ଗଞ୍ଜେଇ ସହ ଗାଡ଼ି ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ
ଲାଠୋର,୧୨ା୧୦(ଭୁବନେଶ୍ୱର ବାରିକ): ଏକ କାର୍ରେ ବେଆଇନ ଭାବେ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବଲାଙ୍ଗୀର ଜିଲା ଲାଠୋର ପୋଲିସ ଗାଡ଼ି ସହ ଗଞ୍ଜେଇ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଲାଠୋର ଗ୍ରାମ କମ୍ପାନୀ ପଡ଼ାର ପ୍ରଫୁଲ୍ଳ ତାଣ୍ଡି ଏକ କାର୍ ନଂ ଏମ୍ପି-୦୪-ସିକେ-୩୨୭୭ ଯୋଗେ ୩ କେଜି ୯୫୦ ଗ୍ରାମ ଗଞ୍ଜେଇ ଲାଠୋର ଗ୍ରାମରୁ ବେଲପଡ଼ା ଅଭିମୁଖେ ଯାଉଥିଲେ। କୌଣସି ସୂତ୍ରରୁ ପୋଲିସ ଖବର ପାଇ […] The post ଗଞ୍ଜେଇ ସହ ଗାଡ଼ି ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ appeared first on Dharitri Odia News.
ଲାଠୋର,୧୨ା୧୦(ଭୁବନେଶ୍ୱର ବାରିକ): ଏକ କାର୍ରେ ବେଆଇନ ଭାବେ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବଲାଙ୍ଗୀର ଜିଲା ଲାଠୋର ପୋଲିସ ଗାଡ଼ି ସହ ଗଞ୍ଜେଇ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଲାଠୋର ଗ୍ରାମ କମ୍ପାନୀ ପଡ଼ାର ପ୍ରଫୁଲ୍ଳ ତାଣ୍ଡି ଏକ କାର୍ ନଂ ଏମ୍ପି-୦୪-ସିକେ-୩୨୭୭ ଯୋଗେ ୩ କେଜି ୯୫୦ ଗ୍ରାମ ଗଞ୍ଜେଇ ଲାଠୋର ଗ୍ରାମରୁ ବେଲପଡ଼ା ଅଭିମୁଖେ ଯାଉଥିଲେ। କୌଣସି ସୂତ୍ରରୁ ପୋଲିସ ଖବର ପାଇ ଗାଡ଼ିର ପିଛା କରିଥିଲା। ଗାଡ଼ିକୁ ଧଉଁରାଖମନ ଛକଠାରେ କାବୁ କରି ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ପରେ ଅଭିଯୁକ୍ତଙ୍କ ବିରୋଧରେ ଲାଠୋର ଥାନା କେସ୍ ନଂ ୨୨୫/୨୪ରେ ଏକ ମାମଲା ରୁଜୁ କରି ଗଞ୍ଜେଇ ଏବଂ ଗାଡ଼ିକୁ ଜବତ କରି ଅଭିଯୁକ୍ତଙ୍କୁ ଶୁକ୍ରବାର ରାତି ପାଟଣାଗଡ଼ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।
The post ଗଞ୍ଜେଇ ସହ ଗାଡ଼ି ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ appeared first on Dharitri Odia News.