ଗଣ୍ଠିଗାଡ଼ିଆ ଗାଁର ଗାଈ ଗୋଠରେ ହାତୀଛୁଆ, ସଭିଏଁ ଦେଖି ଚକିତ
ଅନୁଗୁଳ(କେନ୍ୟୁଜ): ଗାଁ ଦାଣ୍ଡରେ ବୁଲୁଛି ହାତୀ ଛୁଆ । ଦେଖିବାକୁ ହୋଇଛି ଭାରି ସୁନ୍ଦର ଡଉଲ ଡାଉଲ । ମଣିଷକୁ ଦେଖି ତାମନରେ ଟିକେ ବି ଡର କି ଭୟ ନାହିଁ । ସମସ୍ତଙ୍କୁ ଚିହ୍ନିଲା ଭଳି ଆପଣାର କରିଦେଇଛି । ପିଲା ଠୁ ବୁଢା ସଭିଏଁ ତାକୁ ଦେଖି ଭାରି ଖୁସି । ଗାଁକୁ ଯେମିତି ଆସିଛି କୋଉ କୁଣିଆଁ। ଯେମିତି କାହା ଘରକୁ କୁଣିଆଁ ଆସିଲେ ଘର ପୁରି ଉଠେ। ଆଜି ସେମିତି ଗଣ୍ଠିଗାଡ଼ିଆ […] The post ଗଣ୍ଠିଗାଡ଼ିଆ ଗାଁର ଗାଈ ଗୋଠରେ ହାତୀଛୁଆ, ସଭିଏଁ ଦେଖି ଚକିତ appeared first on KNews Odisha.

ଅନୁଗୁଳ(କେନ୍ୟୁଜ): ଗାଁ ଦାଣ୍ଡରେ ବୁଲୁଛି ହାତୀ ଛୁଆ । ଦେଖିବାକୁ ହୋଇଛି ଭାରି ସୁନ୍ଦର ଡଉଲ ଡାଉଲ । ମଣିଷକୁ ଦେଖି ତାମନରେ ଟିକେ ବି ଡର କି ଭୟ ନାହିଁ । ସମସ୍ତଙ୍କୁ ଚିହ୍ନିଲା ଭଳି ଆପଣାର କରିଦେଇଛି । ପିଲା ଠୁ ବୁଢା ସଭିଏଁ ତାକୁ ଦେଖି ଭାରି ଖୁସି । ଗାଁକୁ ଯେମିତି ଆସିଛି କୋଉ କୁଣିଆଁ। ଯେମିତି କାହା ଘରକୁ କୁଣିଆଁ ଆସିଲେ ଘର ପୁରି ଉଠେ। ଆଜି ସେମିତି ଗଣ୍ଠିଗାଡ଼ିଆ ଗାଁ ପୁରି ଉଠିଛି ଏଇ କୁନି ହାତୀଟିକୁ ପାଖରେ ପାଇ ।
ଏଇ କୌତୁକିଆ ଦୃଶ୍ୟଟି ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଗଣ୍ଠିଗାଡ଼ିଆ ଗାଁରେ । ଗଣ୍ଠିଗାଡ଼ିଆ ଜଙ୍ଗଲରୁ ଏହି ହାତୀ ଛୁଆଟି କୁଆଡେ ଆଜି ନିଜ ହାତୀ ଗୋଠରୁ ଅଲଗା ହୋଇଯାଇ ଗଣ୍ଠିଗାଡ଼ିଆ ଗାଈଗୋଠରେ ମିଶିଯାଇଥିଲା । ଆଉ ସେହି ଗାଈଗୋଠ ପଛେ ପଛେ କୁନି ହାତୀଟି ଆସି ପଂହଁଚି ଯାଇଥିଲା ଗାଁରେ । ଗାଁ ଭିତରେ ହାତୀ ଛୁଆଟିକୁ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇ ହାଇଯାଇଥିଲେ। ଏବେ ସମସ୍ତେ ତାକୁ ସ୍ନେହ ଆଦର କରୁଛନ୍ତି । କିଏ କେତେ କଣ ସବୁ ତାକୁ ଖାଇବା ଦେଉଛନ୍ତି। ଆଉ ତାକୁ ପାଣି ବି ପିଆଇ ଦେଉଛନ୍ତି ।
ସୂଚନା ଅନୁଯାୟୀ, ଗଣ୍ଠିଗାଡ଼ିଆ ଜଙ୍ଗଲରେ ରହିଥିବା ହାତୀପଲ ଭିତରେ ଏହି ଛୁଆ ହାତୀଟି ରହିଥିଲା। ଜଙ୍ଗଲରେ ଛୁଆ ହାତୀକୁ ଛାଡ଼ି ମା’ ଓ ହାତୀପଲ ପଳାଇଥିଲେ । ଯାହାଫଳରେ ସେ. ଗୋଠ ଛଡା ହୋଇଯାଇଥିଲା । ସେହି ସମୟରେ ଜଙ୍ଗଲକୁ ଗାଈଗୋରୁ ଚରିବାକୁ ଯାଇଥିବା ବେଳେ ଗାଈ ଗୋଠରେ ମିଶିଯାଇଥିଲା ହାତୀଛୁଆଟି ଏବଂ ସେମାନଙ୍କ ସହିତ ଗାଁ ମଧ୍ୟକୁ ପଶି ଆସିଥିଲା ।
ଗାଈଗୋରୁ ନିଜ ନିଜ ଗୁହାଳକୁ ପଳାଇ ଥିବାବେଳେ ହାତୀଛୁଆଟି ଗାଁ ଦାଣ୍ଡରେ ଏକା ଏକା ବୁଲୁଥିଲା। ଲୋକେ ତାକୁ ଦେଖିବା ପରେ ପ୍ରଥମେ ବାଲଟିରେ ପାଣି ପିଇବାକୁ ଦେଇଥିଲେ । ତେବେ ଏହି ଘଟଣା ନେଇ ବନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ଗ୍ରାମବାସୀ । ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ହାତୀ ଛୁଆଟିକୁ ଉଦ୍ଧାର କରିବା ସହ ହାତୀପଲରେ ମିଶାଇବାକୁ ଉଦ୍ୟମ ଚଳାଇଛନ୍ତି। ହାତୀଛୁଆର ବୟସ ପ୍ରାୟ ୪ମାସ ହେବ ବୋଲି ଜଣାଯାଇଛି।
The post ଗଣ୍ଠିଗାଡ଼ିଆ ଗାଁର ଗାଈ ଗୋଠରେ ହାତୀଛୁଆ, ସଭିଏଁ ଦେଖି ଚକିତ appeared first on KNews Odisha.