ଗଣିତ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡାଙ୍କ ପରଲୋକ

ସମ୍ବଲପୁର:ଯୁଯୁମୁରା ବ୍ଲକ ଡ଼ଙ୍ଗରପଡା ଗ୍ରାମର ଶ୍ୟାମସୁନ୍ଦର ପଣ୍ଡାଙ୍କ ୭୫ବର୍ଷ ବୟସରେ ରବିବାର ରାତିରେ ପରଲୋକ ହୋଇଯାଇଛି।ଗଣିତ ଶିକ୍ଷକ ଭାବରେ ସେ ପଧାନପାଲି ହାଇସ୍କୁଲ ରେ ଚାକିରୀ ଜୀବନ ଆରମ୍ଭ କରି ବହୁ ମେଧାବୀ ଛାତ୍ର ଛାତ୍ରୀ ସୃଷ୍ଟି କରି ଯାଇଛନ୍ତି। ସୋମବାର ସକାଳେ ସମ୍ବଲପୁର ରାଜଘାଟ ଠାରେ ପୁତ୍ର ଦେବବଂଶ ମୁଖାଗ୍ନି ଦେଇ ଶେଷକୃତ୍ୟ ସମାପନ କରିଛନ୍ତି l ତାଙ୍କ ପଛରେ ସ୍ତ୍ରୀ ସୁରେଖା ଝିଅ ବିନ୍ଦୁଶ୍ରୀ, ଦୁଇ ପୁତ୍ର ପୁତ୍ରବଧୂ ଓ ନାତି ନାତୁଣୀଙ୍କୁ ଛାଡି […] The post ଗଣିତ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡାଙ୍କ ପରଲୋକ appeared first on Odisha.News.

ଗଣିତ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡାଙ୍କ ପରଲୋକ

ସମ୍ବଲପୁର:ଯୁଯୁମୁରା ବ୍ଲକ ଡ଼ଙ୍ଗରପଡା ଗ୍ରାମର ଶ୍ୟାମସୁନ୍ଦର ପଣ୍ଡାଙ୍କ ୭୫ବର୍ଷ ବୟସରେ ରବିବାର ରାତିରେ ପରଲୋକ ହୋଇଯାଇଛି।ଗଣିତ ଶିକ୍ଷକ ଭାବରେ ସେ ପଧାନପାଲି ହାଇସ୍କୁଲ ରେ ଚାକିରୀ ଜୀବନ ଆରମ୍ଭ କରି ବହୁ ମେଧାବୀ ଛାତ୍ର ଛାତ୍ରୀ ସୃଷ୍ଟି କରି ଯାଇଛନ୍ତି। ସୋମବାର ସକାଳେ ସମ୍ବଲପୁର ରାଜଘାଟ ଠାରେ ପୁତ୍ର ଦେବବଂଶ ମୁଖାଗ୍ନି ଦେଇ ଶେଷକୃତ୍ୟ ସମାପନ କରିଛନ୍ତି l ତାଙ୍କ ପଛରେ ସ୍ତ୍ରୀ ସୁରେଖା ଝିଅ ବିନ୍ଦୁଶ୍ରୀ, ଦୁଇ ପୁତ୍ର ପୁତ୍ରବଧୂ ଓ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି l ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା l ବହୁ ଲୋକ ତାଙ୍କ ଶେଷ ଦର୍ଶନ ପାଇଁ ଶବାଧାରରେ ସାମିଲ ହୋଇଥିଲେ।ତାଙ୍କର ମୃତ୍ୟରେ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା, ଲୋଚନ ମେହେର, ସୁରେନ୍ଦ୍ର ମହାକୁଡ଼, ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡାଙ୍କ ସମେତ ପୂର୍ବତନ ଛାତ୍ର ଅଶୋକ ପୁରୋହିତ,ଆଶୁତୋଷ ପଣ୍ଡା, ରାଧାମୋହନଷଡ଼ଙ୍ଗୀ, ରବିନାରାୟଣ ବେହେରା , ବଟୁରାମ ନାୟକ , ସରୋଜ କୁମାର ନାଥ,କାବୁଲି ପଣ୍ଡା, ଜଗଦୀଶ ସାହୁ,ସନ୍ତୋଷ,ଦିଗାମ୍ବର ପ୍ରମୁଖ ଶୋକ ପ୍ରକାଶ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

The post ଗଣିତ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡାଙ୍କ ପରଲୋକ appeared first on Odisha.News.