ଗଞ୍ଜେଇ ଭର୍ତ୍ତି କାର୍ ଜବତ, ୨ଟି ବନ୍ଧୁକ ସହ ଜଣେ ଗିରଫ

ସାଲେପୁର ୨୫।୧: କଟକ ଜିଲ୍ଲା ଅବକାରୀ ବିଭାଗ ଏସ୍‌ପିଙ୍କ ନିର୍ଦ୍ଦେଶରେ ସାଲେପୁର ଅବକାରୀ ରେଜ ଡିଭିଜନ ଚଢ଼ାଉ କରିଛି । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ଚୋରା ଗଞ୍ଜେଇ ଜବତ କରିଛି । କାର୍ ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ସୋରଳରୁ ଏକ କାର୍‌ରେ ବୋଝେଇ ହୋଇଥିବା ଚୋରା ଗଞ୍ଜେଇକୁ ଜବତ କରିଛି ସାଲେପୁର ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ସୋରଳ ଗ୍ରାମର ଭାବଗ୍ରାହୀ ବରାଳ । ଘରୁ ଜବତ ହେଲା ୧ କ୍ବିଣ୍ଟାଲ ୫୬ କେଜି ଗଞ୍ଜେଇ, ୨ଟି ପିସ୍ତଲ, ୪ଟି ମାଗାଜିନ ନଗଦ ୩ ଲକ୍ଷ ୭୦ ହଜାର ଟଙ୍କା ସହ ଗୋଟିଏ କାର୍‌କୁ ଜବତ କରିଛି । ଚୋରା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ । ଜବତ ହୋଇଥିବା ପରିମାଣର ମୂଲ୍ୟ ୨୬ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତକୁ ଅବକାରୀ ବିଭାଗ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି ।You Can Read:‘ଉତ୍କର୍ଷ ଓଡ଼ିଶା’ ଜରିଆରେ ଅଧିକ ପୁଞ୍ଜି ଆଣି ଶିଳ୍ପାୟନ ଗତି ତ୍ବରାନ୍ବିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର

ଗଞ୍ଜେଇ ଭର୍ତ୍ତି କାର୍ ଜବତ, ୨ଟି ବନ୍ଧୁକ ସହ ଜଣେ ଗିରଫ

ସାଲେପୁର ୨୫।୧: କଟକ ଜିଲ୍ଲା ଅବକାରୀ ବିଭାଗ ଏସ୍‌ପିଙ୍କ ନିର୍ଦ୍ଦେଶରେ ସାଲେପୁର ଅବକାରୀ ରେଜ ଡିଭିଜନ ଚଢ଼ାଉ କରିଛି । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ଚୋରା ଗଞ୍ଜେଇ ଜବତ କରିଛି । କାର୍ ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । 

କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ସୋରଳରୁ ଏକ କାର୍‌ରେ ବୋଝେଇ ହୋଇଥିବା ଚୋରା ଗଞ୍ଜେଇକୁ ଜବତ କରିଛି ସାଲେପୁର ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ସୋରଳ ଗ୍ରାମର ଭାବଗ୍ରାହୀ ବରାଳ । ଘରୁ ଜବତ ହେଲା ୧ କ୍ବିଣ୍ଟାଲ ୫୬ କେଜି ଗଞ୍ଜେଇ, ୨ଟି ପିସ୍ତଲ, ୪ଟି ମାଗାଜିନ ନଗଦ ୩ ଲକ୍ଷ ୭୦ ହଜାର ଟଙ୍କା ସହ ଗୋଟିଏ କାର୍‌କୁ ଜବତ କରିଛି । 


ଚୋରା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ । ଜବତ ହୋଇଥିବା ପରିମାଣର ମୂଲ୍ୟ ୨୬ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତକୁ ଅବକାରୀ ବିଭାଗ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି ।

You Can Read:

‘ଉତ୍କର୍ଷ ଓଡ଼ିଶା’ ଜରିଆରେ ଅଧିକ ପୁଞ୍ଜି ଆଣି ଶିଳ୍ପାୟନ ଗତି ତ୍ବରାନ୍ବିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର