ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଦମ୍ପତି ଙ୍କ ସମେତ 5 ଗିରଫ

ବୀରମହାରାଜପୁର : (ସୌମିତ୍ରି ମେହେର) ଗଞ୍ଜେଇ ଚାଲାଣ ଅଭିଯୋଗରେ ସୁବଳୟା ପୁଲିସ ଏକ ଦମ୍ପତ୍ତିଙ୍କ ସମେତ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଥିବା ଜଣାଯାଇଛି। ସୂଚନା ମତେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲ ପଞ୍ଚାୟତର ଠାକୁରପୁର ଠାରେ ବସକୁ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସୁବଳୟା ପୁଲିସ ପକ୍ଷରୁ ସେଠାରେ ଚଢାଉ କରାଯାଇଥିଲା । ଚଢ଼ାଉ ବେଳେ ପୁଲିସ ସେମାନଙ୍କ ନିକଟରୁ ପ୍ରାୟ ୨୩ କେଜି […] The post ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଦମ୍ପତି ଙ୍କ ସମେତ 5 ଗିରଫ appeared first on Odisha.News.

ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଦମ୍ପତି ଙ୍କ ସମେତ 5 ଗିରଫ

ବୀରମହାରାଜପୁର : (ସୌମିତ୍ରି ମେହେର) ଗଞ୍ଜେଇ ଚାଲାଣ ଅଭିଯୋଗରେ ସୁବଳୟା ପୁଲିସ ଏକ ଦମ୍ପତ୍ତିଙ୍କ ସମେତ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଥିବା ଜଣାଯାଇଛି। ସୂଚନା ମତେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପିତାମହୁଲ ପଞ୍ଚାୟତର ଠାକୁରପୁର ଠାରେ ବସକୁ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସୁବଳୟା ପୁଲିସ ପକ୍ଷରୁ ସେଠାରେ ଚଢାଉ କରାଯାଇଥିଲା । ଚଢ଼ାଉ ବେଳେ ପୁଲିସ ସେମାନଙ୍କ ନିକଟରୁ ପ୍ରାୟ ୨୩ କେଜି ୭୦୦ ଗ୍ରାମର ଗଞ୍ଜେଇ ଜବତ କରିଥିବା ଜଣାଯାଇଛି । ସେମାନେ ବୌଦ୍ଧ ଅଞ୍ଚଳରୁ ଗଞ୍ଜେଇ ଆଣି ସମ୍ବଲପୁର ପଟକୁ ଯିବାକୁ ଅପେକ୍ଷା କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ପୁରମୁଣ୍ଡା ଗ୍ରାମର ଗୁରୁପ୍ରସାଦ ଖୁରା ଓ ତାଙ୍କ ସ୍ତ୍ରୀ ଯାଜ୍ଞସେନୀ ଖୂରା ତଥା ସମ୍ପର୍କୀୟ ଶାଳକ ଅଭୟ ତାଣ୍ଡିଆ , ବାଉଁଶୁଣୀ ନିକଟସ୍ଥ ଖଲିଆପାଲି ଗ୍ରାମର ଦଶମୀ ଭୋଇ ଓ ଗୋଚ୍ଛାପଡା ଗ୍ରାମର ଉମାବତୀ ଭୋଇ ବୋଲି ଜଣାଯାଇଛି । ସୁବଳୟା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ବରେ ଏଏସଆଇ ସନ୍ତୋଷ ସିନ୍ଦରିଆ , ଏସ.ଆଇ ପୀୟୂଷ ରାଜ ନାଏକ ଓ ଅନ୍ୟ କର୍ମଚାରୀମାନେ ଉକ୍ତ ଚଢ଼ାଉରେ ସାମିଲ ହୋଇଥିଲେ।

The post ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଦମ୍ପତି ଙ୍କ ସମେତ 5 ଗିରଫ appeared first on Odisha.News.