ଗଣତନ୍ତ୍ର ଦିବସରେ ରାଜ୍ୟପାଳଙ୍କ ‘ଏଟ ହୋମ’ରେ ଯୋଗ ଦେବେନି ଷ୍ଟାଲିନ, ବହିଷ୍କାର ଘୋଷଣା କଲେ DMK ସହଯୋଗୀ
ଚେନ୍ନାଇ ୨୫।୧: ରାଜଭବନ ଓ ଡିଏମକେ ସରକାରଙ୍କ ସମ୍ପର୍କରେ କୌଣସି ସୁଧାର ହେଉ ନାହିଁ। ଏଣୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ଆର.ଏନ.ରବିଙ୍କ ଦ୍ୱାରା ରାଜଭବନରେ ଆୟୋଜିତ ହେବାକୁ ଥିବା ‘ଏଟ ହୋମ’ ରିସେପସନକୁ ବହିଷ୍କାର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ବଦଳେ ଷ୍ଟାଲିନ ମଦୁରାଇ ଜିଲ୍ଲା ଅରିଟ୍ଟାପଟ୍ଟି ଓ ଏହାର ଆଖପାଖ ଗ୍ରାମୀଣଙ୍କ ଦ୍ୱାରା ସେହି କ୍ଷେତ୍ରରେ ଟଙ୍ଗଷ୍ଟନ ଖନନ ପଟ୍ଟା ରଦ୍ଦ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ରାଜ୍ୟପାଳଙ୍କ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ଏବେ ରାଜଭବନନର ଅପମାନ ରୂପେ ଦେଖାଯାଉଛି। କାରଣ ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ରାଜ୍ୟପାଳ ମୁହାଁମୁହିଁ ପରିସ୍ଥିତିରେ ରହୁଛନ୍ତି। ଚଳିତମାସ ଆରମ୍ଭରେ ରାଜ୍ୟପାଳ ବର୍ଷର ପ୍ରଥମ ବିଧାନସଭା ଅଧିବେଶନରେ ଅଭିଭାଷଣ ନ ରଖି କଖ୍ୟତ୍ୟାଗ କରିଥିଲେ। ଅପରପକ୍ଷେ ଟଙ୍ଗଷ୍ଟନ ଖନନ ବିରୋଧ କମିଟିର ପ୍ରତିନିଧିମାନେ ଶନିବାର ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଓ ବେଦାନ୍ତର ହିନ୍ଦୁସ୍ତାନ ଜିଙ୍କ ଲିମିଟେଡକୁ ଦିଆଯାଇଥିବା ଖଣି ପଟ୍ଟା ରଦ୍ଦ କରିବାରେ ସରକାରଙ୍କ ପ୍ରୟାସକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ କମିଟି ଅରିଟ୍ଟାପଟ୍ଟିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ମଧ
ଚେନ୍ନାଇ ୨୫।୧: ରାଜଭବନ ଓ ଡିଏମକେ ସରକାରଙ୍କ ସମ୍ପର୍କରେ କୌଣସି ସୁଧାର ହେଉ ନାହିଁ। ଏଣୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ଆର.ଏନ.ରବିଙ୍କ ଦ୍ୱାରା ରାଜଭବନରେ ଆୟୋଜିତ ହେବାକୁ ଥିବା ‘ଏଟ ହୋମ’ ରିସେପସନକୁ ବହିଷ୍କାର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ବଦଳେ ଷ୍ଟାଲିନ ମଦୁରାଇ ଜିଲ୍ଲା ଅରିଟ୍ଟାପଟ୍ଟି ଓ ଏହାର ଆଖପାଖ ଗ୍ରାମୀଣଙ୍କ ଦ୍ୱାରା ସେହି କ୍ଷେତ୍ରରେ ଟଙ୍ଗଷ୍ଟନ ଖନନ ପଟ୍ଟା ରଦ୍ଦ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ।
