ଗତ ୫ ବର୍ଷରେ ଦେଶରେ ତୀବ୍ର ବେଗରେ ବଢୁଛି ଧନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ଦେଶରେ ଖୁବ୍ ତୀବ୍ର ଗତିରେ ବଢ଼ିବାରେ ଲାଗିଛି ଧନୀ ଲୋକଙ୍କ ସମ୍ପତ୍ତି। ଏହାର ସଦ୍ୟ ଉଦାହରଣ ହେଉଛି ଭାରତରେ ବାର୍ଷିକ ୧୦ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୫ ବର୍ଷ ମଧ୍ୟରେ ବାର୍ଷିକ ୧୦ କୋଟିରୁ ଊର୍ଦ୍ଧ୍ୱ ଆୟକାରୀଙ୍କ ସଂଖ୍ୟାରେ ୬୩% ବୃଦ୍ଧି ଘଟିଥିବା ସେଣ୍ଟ୍ରମ୍ ଇନଷ୍ଟିଚ୍ୟୁସନାଲ ରିସର୍ଚ୍ଚ ରିପୋର୍ରେ କୁହାଯାଇଛି। ରିପୋର୍ଟରେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଦେଶରେ ପ୍ରାୟ ୩୧,୮୦୦ ଜଣ ଲୋକ ବାର୍ଷିକ […]

ଗତ ୫ ବର୍ଷରେ ଦେଶରେ ତୀବ୍ର ବେଗରେ ବଢୁଛି ଧନୀଙ୍କ ସମ୍ପତ୍ତି
ergre

ନୂଆଦିଲ୍ଲୀ: ଦେଶରେ ଖୁବ୍ ତୀବ୍ର ଗତିରେ ବଢ଼ିବାରେ ଲାଗିଛି ଧନୀ ଲୋକଙ୍କ ସମ୍ପତ୍ତି। ଏହାର ସଦ୍ୟ ଉଦାହରଣ ହେଉଛି ଭାରତରେ ବାର୍ଷିକ ୧୦ କୋଟି ଟଙ୍କାରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୫ ବର୍ଷ ମଧ୍ୟରେ ବାର୍ଷିକ ୧୦ କୋଟିରୁ ଊର୍ଦ୍ଧ୍ୱ ଆୟକାରୀଙ୍କ ସଂଖ୍ୟାରେ ୬୩% ବୃଦ୍ଧି ଘଟିଥିବା ସେଣ୍ଟ୍ରମ୍ ଇନଷ୍ଟିଚ୍ୟୁସନାଲ ରିସର୍ଚ୍ଚ ରିପୋର୍ରେ କୁହାଯାଇଛି। ରିପୋର୍ଟରେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଦେଶରେ ପ୍ରାୟ ୩୧,୮୦୦ ଜଣ ଲୋକ ବାର୍ଷିକ ୧୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥାନ୍ତି। ଏହି ସଂଖ୍ୟା ଗତ ପାଞ୍ଚ ବର୍ଷ ମଧ୍ୟରେ ୬୩% ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ, ବର୍ଷକୁ ୫ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୯% ବୃଦ୍ଧି ଘଟି ୫୮,୨୦୦ରେ ପହଞ୍ଚିଛି। ୨୦୧୯ରୁ ୨୦୨୪ ଆର୍ଥିକବର୍ଷ ମଧ୍ୟରେ ବର୍ଷକୁ ୫୦ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ମୋଟ ଆୟ ୬୪% ବୃଦ୍ଧି ଘଟି ୪୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଏହି ୫ବର୍ଷ ମଧ୍ୟରେ ୧୦ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ମୋଟ ଆୟ ୧୨୧% ବୃଦ୍ଧି ହୋଇ ୩୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବାବେଳେ ୫ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ଆୟ ୧୦୬% ବୃଦ୍ଧି ପାଇ ୪୦ ଲକ୍ଷ କୋଟି ଟଙ୍କା ହୋଇଛି। ଅପରପକ୍ଷେ ୫୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟାରେ ୨୫% ବୃଦ୍ଧି ଘଟିଥÒବା ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟକୁ ଯଦି ଦେଖିବା ୫୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୫% ବୃଦ୍ଧି ହୋଇ ପ୍ରାୟ ୧୦ ଲକ୍ଷରେ ପହଞ୍ଚିଛି। ଇନଷ୍ଟିଚ୍ୟୁସନାଲ ରିସର୍ଚ୍ଚ ଏହାର ରିପୋର୍ଟରେ ପୂର୍ବାନୁମାନ କରିଛି ଯେ, ଭାରତରେ ଆଗକୁ ହାଇ ନେଟ୍ ୱର୍ଥ (ଏଚ୍‌ଏନ୍‌ଆଇ) ଏବଂ ଅଲ୍ଟ୍ରା ହାଇ ନେଟ୍ ୱର୍ଥ ବା ଅତି ଧନୀ ବ୍ୟକ୍ତିବିଶେଷ (ୟୁଏଚ୍‌ଏନ୍‌ଆଇ)ଙ୍କ ମିଳିତ ସମ୍ପତ୍ତି ହାରରେ ମଧ୍ୟ ବୃଦ୍ଧି ଘଟିବ।

୨୦୨୩ରେ ଏହା ୧.୨ ଲକ୍ଷ କୋଟି ଡଲାର ରହିଥିବାବେଳେ ୨୦୨୮ ସୁଦ୍ଧା ୨.୨ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇବ। ଏହି ବାର୍ଷିକ ୧୩-୧୪%ରେ ବୃଦ୍ଧି ପାଇବ। ଦେଶରେ ଧନୀ ବ୍ୟକ୍ତିମାନଙ୍କର ସମ୍ପତ୍ତିରେ ଏଭଳି ବୃଦ୍ଧ଄ ନିଶ୍ଚତ ଭାବେ ଧନୀ ଓ ଗରିବଙ୍କ ମଧ୍ୟରେ ବ୍ୟବଧାନକୁ ଅଧÒକ ବଢ଼ାଇବ।