ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ ଗୃହରେ ବିରୋଧୀ ଦଳ ଉପ-ନେତାଙ୍କ ଉଦବେଗ, ଉପ-ମୁଖ୍ୟମନ୍ତ୍ରୀ ରଖିଲେ ସ୍ପଷ୍ଟିକରଣ

ଭୁବନେଶ୍ବର : ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ବିଭିନ୍ନ ବିଭାଗ ଉପରେ ହୋଇଛି ଆଲୋଚନା ହୋଇଛି। ତେବେ ବିଧାନସଭାରେ ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ। ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଗନ୍ଧମାର୍ଦ୍ଦନ ପାହାଡ଼କୁ ଏ ସରକାର ଆଦାନୀ କମ୍ପାନୀକୁ ଟେକି ଦେବାକୁ ଯାଉଛନ୍ତି। ଯେଉଁଠି ଜଙ୍ଗଲ ସୃଷ୍ଟି କରିବା କଥା, ତାହା ନ କରି ଯେଉଁ ଟି ଜଙ୍ଗଲ ମୟ ପରିବେଶ ଅଛି ତାହାକୁ […]

ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ ଗୃହରେ ବିରୋଧୀ ଦଳ ଉପ-ନେତାଙ୍କ ଉଦବେଗ, ଉପ-ମୁଖ୍ୟମନ୍ତ୍ରୀ ରଖିଲେ ସ୍ପଷ୍ଟିକରଣ
Second day of winter session of Odisha Legislative Assembly

ଭୁବନେଶ୍ବର : ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ବିଭିନ୍ନ ବିଭାଗ ଉପରେ ହୋଇଛି ଆଲୋଚନା ହୋଇଛି। ତେବେ ବିଧାନସଭାରେ ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଗନ୍ଧମାର୍ଦ୍ଦନ ପାହାଡ଼କୁ ଏ ସରକାର ଆଦାନୀ କମ୍ପାନୀକୁ ଟେକି ଦେବାକୁ ଯାଉଛନ୍ତି। ଯେଉଁଠି ଜଙ୍ଗଲ ସୃଷ୍ଟି କରିବା କଥା, ତାହା ନ କରି ଯେଉଁ ଟି ଜଙ୍ଗଲ ମୟ ପରିବେଶ ଅଛି ତାହାକୁ ନଷ୍ଟ୍ କରିବାକୁ ଯାଉଛନ୍ତି। ଯାହାକୁ ନେଇ ଗାଁ ଗାଁରେ ଜନ ଆନ୍ଦୋଳନ ହେଲାଣି। ସରକାରଙ୍କ ଠାରୁ ଅନୁମତି ତାକୁ ଦିଆ ଯାଇଛି କି ? କି ଗନ୍ଧମାର୍ଦ୍ଦନ ପାହାଡ଼ରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ ରଖିଛନ୍ତି କି ? ତାହାର ସ୍ପଷ୍ଟିକରଣ ରଖନ୍ତୁ ସରକାର। ଓଡ଼ିଶା ବାସୀ ତାର ଜବାବ ମାଗୁଛନ୍ତି। ଯଦି ସେ କମ୍ପାନୀ ଜମି କିଣିଛି କାର୍ଯ୍ୟାନୁଷ୍ଠାନ ନେବେ କି ?

ତେବେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ରଖି  ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଗନ୍ଧମାର୍ଦ୍ଦନ ପାହାଡ଼କୁ କୌଣସି ମତେ ମୋହନ ସରକାର କାହା ହାତକୁ ଟେକି ଦେବନାହିଁ। ଯଦି କିଛି ହୁଏ ମୁଁ ମଧ୍ୟ ଆପଣ ମାନଙ୍କ ସହ ଆନ୍ଦୋଳନ ରେ ସାମିଲ ହେବି । ଗନ୍ଧମାର୍ଦ୍ଦନ ପାହାଡ଼ରେ କିଛି କରିବାକୁ ଆଦାନୀ ହେଉ କି ଆଉ କୌଣସି କମ୍ପାନୀକୁ ଆମ ସରକାର ଦେବେ ନାହିଁ । ଏ ଗୃହକୁ ଓ ମୁଁ ରାଜ୍ୟବାସୀଙ୍କୁ ଅବଗତ କରୁଛି।ଗନ୍ଧମାର୍ଦ୍ଦନକୁ ନଷ୍ଟ କରିବାକୁ କାହାକୁ ଦିଆ ଯିବନାହିଁ। ଯଦି କିଛି ହୁଏ ତେବେ ଆମେ ବି ସେହି ଆନ୍ଦୋଳନରେ ଯୋଡ଼ି ହେବୁ ।