ରାଜ୍ୟପାଳଙ୍କ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିବା ଏବେ ରାଜଭବନନର ଅପମାନ ରୂପେ ଦେଖାଯାଉଛି। କାରଣ ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ରାଜ୍ୟପାଳ ମୁହାଁମୁହିଁ ପରିସ୍ଥିତିରେ ରହୁଛନ୍ତି। ଚଳିତମାସ ଆରମ୍ଭରେ ରାଜ୍ୟପାଳ ବର୍ଷର ପ୍ରଥମ ବିଧାନସଭା ଅଧିବେଶନରେ ଅଭିଭାଷଣ ନ ରଖି କଖ୍ୟତ୍ୟାଗ କରିଥିଲେ। ଅପରପକ୍ଷେ ଟଙ୍ଗଷ୍ଟନ ଖନନ ବିରୋଧ କମିଟିର ପ୍ରତିନିଧିମାନେ ଶନିବାର ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଓ ବେଦାନ୍ତର ହିନ୍ଦୁସ୍ତାନ ଜିଙ୍କ ଲିମିଟେଡକୁ ଦିଆଯାଇଥିବା ଖଣି ପଟ୍ଟା ରଦ୍ଦ କରିବାରେ ସରକାରଙ୍କ ପ୍ରୟାସକୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଅବସରରେ କମିଟି ଅରିଟ୍ଟାପଟ୍ଟିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି। ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସେମାନଙ୍କ ନିମନ୍ତ୍ରଣ ସ୍ୱୀକାର ହୋଇଥିବା କହିଛନ୍ତି। ୫୦ଟି ଗାଁର ସ୍ଥାନୀୟ ଲୋକଙ୍କ ଦ୍ୱାରା ଲଗାତାର ବିରୋଧ ପ୍ରଦର୍ଶନ ଓ ଜୈବ ବିବିଧତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି କ୍ଷେତ୍ରରେ ପ୍ରକଳ୍ପକୁ ବିରୋଧ କରି ତାମିଲନାଡୁ ବିଧାନସଭାରେ ଗୃହୀତ ପ୍ରସ୍ତାବ ପରେ କେନ୍ଦ୍ର ସରକାର ଜାନୁୟାରୀ ୨୩ ତାରିଖ ଦିନ ଖନନ ପଟ୍ଟାକୁ ରଦ୍ଦ କରିଦେଇଛନ୍ତି।
ଅଧିକାରୀକ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ରବିବାର ସକାଳେ ମରିନା ତଟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନରେ ମଦୁରାଇ ଗସ୍ତରେ ଯିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କୁ ଭେଟିବା ପାଇଁ ଅରିଟ୍ଟାପଟ୍ଟି ଓ ବେଲ୍ଲାଲପଟ୍ଟି ଗସ୍ତ କରିବେ। ଖଣି ପଟ୍ଟା ରଦ୍ଦକୁ ସ୍ୱାଗତ କରି ଷ୍ଟାଲିନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସଂକଳ୍ପ କାରଣରୁ କେନ୍ଦ୍ର ସରକାର ବିରୋଧ ଆଗରେ ମୁଣ୍ଡ ନୁଆଇଁଛନ୍ତି।
ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ‘ଆଟ ହୋମ’କୁ ଯିବେ ନାହିଁ। ତେବେ କ୍ଷମତାସୀନ ଡିଏମକେର ପ୍ରତିନିଧି ଓ କ୍ୟାବିନେଟ୍ ସହଯୋଗୀ ଏହି କାର୍ଯ୍ୟକ୍ରମକୁ ଯିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ଡିଏମକେ ସହଯୋଗୀ କଂଗ୍ରେସ, ଭାଇକୋଙ୍କ ମରୁମଲାର୍ଚି ଡିଏମକେ, ସାଂସଦ ଥିରୁମା ବଲ୍ଲଭନଙ୍କ ଭିଦୁଥଲାଇ ଚିରୁଥେଗଲକାଚୀ (ଭିସିକେ) ଓ ବାମପନ୍ଥୀ ଦଳ ସମେତ ଡିଏମକେର ସହଯୋଗୀ ରାଜ୍ୟପାଳଙ୍କ ସ୍ୱାଗତ ଉତ୍ସବକୁ ବହିଷ୍କାର କରୁଛନ୍ତି ଓ ତାଙ୍କ ବିରୋଧରେ ରାଜ୍ୟ ହିତ ବିରୋଧୀ କାମ କରୁଥିବାର ଅଭିଯୋଗ ଆଣିଛନ୍ତି। ଗତବର୍ଷ ମଧ୍ୟ ଡିଏମକେ ସହଯୋଗୀମାନେ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ବହିଷ୍କାର କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।