ଗଞ୍ଜାମରେ ପ୍ରତିଷ୍ଠା ହେବ ୩ ଶୀତଳଭଣ୍ଡାର

ଛତ୍ରପୁର,୨୨ା୨(ସନ୍ତୋଷ ପାଢୀ/ ଦିଲ୍ଲୀପ ସାମଲ): ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର ଗଞ୍ଜାମ ଜିଲା ଗସ୍ତରେ ଆସି ଛତ୍ରପୁର ସର୍କିଟ ହାଉସ୍‌ରେ ସମୀକ୍ଷା ବୈଠକ କରିଛନ୍ତି। ଧାନକିଣା ଓ ରାଶନକାର୍ଡ ପାଇଁ ଇ-କେୱାଇସିର ଅଗ୍ରଗତି, ଶୀତଳଭଣ୍ଡାର ନିର୍ମାଣ ଆଦି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ ବୁଝିଥିଲେ। ବିଭାଗର ଥିବା ବିଭିନ୍ନ ଲକ୍ଷ୍ୟ ପୂରଣ ପାଇଁ ବୈଠକରେ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ବୈଠକ ପରେ ଯୋଗାଣ ମନ୍ତ୍ରୀ ଏକ ଖବରଦାତା […] The post ଗଞ୍ଜାମରେ ପ୍ରତିଷ୍ଠା ହେବ ୩ ଶୀତଳଭଣ୍ଡାର appeared first on Dharitri Odia News.

ଗଞ୍ଜାମରେ ପ୍ରତିଷ୍ଠା ହେବ ୩ ଶୀତଳଭଣ୍ଡାର

ଛତ୍ରପୁର,୨୨ା୨(ସନ୍ତୋଷ ପାଢୀ/ ଦିଲ୍ଲୀପ ସାମଲ): ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର ଗଞ୍ଜାମ ଜିଲା ଗସ୍ତରେ ଆସି ଛତ୍ରପୁର ସର୍କିଟ ହାଉସ୍‌ରେ ସମୀକ୍ଷା ବୈଠକ କରିଛନ୍ତି।

ଧାନକିଣା ଓ ରାଶନକାର୍ଡ ପାଇଁ ଇ-କେୱାଇସିର ଅଗ୍ରଗତି, ଶୀତଳଭଣ୍ଡାର ନିର୍ମାଣ ଆଦି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ ବୁଝିଥିଲେ। ବିଭାଗର ଥିବା ବିଭିନ୍ନ ଲକ୍ଷ୍ୟ ପୂରଣ ପାଇଁ ବୈଠକରେ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ବୈଠକ ପରେ ଯୋଗାଣ ମନ୍ତ୍ରୀ ଏକ ଖବରଦାତା ସମ୍ମିଳନୀରେ ବିଭିନ୍ନ ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲାରେ ଟମାଟୋ ପରେ କଞ୍ଚା ଲଙ୍କାର ଅଭାବୀ ବିକ୍ରି ଲାଗି ଚାଷୀ ହନ୍ତସନ୍ତ ହେଉଛନ୍ତି। ଏନେଇ ପ୍ରଶ୍ନ କରିବାରେ ଶୀତଳଭଣ୍ଡାର ନିର୍ମାଣ କରାଯାଇ ଚାଷୀର ଫସଲକୁ ସୁରକ୍ଷିତ କରାଯିବା ସହ ଅଭାବୀ ବିକ୍ରି ରୋକାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ା ଗଞ୍ଜାମ ଜିଲାରେ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ସବ୍‌ଡିଭିଜନରେ ଗୋଟିଏ ଲେଖାଏ ସମୁଦାୟ ୩ଟି ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି ।

ଗଞ୍ଜାମ ଜିଲାରେ ୯୦ ପ୍ରତିଶତ ଧାନ କିଣା ହୋଇଛି ଏବଂ ୭ ଦିନ ମଧ୍ୟରେ ଏହି ଧାନ କିଣା ସରିଯିବ ବୋଲି ସମୀକ୍ଷାରୁ ଜଣାଯାଇଛି। ଧାନ କିଣା ପ୍ରକ୍ରିୟାରେ ଜିଲାର ଅଫିସରମାନେ ଭଲ କାମ କରୁଛନ୍ତି । ଧାନ କିଣାରେ ତ୍ରୁଟି ନେଇ ୪୦ରୁ ଊର୍ଦ୍ଧ୍ୱ ମିଲର ଏବଂ ଅନ୍ୟ କେତେକ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ମଗାଯାଇଥିବା ସେ ସୂଚନା ଦେଇଛନ୍ତି ।

ଗରିବ ଲୋକ କିଭଳି ରାଶନ କାର୍ଡ ପାଇବେ ସେ ଉପରେ ମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଆୟକରଦାତାମାନେ ରାଶନ କାର୍ଡ ହାତେଇଛନ୍ତି ତା’ର ଫିଜିକାଲ ଯାଞ୍ଚ ପାଇଁ କୁହାଯାଇଛି। ୧ ପ୍ରତିଶତ ସରକାରୀ ଚାକିରିଆଙ୍କ ରାଶନ କାର୍ଡ କଟିଛି ା ଅନ୍ୟ ସରକାରୀ ଚାକିରିଆମାନେ ମଧ୍ୟ ସେମାନଙ୍କ ରାଶନକାର୍ଡ ସରେଣ୍ଡର କରିବାକୁ କୁହାଯାଇଛି। ପ୍ରକୃତ ହିତାଧିକାରୀ ରାଶନ କାର୍ଡ ପାଉ ବୋଲି ସରକାର ଚାହୁଁଛନ୍ତି।

ମାର୍ଚ୍ଚ ୩୧ ସୁଦ୍ଧା ଇ-କେୱାଇସି କରାଇନିଅନ୍ତୁ ଏବଂ ଯେଉଁମାନେ ଉକ୍ତ ସମୟସୀମା ମଧ୍ୟରେ କରିବେ ନାହିଁ ସେମାନଙ୍କ ରାଶନ କାର୍ଡ କଟିଯିବ। ବାହାର ରାଜ୍ୟରେ ଥିବା ଦେଢ଼ ଲକ୍ଷ ଲୋକଙ୍କୁ ଇ-କେୱାଇସି କରିଛୁ ବୋଲି ମନ୍ତ୍ରୀ କହିଛନ୍ତି । ବୈଠକରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତ ପରିଡା, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

The post ଗଞ୍ଜାମରେ ପ୍ରତିଷ୍ଠା ହେବ ୩ ଶୀତଳଭଣ୍ଡାର appeared first on Dharitri Odia News.