ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓ ମୁହାଁମୁହିଁ, କମ୍ୱିଂ ଜୋରଦାର

ବଲାଙ୍ଗିର ୦୭/୦୨: ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓ ମୁହାଁ ମୁହିଁ । ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବା ସୂଚନା । ଖପ୍ରାଖୋଲ ବ୍ଲକ ଭାନପୁର ଗାଁ ନିକଟରେ ହୋଇଛି ଏଭଳି ଘଟଣା। ଗନ୍ଧମାର୍ଦ୍ଦନରେ ଏବେ ବଲାଙ୍ଗିର ଓ ବରଗଡ଼ ପୋଲିସର ଜୋରଦାର କମ୍ବିଂ ଜାରି । ତାସହ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଥିବା ସୂଚନା ଦେଲେ ବଲାଙ୍ଗିର ଏସପି ରିସିକେଶ ଖିଲାରୀ।ସୂଚନା ଥାଉକି, ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୂର୍ବ ସୂଚନା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ୱିଂ । ଫଳରେ ମାଓବାଦୀ ଥିବା ନେଇ ପୋଲିସ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଏହା ପରେ ମାଓବାଦୀ ମାନେ ବି ଜୋରଦାର ଗୁଳିମାଡ କରିଥିଲେ । ଏବେ ବି ସେଠାରେ କମ୍ୱିଂ ଜାରି ରହିଛି । also read...ପୋଲିସ ନାଁରେ ସାଂଘାତିକ ଅଭିଯୋଗ, ଅଭିଯୋଗ ଶୁଣିଲାନି ଓଲଟା ମାଡ ମାରିଲା

ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓ ମୁହାଁମୁହିଁ, କମ୍ୱିଂ ଜୋରଦାର

ବଲାଙ୍ଗିର ୦୭/୦୨: ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓ ମୁହାଁ ମୁହିଁ । ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବା ସୂଚନା । ଖପ୍ରାଖୋଲ ବ୍ଲକ ଭାନପୁର ଗାଁ ନିକଟରେ ହୋଇଛି ଏଭଳି ଘଟଣା। ଗନ୍ଧମାର୍ଦ୍ଦନରେ ଏବେ ବଲାଙ୍ଗିର ଓ ବରଗଡ଼ ପୋଲିସର ଜୋରଦାର କମ୍ବିଂ ଜାରି । ତାସହ ଅଞ୍ଚଳରେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଥିବା ସୂଚନା ଦେଲେ ବଲାଙ୍ଗିର ଏସପି ରିସିକେଶ ଖିଲାରୀ।

ସୂଚନା ଥାଉକି, ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ରେ ପୂର୍ବ ସୂଚନା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ୱିଂ । ଫଳରେ ମାଓବାଦୀ ଥିବା ନେଇ ପୋଲିସ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଏହା ପରେ ମାଓବାଦୀ ମାନେ ବି ଜୋରଦାର ଗୁଳିମାଡ କରିଥିଲେ । ଏବେ ବି ସେଠାରେ କମ୍ୱିଂ ଜାରି ରହିଛି । 

also read...

ପୋଲିସ ନାଁରେ ସାଂଘାତିକ ଅଭିଯୋଗ, ଅଭିଯୋଗ ଶୁଣିଲାନି ଓଲଟା ମାଡ ମାରିଲା