ଗତ ୧୦ ବର୍ଷରେ ଭାରତରେ ୬୯% ବଢ଼ିଛି ବିଦେଶୀ ପୁଞ୍ଜି ନିବେଶ; କମ୍ପାନୀମାନଙ୍କୁ ଅଧିକ ଆକୃଷ୍ଟ କରି ପିଏଲ୍ଆଇ
ନୂଆଦିଲ୍ଲୀ: ବିଗତ ଦଶ ଆର୍ଥିକ ବର୍ଷରେ (୨୦୧୪–୨୪) ମେନୁଫେକ୍ଚରିଂ କ୍ଷେତ୍ରରେ ଏଫଡିଆଇ ଇକ୍ୱିଟି ଧାରା ୬୯% ବୃଦ୍ଧି ହୋଇ ୧୬୫.୧ ବିଲିୟନ ଡଲାରରେ ପହଞ୍ଚିଛି। ହେଲେ ଏହା ପୂର୍ବ ଦଶ ଆର୍ଥିକ ବର୍ଷ ଅର୍ଥାତ ୨୦୦୪–୧୪ରେ ଏହା ୯୭.୭ ବିଲିୟନ ଡଲାର ଥିଲା ବୋଲି ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଏହି ସୂଚନା ଦେଇଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ତେବେ କେନ୍ଦ୍ର ସରକାରଙ୍କର ପ୍ରଡନକ୍ସନ ଲିଙ୍କ୍ଡ ଇନ୍ସେଣ୍ଟିଭ ଯୋଗୁ ବିଦେଶୀ ପୁଞ୍ଜି ନିବେଶ ବଢ଼ିଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଗତ ପାଞ୍ଚ ଆର୍ଥିକ ବର୍ଷ (୨୦୧୯–୨୦ ରୁ ୨୦୨୩–୨୪) ମଧ୍ୟରେ ଘଟିଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ଧାରା ୩୮୩.୫ ବିଲିୟନ ଡଲାରର ହୋଇଛି। ଏହି ପୁଞ୍ଜି ନିବେଶର ମୁଖ୍ୟ ବାହକ ହେଉଛି ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ (PLI) କାର୍ଯ୍ୟକ୍ରମ। ନିକଟରେ ହୋଇଥିବା HSBC ସର୍ଭେ ଅନୁଯାୟୀ ଜୁଲାଇରେ, ନୂଆ ରପ୍ତାନି ଅର୍ଡର ଏବଂ ଅଧିକ ସ୍ଥାନୀୟ ଚାହିଦା ହେତୁ ଭାରତରେ ଶିଳ୍ପ କାର୍ଯ୍ୟ ଏକ ମଜଭୁତ ସ୍ଥିତିରେ ରହିଛି।S&P ଗ୍ଲୋବାଲ୍ ସଙ୍କଳିତ HSBC ଫାଇନାଲ୍ ଇଣ୍ଡିଆ ମେନୁଫେକ୍ଚିରଂ ଫାଇନାଲ ଇଣ୍ଡିଆ (PMI) ଗତ ମାସରେ ୫୮.୧ ଥିଲା, ଗତ ଜୁନ୍ ମାସର ବି ଏହି ଧାର ପ୍ରାୟ ସମାନ ୫୮.୩ ରହିଥିଲା। ସଦ୍ୟତମ ସରକାରୀ ପରିସଂଖ୍ୟାନ ଅନୁଯାୟୀ, ୧୪ ଟି ଗୁରୁତ୍ୱପୂର୍
ନୂଆଦିଲ୍ଲୀ: ବିଗତ ଦଶ ଆର୍ଥିକ ବର୍ଷରେ (୨୦୧୪–୨୪) ମେନୁଫେକ୍ଚରିଂ କ୍ଷେତ୍ରରେ ଏଫଡିଆଇ ଇକ୍ୱିଟି ଧାରା ୬୯% ବୃଦ୍ଧି ହୋଇ ୧୬୫.୧ ବିଲିୟନ ଡଲାରରେ ପହଞ୍ଚିଛି। ହେଲେ ଏହା ପୂର୍ବ ଦଶ ଆର୍ଥିକ ବର୍ଷ ଅର୍ଥାତ ୨୦୦୪–୧୪ରେ ଏହା ୯୭.୭ ବିଲିୟନ ଡଲାର ଥିଲା ବୋଲି ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଏହି ସୂଚନା ଦେଇଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ତେବେ କେନ୍ଦ୍ର ସରକାରଙ୍କର ପ୍ରଡନକ୍ସନ ଲିଙ୍କ୍ଡ ଇନ୍ସେଣ୍ଟିଭ ଯୋଗୁ ବିଦେଶୀ ପୁଞ୍ଜି ନିବେଶ ବଢ଼ିଛି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଗତ ପାଞ୍ଚ ଆର୍ଥିକ ବର୍ଷ (୨୦୧୯–୨୦ ରୁ ୨୦୨୩–୨୪) ମଧ୍ୟରେ ଘଟିଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ଧାରା ୩୮୩.