁ ବ୍ୟାପକ ସଚେତନତା କରାଯିବ । ଧାନକ୍ରୟ ସମୟରେ କଟନି ଛଟନି ସମ୍ପୂର୍ଣ୍ଣ ବନ୍ଦ ରହିବ। ବିଗତ ବର୍ଷର ଗଚ୍ଛିତ ଚାଉଳ ଏଫସିଆଇ ଉଠାଇ ନ ଥିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଧାନ ସଂଗ୍ରହ ପୂର୍ବରୁ ଚାଉଳ ଉଠାଇବାକୁ ଏଫସିଆଇକୁ କୁହାଯାଇଛି । ଏଫସିଆଇ ଗୋଦାମର ସ୍ଥାନ ଖାଲିହେଲେ ଚଳିତବର୍ଷର ସଂଗୃହୀତ ଧାନ ସେଠାରେ ରହିବ । ଗତବର୍ଷ ୩,୩୧,୦୦୦ ମେଟ୍ରିକ ଟନ ଚାଉଳ ସଂଗ୍ରହ ଲକ୍ଷ୍ୟକୁ ଆଧାର କରି ୪,୪୪୮୫୬.୫୬୯ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା । ଯାହାକି ଶତକଡା ୯୦.୦୫ । ଚଳିତ ଖରିଫରେ ଧାନ ବିକ୍ରୟ କରିବା ନିମନ୍ତେ ୧,୪୬,୫୦୪ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ଆସନ୍ତା ଡିସେମ୍ବର ୨୩ ତାରିଖ ଠାରୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। କୌଣସି ଠାରେ କିଛି ସମସ୍ୟା ଦେଖାଦେଲେ ହେଲ୍ପ ଲାଇନ ନମ୍ବର ଦ୍ବାରା କଣ୍ଟ୍ରୋଲ ରୁମକୁ ଜଣାଇବା ପାଇଁ ବ୍ୟବସ୍ଥା କରାଯିବ । ଏଥି ସକାଶେ ହେଲ୍ପ ଲାଇନ ନମ୍ବର ସମସ୍ତଙ୍କ ଅବଗତି ନିମନ୍ତେ ବିଭିନ୍ନ ମିଡିଆରେ ପ୍ରଚାର ପ୍ରସାର କରାଯିବ । ମଣ୍ଡି ପ୍ରସ୍ତୁତି, ନୋଡାଲ ଅଫିସର ନିଯୁକ୍ତି/ମଣ୍ଡି ସୁପରଭାଇଜର ଅଫିସର, ବ୍ଲକ ନୋଡାଲ ଅଫିସର, ସ୍କ୍ବାଡ ପ୍ରସ୍ତୁତି , ଟୋକନ, ଧାନ ଗଚ୍ଛିତ ରଖିବା ସକାଶେ ସ୍ଥାନ, ଧାନର ମାନ ଯାଂଚ କରିବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା ମଞ୍ଚାସୀନ ଥିଲାବେଳେ ଚାଷୀ, ମିଲର, ଏଫ.ସି. ଆଇ. ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲାପାଳ ଡ ପ୍ରମୋଦ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।
The post ଗଞ୍ଜାମରେ ଡିସେମ୍ବର ୨୩ରୁ ଧାନ ସଂଗ୍ରହ appeared first on Dharitri Odia News.