ଗଞ୍ଜେଇ ଭର୍ତ୍ତି ୨ କାର୍ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ
ବ୍ରହ୍ମପୁର,୨୮ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଟିମ୍ ଶନିବାର ଚଢ଼ାଉ କରି ୨ଟି ଗଞ୍ଜେଇ ଭର୍ତ୍ତି କାର୍ ଜବତ କରିଥିବାବେଳେ ୩ ଜଣଙ୍କୁ ଗିରଫ କରିଛି। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସ୍ପି ଶ୍ରୁତିକାନ୍ତ ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇଥିଲା। କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ ଆସ୍କା ଦେଇ ଚାଲାଣ ହେଉଥିବା ଖବର ପାଇ […] The post ଗଞ୍ଜେଇ ଭର୍ତ୍ତି ୨ କାର୍ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.
ବ୍ରହ୍ମପୁର,୨୮ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଟିମ୍ ଶନିବାର ଚଢ଼ାଉ କରି ୨ଟି ଗଞ୍ଜେଇ ଭର୍ତ୍ତି କାର୍ ଜବତ କରିଥିବାବେଳେ ୩ ଜଣଙ୍କୁ ଗିରଫ କରିଛି। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସ୍ପି ଶ୍ରୁତିକାନ୍ତ ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇଥିଲା। କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ ଆସ୍କା ଦେଇ ଚାଲାଣ ହେଉଥିବା ଖବର ପାଇ ଉକ୍ତ ଟିମ୍ ଆଜି ଆସ୍କା ବାଲିସିରା ଛକରେ ଯାନବାହନ ଯାଞ୍ଚ କରୁଥିଲା। ଆଗ ପଛ ହୋଇ ଆସୁଥିବା ଦୁଇଟି କାର୍ ନଂ ( ଓ ୦୨ ସିକ୍ୟୁ ୦୬୫୭) ଓ ମାରୁତି ସୁଜ୍କି (ଓ ୦୨ ସି ଡବ୍ଲ୍ୟୁ – ୬୫୩୧)କୁ ଅଟକାଇ ଯାଞ୍ଚ କରିଥିଲା। ସେଥିରୁ ୬୦ କେଜି ଗଞ୍ଜେଇ ଜବତ କରିଥିଲା। ଗାଡ଼ି ଡ୍ରାଇଭର ସମେତ ୩ ଅଭିଯୁକ୍ତଙ୍କୁ ଉକ୍ତ ଟିମ୍ ବାନ୍ଧିଛି। ସେମାନେ ହେଲେ କନ୍ଧମାଳ ଜିଲା ଫୁଲବାଣୀ ନାଡୀଖଣ୍ଡିର ପପୁନ ନାୟକ(୨୩) ଚକାପାଦ ଥାନା ଅଞ୍ଚଳର ଦିବ୍ୟରଞ୍ଜନ ନାୟକ(୨୩) ଓ ବୌଦ୍ଧ ଜିଲା ପୁରୁଣା କଟକ ଥାନା ଅନ୍ତର୍ଗତ ପୁରୁଣା କଟକର ଶ୍ରବଣ କୁମାର ଆପଟ (୨୧)।
The post ଗଞ୍ଜେଇ ଭର୍ତ୍ତି ୨ କାର୍ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.