ଗଣତନ୍ତ୍ରକୁ ସୃଦୃଢ଼ କରିବା ପାଇଁ ଆହ୍ବାନ ଦେଲେ ଆଇକନ ଶୁଭ୍ରାଂଶୁ ସେନାପତି
କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲାର ଭୋଟରମାନଙ୍କୁ ସଚେତନ କରାଇବା ପାଇଁ କେନ୍ଦୁଝର ଜିଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆଇକନ ଭାବେ ନିଯୁକ୍ତ ହୋଇଥିବା ଅନ୍ତର୍ଜାତୀୟ ସୁନାମଧନ୍ୟ କ୍ରିକେଟର ଶୁଭ୍ରାଂଶୁ ସେନାପତି ଶନିବାର ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆସନ୍ତା ମେ’ ୨୫ରେ ଅନୁଷ୍ଠିତ ହେବାକୁ ଥିବା ଏକକାଳୀନ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ମତଦାନ ପାଇଁ ଭୋଟରଙ୍କୁ ସଚେତନ କରିଥିଲେ। ପ୍ରଥମେ ସ୍ଥାନୀୟ ଜନଜାତି […] The post ଗଣତନ୍ତ୍ରକୁ ସୃଦୃଢ଼ କରିବା ପାଇଁ ଆହ୍ବାନ ଦେଲେ ଆଇକନ ଶୁଭ୍ରାଂଶୁ ସେନାପତି appeared first on Dharitri Odia News.
କେନ୍ଦୁଝର,୧୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲାର ଭୋଟରମାନଙ୍କୁ ସଚେତନ କରାଇବା ପାଇଁ କେନ୍ଦୁଝର ଜିଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆଇକନ ଭାବେ ନିଯୁକ୍ତ ହୋଇଥିବା ଅନ୍ତର୍ଜାତୀୟ ସୁନାମଧନ୍ୟ କ୍ରିକେଟର ଶୁଭ୍ରାଂଶୁ ସେନାପତି ଶନିବାର ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଆସନ୍ତା ମେ’ ୨୫ରେ ଅନୁଷ୍ଠିତ ହେବାକୁ ଥିବା ଏକକାଳୀନ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ମତଦାନ ପାଇଁ ଭୋଟରଙ୍କୁ ସଚେତନ କରିଥିଲେ। ପ୍ରଥମେ ସ୍ଥାନୀୟ ଜନଜାତି ଗବେଷଣା କେନ୍ଦ୍ର ଗସ୍ତ କରିବା ପରେ ଶଙ୍କରପୁରସ୍ଥିତ ସ୍ପୋଟର୍ସ କମ୍ପ୍ଲେକ୍ସ ଯାଇଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସେ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ମତଦାନର ଗୁରୁତ୍ୱକୁ ନିଜ ବାର୍ତ୍ତା ମାଧ୍ୟମରେ ପ୍ରଦାନ କରିଥିଲେ ।
ନୂଆ ଦାୟିତ୍ୱ ଗ୍ରହଣ ମିଳିବା ପରେ ସେନାପତି ପ୍ରତିକ୍ରିୟା ରଖି କହିଛନ୍ତି,‘ରାଷ୍ଟ୍ର ନିର୍ମାଣରେ ଯୁବଗୋଷ୍ଠୀଙ୍କର ପ୍ରମୁଖ ଭୂମିକା ରହିଛି । ମୁଁ ଓ ମୋର ପରିବାର ସର୍ବଦା ଭୋଟ୍ ଦେଇଥାଉ । ଏହା ଆମର ଦାୟିତ୍ୱ ଯାହାକୁ କେବେ ଅଣଦେଖା କରିବା କଥା ନୁହେଁ । କ୍ରିକେଟ ମ୍ୟାଚ୍ରେ ଯେପରି ଦଳ ଜିତିବା ପାଇଁ ସମସ୍ତ ୧୧ ଜଣ ଖେଳାଳିଙ୍କୁ ନିଜ ନିଜ ଅବଦାନ ରଖିବାକୁ ପଡ଼ିଥାଏ ସେହିଭଳି ଆମ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ଆମ ସମସ୍ତଙ୍କୁ ନିଜ ନିଜ ଅବଦାନ ଭୋଟ ଦାନ କରି ରଖିବାକୁ ପଡ଼ିବ। ଗଣମାଧ୍ୟମ ପ୍ରତିନିଧିମାନଙ୍କ ମାଧ୍ୟମରେ ସମଗ୍ର କେନ୍ଦୁଝର ଜିଲାର ଭୋଟରମାନଙ୍କୁ ନିଜ ନିଜର ମତଦାନ ସାବ୍ୟସ୍ତ କରିବାକୁ ନିବେଦନ କରିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ ତ୍ରିଲୋଚନ ମହାନ୍ତି, କେନ୍ଦୁଝର ସଦର ବ୍ଲକ ବିଡିଓ ତିଳୋତ୍ତମା ପୃଷ୍ଟି ଓ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ଥିଲେ।
The post ଗଣତନ୍ତ୍ରକୁ ସୃଦୃଢ଼ କରିବା ପାଇଁ ଆହ୍ବାନ ଦେଲେ ଆଇକନ ଶୁଭ୍ରାଂଶୁ ସେନାପତି appeared first on Dharitri Odia News.