ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ବସିଲା ପୋଲିସ

ଲମତାପୁଟ: ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ। ସେଲୋ ଟେପରେ ଦେହରେ ଗଞ୍ଜେଇ ଗୁଡ଼ାଇ ନେଉଥିଲା ଚୋରା ଚାଲାଣକାରୀ। କୋରାପୁଟ... The post ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ବସିଲା ପୋଲିସ appeared first on .

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ବସିଲା ପୋଲିସ

ଲମତାପୁଟ: ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ। ସେଲୋ ଟେପରେ ଦେହରେ ଗଞ୍ଜେଇ ଗୁଡ଼ାଇ ନେଉଥିଲା ଚୋରା ଚାଲାଣକାରୀ। କୋରାପୁଟ ପାଡୁଆ ବାଞ୍ଜଲାପୁଟ ନିକଟରେ ଧରାପଡ଼ିଲା। ଛତିଶଗଡ଼ ବସ୍ତର ଜିଲ୍ଲାର ମଣିକାନ୍ତା ନାମକ ଯୁବକ ନିଜ ଦେହରେ ୭ କେଜି ଗଞ୍ଜେଇ ସେଲୋ ଟେପ୍ ଦ୍ବାରା ଗୁଡ଼ାଇ ନେଉଥିଲା।

ଗୋଟାଏ ବ୍ୟାଗରେ ୧୫ କେଜି ଗଞ୍ଜେଇ ଧରି ବସକୁ ଅପେକ୍ଷା କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁଟ ଏସଡିପିଓଙ୍କ ନେତୃତ୍ୱରେ ପହଞ୍ଚିଥିଲା ପାଡୁଆ ପୋଲିସ। ବସକୁ ଅପେକ୍ଷା କରିବା ସମୟରେ ମାଡ଼ି ବସିଥିଲା ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ।

The post ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ବସିଲା ପୋଲିସ appeared first on .