୫ ବିଲିୟନ ଡଲାରର ହୋଇଛି। ଏହି ପୁଞ୍ଜି ନିବେଶର ମୁଖ୍ୟ ବାହକ ହେଉଛି ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ (PLI) କାର୍ଯ୍ୟକ୍ରମ। ନିକଟରେ ହୋଇଥିବା HSBC ସର୍ଭେ ଅନୁଯାୟୀ ଜୁଲାଇରେ, ନୂଆ ରପ୍ତାନି ଅର୍ଡର ଏବଂ ଅଧିକ ସ୍ଥାନୀୟ ଚାହିଦା ହେତୁ ଭାରତରେ ଶିଳ୍ପ କାର୍ଯ୍ୟ ଏକ ମଜଭୁତ ସ୍ଥିତିରେ ରହିଛି।
S&P ଗ୍ଲୋବାଲ୍ ସଙ୍କଳିତ HSBC ଫାଇନାଲ୍ ଇଣ୍ଡିଆ ମେନୁଫେକ୍ଚିରଂ ଫାଇନାଲ ଇଣ୍ଡିଆ (PMI) ଗତ ମାସରେ ୫୮.୧ ଥିଲା, ଗତ ଜୁନ୍ ମାସର ବି ଏହି ଧାର ପ୍ରାୟ ସମାନ ୫୮.୩ ରହିଥିଲା। ସଦ୍ୟତମ ସରକାରୀ ପରିସଂଖ୍ୟାନ ଅନୁଯାୟୀ, ୧୪ ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପରେ ପିଏଲଆଇ କାର୍ଯ୍ୟକ୍ରମ ପାଇଁ ୭୫୫ ଟି ଆବେଦନ ମଞ୍ଜୁରି ଦିଆଯାଇଥିଲା। ଏଥିରେ ମାର୍ଚ୍ଚ ପର୍ଯ୍ୟନ୍ତ ୧.୨୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇ ପ୍ରାୟ ୮ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ଏଥିସହିତ ରପ୍ତାନି ଏବଂ ଦେଶର ଉତ୍ପାଦନ କ୍ଷମତା ବୃଦ୍ଧି ଲକ୍ଷ୍ୟରେ ୧.୯୭ ଲକ୍ଷ କୋଟି (୨୬ ବିଲିୟନ ଡଲାରରୁ ଅଧିକ)ର ଆନୁମାନିକ ବଜେଟ୍ ସହିତ ୧୪ ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପାଇଁ ପିଏଲଆଇ ଯୋଜନାର ଅନାବରଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତିନ ପ୍ରସାଦ କହିଛନ୍ତି ପିଏଲ୍ ସ୍କିମ ମାଧ୍ୟମରେ ରଣନୈତିକ କ୍ଷେତ୍ର ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରି, ଦକ୍ଷତାର ଗ୍ୟାରେଣ୍ଟି ଏବଂ ଉତ୍ପାଦନ କ୍ଷେତ୍ରକୁ ବଡ଼ ଆକାର ଦେଇ ଭାରତୀୟ ଉଦ୍ୟୋଗକୁ ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।
ପିଏଲ୍ ଆଇ ସ୍କିମ ମାଧ୍ୟମରେ ମୋବାଇଲ୍ ଫୋନ୍ ଏବଂ ଇଲେକ୍ଟ୍ରୋନିକ୍ସ ପ୍ରୋଗ୍ରାମ, ଫାର୍ମାସ୍ୟୁଟିକାଲ୍ସ ଏବଂ ସମ୍ପର୍କିତ ସାମଗ୍ରୀ ଚିକିତ୍ସା ସେବା, ଅଟୋ ଏବଂ ଅଟୋ ପାର୍ଟସ୍, ଇସ୍ପାତ, ଟେଲିକମ୍, ବସ୍ତ୍ର, ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ଉତ୍ପାଦନ ହେଉଛି।