ଗଣେଶ ବିସର୍ଜନ ବେଳେ ଅଘଟଣ; ଯୁବକଙ୍କ ହାତରେ ଫୁଟିଲା ବାଣ
ଚିକିତ୍ସା ପରେ ଯୁବକ ଜଣଙ୍କ ସୁସ୍ଥ ଥିବା ଜଣାଯାଇଛି।
ଗଣେଶ ବିସର୍ଜନ ସମୟରେ ଅଘଟଣ ଘଟିଛି। ଜଣେ ଯୁବକଙ୍କ ହାତରେ ବାଣ ଫୁଟି ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନୂଆଁପୋଲି ଗ୍ରାମରେ ଏହି ଅଘଟଣ ଘଟିଛି।
ଆହତଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣଙ୍କ ଘରକୁ ଫେରି ଆସିଥିବା ଜଣାଯାଇଛି।
ଗତକାଲି ନୂଆଁପୋଲି ଗାଁରେ ଗଣେଶ ବିସର୍ଜନ ଚାଲିଥିଲା। ଏହି ସମୟରେ ଯୁବକ ଜଣଙ୍କ ବାଇ ଫୁଟାଉଥିଲେ। ଅସାବଧାନତା ଯୋଗୁ ବାଣଟି ତାଙ୍କ ହାତରେ ଫୁଟି ଯାଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଯୁବକ ଜଣଙ୍କ ସୁସ୍ଥ ଥିବା ଜଣାଯାଇଛି।