ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପୋଖରୀରେ ବୁଡି ଦୁଇ ନାବାଳକ ମୃତ

ଗଞ୍ଜାମ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବଡ ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳକ ମୃତ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପଂଚମା ଗାଁରେ ଖେଳି ଯାଇଛି ଶୋକର ଛାୟା। ଆଜି ଗଣେଶଙ୍କ ବିଗ୍ରହ ବିସର୍ଜନ କରିଲା ବେଳେ ଘଟିଛି ଏପରି ଏକ ଅଘଟଣ। ମୂର୍ତ୍ତି ବିସର୍ଜନର କିଛି ସମୟ ପୂର୍ବରୁ ଯିଏ ଡିଜେର ତାଳେ ତାଳେ ନାଚୁଥିଲା ଏବେ ସେ ଶଲିଳ ସମାଧୀ ପାଲଟି ଯାଇଛନ୍ତି। ପୋଖରୀରେ ବୁଡି ଚାଲିଯାଇଛି ଦୁଇ ନାବାଳକଙ୍କ […]

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପୋଖରୀରେ ବୁଡି ଦୁଇ ନାବାଳକ ମୃତ
Two minors drowned to death in the pond while disposing of Ganesh idol

ଗଞ୍ଜାମ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବଡ ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳକ ମୃତ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପଂଚମା ଗାଁରେ ଖେଳି ଯାଇଛି ଶୋକର ଛାୟା। ଆଜି ଗଣେଶଙ୍କ ବିଗ୍ରହ ବିସର୍ଜନ କରିଲା ବେଳେ ଘଟିଛି ଏପରି ଏକ ଅଘଟଣ। ମୂର୍ତ୍ତି ବିସର୍ଜନର କିଛି ସମୟ ପୂର୍ବରୁ ଯିଏ ଡିଜେର ତାଳେ ତାଳେ ନାଚୁଥିଲା ଏବେ ସେ ଶଲିଳ ସମାଧୀ ପାଲଟି ଯାଇଛନ୍ତି। ପୋଖରୀରେ ବୁଡି ଚାଲିଯାଇଛି ଦୁଇ ନାବାଳକଙ୍କ ଜୀବନ। ମୃତକ ହେଲେ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁଅ ସୌମ୍ୟ ପ୍ରଧାନ ଓ ବିନୋଦ ସେଠୀଙ୍କ ପୁଅ ଆଦିତ୍ୟ ସେଠୀ । ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି ।

ଗ୍ରାମର ପାତାଳେଶ୍ୱର ମନ୍ଦିରନିକଟରେ ଥିବା ପୋଖରୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଥିଲା ଏହି ଅଘଟଣ। ଗ୍ରାମର କିଛି ପିଲା ମୂର୍ତ୍ତି ବିସର୍ଜନ କରି ଆସିବା ପରେ ପୁଣି ଥରେ ପୋଖରୀକୁ ଯାଇଥିଲେ ଗାଧେଇବା ପାଇଁ, ଯାହା ଫଳରେ ଘଟିଲା ଏହିପରି ଅଘଟଣ। ଅସାବଧାନତା କାରଣରୁ ଦୁଇ ଜଣ ନାବାଳକ ପାଣିରେ ଭାସିଯାଇଥିଲେ । ଆଉ ଶେଷରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଦୁଇ ଜଣ ପଂଚମା ଗ୍ରାମର ଏବଂ ଉଭୟଙ୍କ ବୟସ ମାତ୍ର ୧୨ ବର୍ଷ। ହସ ଖୁସିରେ ଗଣେଶଙ୍କୁ ବିଦାୟ ଦେବାକୁ ଯାଇଥିଲେ ଗାଁର ପିଲାମାନେ। ହେଲେ ନିମିଷକରେ ସେମାନଙ୍କ ଖୁସିକୁ ଢାଙ୍କି ଦେଇଥିଲା ଦୁଃଖର କଳା ବାଦଲ।