ଗଡ଼ଗଡ଼ିଆ ଘାଟରେ ବୁଡ଼ିଗଲେ ୨ କାଉଡ଼ିଆ
କଟକ,୨୮ା୭(କାର୍ତ୍ତିକ ସାହୁ): କାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏନେଇ ରବିବାର ନଦୀ, ପୋଖରୀ ଘାଟରୁ ପାଣି ଉଠାଇ ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ ସବୁଠି କାଉଡିଆଙ୍କ ଭିଡ଼ ଜମିଛି। ଏଭଳି ସ୍ଥିତିରେ କଟକ ଗଡ଼ଗଡ଼ିଆ ଘାଟରେ ମଧ୍ୟ କାଉଡିଆଙ୍କ ଭିଡ଼ ଲାଗିଛି। ହେଲେ ରବିବାର ଗଡ଼ଗଡ଼ିଆ ଘାଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘାଟରେ ପାଣି ଉଠାଇବାକୁ ଆସିଥିବା ୨ଜଣ କାଉଡ଼ିଆ ବୁଡି ଯାଇଥିବା ଜଣାପଡିଛି। ହେଲେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। […] The post ଗଡ଼ଗଡ଼ିଆ ଘାଟରେ ବୁଡ଼ିଗଲେ ୨ କାଉଡ଼ିଆ appeared first on Dharitri Odia News.
କଟକ,୨୮ା୭(କାର୍ତ୍ତିକ ସାହୁ): କାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏନେଇ ରବିବାର ନଦୀ, ପୋଖରୀ ଘାଟରୁ ପାଣି ଉଠାଇ ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ ସବୁଠି କାଉଡିଆଙ୍କ ଭିଡ଼ ଜମିଛି। ଏଭଳି ସ୍ଥିତିରେ କଟକ ଗଡ଼ଗଡ଼ିଆ ଘାଟରେ ମଧ୍ୟ କାଉଡିଆଙ୍କ ଭିଡ଼ ଲାଗିଛି। ହେଲେ ରବିବାର ଗଡ଼ଗଡ଼ିଆ ଘାଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘାଟରେ ପାଣି ଉଠାଇବାକୁ ଆସିଥିବା ୨ଜଣ କାଉଡ଼ିଆ ବୁଡି ଯାଇଥିବା ଜଣାପଡିଛି। ହେଲେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଯୁବକ ଜଣକ ପଟିଆ ଅଞ୍ଚଳର ସୌମ୍ୟରଞ୍ଜନ ପାତ୍ର(୨୬)।
ଅନ୍ୟ ଜଣେ ନିଖୋଜ ଥିବା ବେଳେ ତାଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଥିବା ଜିଲା ଅଗ୍ନିଶମ ଅଧିକାରୀ ସଞ୍ଜୀବ କୁମାର ବେହେରା କହିଛନ୍ତି।
The post ଗଡ଼ଗଡ଼ିଆ ଘାଟରେ ବୁଡ଼ିଗଲେ ୨ କାଉଡ଼ିଆ appeared first on Dharitri Odia News.