ଗଣେଶ ଭସାଣି ବେଳେ ଛୁରାମାଡ଼,ନାବାଳକ ମୃତ

କଟକ : ଗଣେଶ ଭସାଣିବେଳେ ଗୋଷ୍ଠୀ ବିବାଦ । ଛୁରାମାଡ଼ ଘଟି ଜଣେ ନାବଳର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଆଠଗଡ ଖୁଣ୍ଟୁଣୀ ଧୁଋଷିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ମଙ୍ଗଳବାର ରାତିରେ ଗଣେଶ ଗୋପାଳ ସାହି ଏବଂ ହରିଜନ ସାହିର ଭସାଣି ଚାଲିଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଛୁରାମାଡ ହୋଇଥିଲା । ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରୁ ସେମାନଙ୍କୁ କଟକ ବଡ଼ ମେଡିକାଲ […]

ଗଣେଶ ଭସାଣି ବେଳେ ଛୁରାମାଡ଼,ନାବାଳକ ମୃତ
ଗଣେଶ ଭସାଣି ବେଳେ ଛୁରାମାଡ଼,ନାବାଳକ ମୃତ

କଟକ : ଗଣେଶ ଭସାଣିବେଳେ ଗୋଷ୍ଠୀ ବିବାଦ । ଛୁରାମାଡ଼ ଘଟି ଜଣେ ନାବଳର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଆଠଗଡ ଖୁଣ୍ଟୁଣୀ ଧୁଋଷିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ମଙ୍ଗଳବାର ରାତିରେ ଗଣେଶ ଗୋପାଳ ସାହି ଏବଂ ହରିଜନ ସାହିର ଭସାଣି ଚାଲିଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଛୁରାମାଡ ହୋଇଥିଲା । ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧ ଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୩ ଜଣ ଚିକିତ୍ସିତ ହେଉଛନ୍ତି । ଗଣ୍ଡଗୋଳ ପରେ ଗାଁରେ ଏବେବି ଚାପା ଉତ୍ତେଜନା ଜାରି ରହିଛି । ତେବେ ମୃତ୍ୟୁ ଘଟିଥିବା ନାବାଳକ ଜଣକ ଭସାଣି ଦେଖିବାକୁ ଯାଇଥିବାବେଳେ ଛୁରାମାଡର ଶିକାର ହୋଇଥିଲେ । ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଧୁଋଷିଆ ଗାଁରେ ୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ପରିସ୍ଥିତି ଉପରେ କଡା ନଜର ରଖାଯାଇଛି ।